1. କୃଷି ଖବର

ମହିଳାଙ୍କୁ ଭରସା ଓଡିଶା ସରକାରଙ୍କ " ମୋ ଉପକାରୀ ବଗିଚା ଯୋଜନା "

ଓଡିଶା ରାଜ୍ୟରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି l ଯାହା ପାଇଁ ଓଡ଼ିଶାର ଚାଷୀ ଅନେକ ଲାଭ ଉଠାଉଛନ୍ତି l ଚାଷୀକୁ ପ୍ରତି କ୍ଷେତ୍ରରେ ସରକାର ସାହାଯ୍ୟ କରୁଛନ୍ତି l ଅନେକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l

Tanushree Mahapatra
Tanushree Mahapatra
Odisha  govt’s Mo upakari bagicha scheme

Odisha govt’s Mo upakari bagicha scheme

ଓଡିଶା ରାଜ୍ୟରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି l ଯାହା ପାଇଁ ଓଡ଼ିଶାର ଚାଷୀ ଅନେକ ଲାଭ ଉଠାଉଛନ୍ତି  l ଚାଷୀକୁ ପ୍ରତି କ୍ଷେତ୍ରରେ ସରକାର ସାହାଯ୍ୟ କରୁଛନ୍ତି l ଅନେକ ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l ସେ ଜଳ ହେଉ କି ଜମି ପ୍ରତି ଟି କ୍ଷେତ୍ରରେ ସରକାର ରାଜ୍ୟର ଚାଷୀଙ୍କୁ ଅନୁଦାନ ମାଧ୍ୟମରେ ସାହାଯ୍ୟ କରୁଛନ୍ତି l

କରୋନା ମହାମାରୀ ସମୟରେ କାମଧନ୍ଦା ଅଭାବରୁ ଗରିବ ଶ୍ରେଣୀର ଲୋକେ ଆର୍ଥିକ ଅନଟନରେ ଦିନ କାଟୁଥିଲେ। ଏହିସମୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ମୋ ଉପକାରୀ ବଗିଚା ଯୋଜନା’ ( mo upakari bagicha jojona )

ମହିଳାମାନେ ନିଜ ବାଡ଼ିବଗିଚାରେ ପନିପରିବା, ଫୁଲ ଓ ଫଳ ଚାଷ କରିବାକୁ ମନରେଗା ଯୋଜନାରେ ପ୍ରତି ମହିଳାଙ୍କୁ ୧୦ ହଜାର ୪୭୯ ଟଙ୍କା ସହାୟତା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ଏହାବାଦ୍ ଜୀବିକା ମିସନ୍‌ ପକ୍ଷରୁ ପ୍ରତି ମହିଳା ହିତାଧିକାରୀଙ୍କୁ ବିହନ, ସାର ଓ କୀଟନାଶକ କିଣିବା ବାବଦରେ ୨୫୦ ଟଙ୍କା ଦେବାକୁ ବ୍ୟବସ୍ଥା ହୋଇଥିଲା। ଏହି ଯୋଜନାରେ କେଉଁ ବର୍ଗର ମହିଳାଙ୍କୁ ସାମିଲ କରାଯିବ, ସେ ସଂକ୍ରାନ୍ତରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସବୁ ବିଡିଓମାନଙ୍କୁ ଚିଠି କରିଥିଲେ। ମୋ ଉପକାରୀ ବଗିଚା’ ଯୋଜନାକୁ ଭାରତ  ନୀତି ଆୟୋଗର ପ୍ରଶଂସା କରିଛନ୍ତି । 2019ମସିହାରୁ ରାଜ୍ୟରେ ମୋ ଉପକାରୀ ବଗିଚା ମିଶନ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି l  ମୋ  ଉପକାରୀ ବଗିଚା ମିଶନକୁ ନିତି ଆୟୋଗ ମଧ୍ୟ ପ୍ରଶଂସା କରିଥିଲେ l  ମୋ ଉପକାରୀ ବଗିଚା ମାଧ୍ୟମରେ ପୁଷ୍ଟିସାଧନ ସହ ଜୀବିକା ସୁଯୋଗ ମଧ୍ୟ l

ହେଲଥ ଆଣ୍ଡ୍ ନ୍ୟୁଟ୍ରିସନ ପ୍ରାକ୍ଟିସ ଇନସାଇଟ୍ସ’ ଶୀର୍ଷକ ରିପୋର୍ଟରେ ରାଜ୍ୟ ସରକାରଙ୍କ ମୋ ଉପକାରୀ ବଗିଚା ଯୋଜନାକୁ ପ୍ରଶଂସା କରାଯିବା ସହ ଏହା ଦ୍ୱାରା ତୃଣମୂଳ ସ୍ତରରେ କିପରି ପରିବର୍ତ୍ତନ ଆସିଛି,ତାହା ଦର୍ଶାଯାଇଛି । ସେହିପରି ଏହି ଯୋଜନା ଦ୍ୱାରା ମହିଳା ଓ ଶିଶୁଙ୍କ ମଧ୍ୟରେ ଖାଦ୍ୟ ବିବିଧତାରେ ଉନ୍ନତି ଆସିଛି ବୋଲି ଆୟୋଗର ରିପୋର୍ଟରେ କୁହାଯାଇଛି । ଓଡ଼ିଶା ସରକାରଙ୍କ ମୋ ଉପକାରୀ ବଗିଚା ଯୋଜନାରେ ଉପକୃତ ହୋଇଛନ୍ତି ହଜାର ହଜାର ମହିଳା । ଜଗତସିଂହପୁର ଜିଲ୍ଲାର ଅନେକ ମହିଳା ଗୋଷ୍ଠି ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି । ସେମାନେ ନିଜକୁ ସ୍ୱାବଲମ୍ବି କରିବା ସହ ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଜିଲ୍ଲାରୁ ପୁଷ୍ଟିହୀନତା ଓ ରକ୍ତହୀନତା ଦୁର କରିବା ପାଇଁ ମଧ୍ୟ ଅନେକ ସହାୟ ହୋଇଛନ୍ତି ।

ଓଡ଼ିଶା ଜୀବିକା ମିଶନ ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହଯୋଗାରେ ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ କରାଯାଉଛି । ବଗିଚାରେ ଭଲ ଅମଳ ପାଇଁ ଏଥିରେ କୌଣସି ରସାୟନିକ ସାର ପ୍ରୟୋଗ କରାଯାଉ ନାହିଁ ବରଂ ହାତ ତିଆରି ଜୈବିକ ଖତ ବ୍ୟବହାରରେ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହାଦ୍ୱାରା ଖୁବ ସୁନ୍ଦର ପନିପରିବା ଉତ୍ପାଦନ ହୋଇ ପାରୁଛି । ଗ୍ରାମଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କ ପାଇଁ ଏହି ମୋ ଉପକାରୀ ବଗିଚା ଯୋଜନା କରିଛନ୍ତି । ଯାହାଦ୍ୱାରା ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ପନିପରିବା ଚାଷ କରିବାକୁ ପ୍ରୋତ୍ସାହନ ମିଳିବ ।

ଦିଲ୍ଲୀର କୃଷି ଜାଗରଣରେ ଉଦଘାଟିତ ହେବ ଭାରତର ପ୍ରଥମ FPO କଲ୍ ସେଣ୍ଟର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments