1. କୃଷି ଖବର

ଚାକିରି ଯୋଗାଇବାରେ ଓଡ଼ିଶା ୧ନଂ !

ଆଜିର ଦିନରେ ମଣିଷ ସମାଜ ପାଇଁ ସବୁଠୁ ବଡ଼ ବ୍ୟାଧି ହେଉଛି ବେରୋଜଗାରୀ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜକୁ ଶିକ୍ଷିତ ଓ ଯୋଗ୍ୟ କରି ଗଢ଼ି ତୋଳିବା ପରେ ବି ଯୋଗତ୍ୟା ଅନୁସାରେ ନିଯୁକ୍ତି ପାଇବାରୁ ବଞ୍ଚିତ ଆମ ଦେଶର ଲକ୍ଷ ଲକ୍ଷ ଯୁବପୀଢ଼ି । ଯାହାକି ସେମାନଙ୍କୁ କୂପଥକୁ ଟାଣି ନେବା ସହ ସମାଜକୁ ମଧ୍ୟ ଦୁର୍ଗତିର ଅନ୍ଧକାରକୁ ଠେଲି ଦେଉଛି ।

Priyambada Rana
Priyambada Rana
Odisha records lowest unemployment rate

Odisha records lowest unemployment rate

ଆଜିର ଦିନରେ ମଣିଷ ସମାଜ ପାଇଁ ସବୁଠୁ ବଡ଼ ବ୍ୟାଧି ହେଉଛି ବେରୋଜଗାରୀ(Unemployment) । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜକୁ ଶିକ୍ଷିତ ଓ ଯୋଗ୍ୟ କରି ଗଢ଼ି ତୋଳିବା ପରେ ବି ଯୋଗତ୍ୟା(Efficiency) ଅନୁସାରେ ନିଯୁକ୍ତି ପାଇବାରୁ ବଞ୍ଚିତ ଆମ ଦେଶର ଲକ୍ଷ ଲକ୍ଷ ଯୁବପୀଢ଼ି । ଯାହାକି ସେମାନଙ୍କୁ କୂପଥକୁ ଟାଣି ନେବା ସହ ସମାଜକୁ ମଧ୍ୟ ଦୁର୍ଗତିର ଅନ୍ଧକାରକୁ ଠେଲି ଦେଉଛି ।ତେବେ ଦେଶରେ ବେରୋଜଗାରୀ ହାର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଭାରତରେ ଡିସେମ୍ବର ମାସରେ ବେରୋଜଗାରୀ ହାର ୮.୩ ପ୍ରତଶତରେ ପହଂଚିଛି । ଏହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ବେରୋଜଗାରୀ ହାର ବୋଲି କୁହାଯାଉଛି । ଏହି ରିପୋର୍ଟି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ(center for monitoring indian economy) ତରଫରୁ ଜାରି କରାଯାଇଛି ।

ନଭେମ୍ବର ମାସରେ ବେରୋଜଗାରୀ ହାର ୮ ପ୍ରତିଶତ ଥିଲା । ରିପୋର୍ଟ ମୁତାବକ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ(Urban Area)ରେ ବେରୋଜଗାରୀ ହାର ଅଧିକ ରହିଛି । ଡିସେମ୍ବର ମାସରେ ସହରାଞ୍ଚଳରେ ବେରୋଜଗାରୀ ହାର ୧୦.୦୯ପ୍ରତିଶତ ରହିଥିବା ବେଳେ ଏହି ପରିସଂଖ୍ୟାନ ଗ୍ରାମାଞ୍ଚଳରେ ୭.୪୪ ପ୍ରତିଶତ ରହିଛି ।

ସେପଟେ ବେକାରୀ ହ୍ରାସ କରିବାରେ ସାରା ଦେଶରେ ଏକ ନମ୍ବର ଓଡ଼ିଶା। ଓଡ଼ିଶାର ବେକାରୀ ହାର ଦେଶରେ ସବୁଠୁ କମ୍ । ଡିସେମ୍ବର ପାଇଁ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଏମଆଇଇ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ବେକାରୀ ହାର ରହିଛି ୦ଦଶମିକ ୯ ପ୍ରତିଶତ। ବଡ଼ବଡ଼ ରାଜ୍ୟରେ ବେରୋଜଗାରୀ ହାର ସର୍ବାଧିକ ରହିଛି ।

ହରିୟାଣାରେ ବେକାରୀ ହାର ୩୭.୪ ପ୍ରତିଶତ ରହିଥିବାବେଳେ ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ପ୍ରତିଶତ ରହିଛି ବେକାରୀ ହାର । ସେପଟେ ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮ ଦଶମିକ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ।

ବେକାରୀ ଓ ନିଯୁକ୍ତିକୁ ନେଇ ଦେଶରେ ପ୍ରତିଦିନ ବାକ୍-ବିତର୍କ ଲାଗି ରହିଛି । ବିରୋଧି ଓ ସରକାର ଏହି ସମସ୍ୟାକୁ ଗମ୍ଭୀର ଭାବେ ନ ନେଇ ରାଜନୀତି କରଥିବା ଅଭିଯୋଗ କରୁଛନ୍ତି ଜନତା । ପ୍ରତିଥର ନିର୍ବାଚନ ଆସିଲେ ନେତାଙ୍କୁ ପ୍ରଥମେ ମନେ ପଡେ ଯୁବଗୋଷ୍ଠୀଙ୍କ କଥା, କ୍ଷମା କରିବେ ‘ବେକାର ଯୁବଗୋଷ୍ଠୀ’ଙ୍କ କଥା । ଦୃଢ଼ତାର ସହ ପ୍ରତିଶୃତି ମିଳେ ଜିତିବା ପରେ ସମାଜରୁ ବେରୋଜଗାରୀ ନିଶ୍ଚିନ୍ତ ଭାବେ ହଟାଯିବ । ସମସ୍ତଙ୍କୁ ନିଜ ନିଜର ଯୋଗତ୍ୟା ଅନୁସାରେ ଚାକିରି ମିଳିବ । ମାତ୍ର ନିର୍ବାଚନ ପରେ ଗାଦି ଉପରେ ବସିବା ପରେ ଆମ ନେତାମାନେ ସବୁ ଭୁଲିଯାଆନ୍ତି। ତାକୁ ନେଇ ପରେ ବିରୋଧୀ ମଧ୍ୟ ଜୋରଦାର ହଙ୍ଗାମା କରନ୍ତି ।

ତେବେ ବର୍ଷ ବର୍ଷ ଧରି ଏପରି ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ସତେ ଯେପରି ଫସି ଯାଇଛନ୍ତି ଆମ ବେକାର ଯୁବ-ଗୋଷ୍ଠୀ । ଚାକିରି ନ ପାଇଁ ବିଭିନ୍ନ ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ତେବେ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀର ରିପୋର୍ଟ ଅନୁସାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଲୋକଙ୍କୁ ଅଧିକ ଚାକିରି ଯୋଗାଇଥିବା କଥା କୁହାଯାଉଥିବା ବେଳେ ଜନସାଧାରଣ କିନ୍ତୁ ମାନିବାକୁ ନାରାଜ ।

ଆଜିଠୁ ଆରମ୍ଭ ନୂତନ ଖାଦ୍ୟ ସୁରକ୍ଷା ଯୋଜନା

ସୁନାମୁଖୀ ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments