News

ଆସନ୍ତାକାଲିଠୁ OJEE ,ପରୀକ୍ଷା ଦେବେ 58 ହଜାର ପରୀକ୍ଷାର୍ଥୀ

ଚଳିତ ବର୍ଷ ରାଜ୍ୟର 61ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ 58 ହଜାର ଛାତ୍ରଛାତ୍ରୀ । ଦିନକୁ 3 ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ ମୋଡ଼ରେ ଏହି ପରୀକ୍ଷା ହେବ ଏବଂ ଏହି ପରୀକ୍ଷା 8 ତାରିଖ ଯାଏଁ ଚାଲିବ|

03 July, 2022 3:38 PM IST By: Rajashree

ଆସନ୍ତାକାଲିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା | ଚଳିତ ବର୍ଷ ରାଜ୍ୟର 61ଟି ପରୀକ୍ଷା କେନ୍ଦ୍ରରେ(ojee 20220) ପରୀକ୍ଷା ଦେବେ 58 ହଜାର ଛାତ୍ରଛାତ୍ରୀ । ଦିନକୁ 3 ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟର ବେସ ମୋଡ଼ରେ ଏହି ପରୀକ୍ଷା ହେବ ଏବଂ ଏହି ପରୀକ୍ଷା 8 ତାରିଖ ଯାଏଁ ଚାଲିବ |

ସକାଳ 9ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟାରୁ 6ଟା ଯାଏ ତୃତୀୟ ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି | ଜୁଲାଇ 4ରେ 3 ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ | ଜୁଲାଇ 5ର 1ମ ଓ 2ୟ ସିଫ୍ଟରେ MCA/M.Sc ପରୀକ୍ଷା ଏବଂ ଜୁଲାଇ 3ୟ ସିଫ୍ଟରେ M.Arch, M.Pharm ପରୀକ୍ଷା କରାଯିବ | ସେହିପରି 6 ତାରିଖରେ ପ୍ରଥମ 2ଟି ସିଫ୍ଟରେ MBA, 2ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ MBA ପରୀକ୍ଷା କରାଯିବ | 8 ତାରିଖରେ କେବଳ 1 ମ ଓ 2ୟ ସିଫ୍ଟରେ B.pharm ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ |

ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି | ସର୍ବାଧିକ ଲାଟେରାଲ ଏଣ୍ଟ୍ରିର ବିଟେକରେ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ, ଏମ୍.ବି.ଏ ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି | ରାଜ୍ୟର 30ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ 3ଟି ପରୀକ୍ଷା କେନ୍ଦ୍ର କରାଯାଇଛି | କମ୍ପ୍ୟୁଟର ବେସଡ ପରୀକ୍ଷା ଯୋଗୁ ପରୀକ୍ଷାର୍ଥୀଙ୍କୁ ଦେଢ଼ ଘଣ୍ଟା ଆଗରୁ ପରୀକ୍ଷା କେନ୍ଦ୍ରରେ ପହଁଚିବାକୁ ଓଜେଇଇ (ojee 2022) ପକ୍ଷରୁ ନିର୍ଦ୍ଦେଶ ରହିଛି |

ବର୍ତ୍ତମାନ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାର ଲାଗିଛି | ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛି ଓଜେଇଇ(ojee 2022) | ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଛି ଓଜେଇଇ | ଛାତ୍ରଛାତ୍ରୀ ojee.nic.in ରେ ମକ ଟେଷ୍ଟ ମଧ୍ୟ ଦେଇପାରିବାର ସୁବିଧା ଉପଲବ୍ଧ କରାଯାଉଛି |

ଆଜି ଓଜେଇଇ ଅନଲାଇନ ପରୀକ୍ଷା

ପ୍ରକାଶ ପାଇଲା ଆଇ.ଏ.ଏସ ପ୍ରିଲିମ୍ସ ପରୀକ୍ଷା ଫଳ :

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)