1. କୃଷି ଖବର

ରାଜ୍ୟସଭାରେ ଉଠିଲା ଓଡିଶା ନଦୀ ଜଳ ବିବାଦ ପ୍ରସଙ୍ଗ, ଜାଣନ୍ତୁ କଣ କହିଲେ ମନ୍ତ୍ରୀ...

ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

Shuvanshu Kar
Shuvanshu Kar
Odisha river water dispute issue in Rajya Sabha

Odisha river water dispute issue in Rajya Sabha

ମହାନଦୀ ଓ ବଂଶଧାରା ଜଳ ନେଇ ପଡୋଶୀଙ୍କ ସହିତ ଓଡିଶାର ରହିଛି ବିବାଦ(river water dispute) । ମହାନଦୀ ବିବାଦ ଟ୍ରାଇବ୍ୟୁନାଲ(Mahanadi Water Disputes Tribunal)ରେ ବିଚାରାଧୀନ, ବଂଶଧାରା ଟ୍ରାଇବ୍ୟୁନାଲ ତାହାର ରିପୋର୍ଟ ଦେଇସାରିଛି । ପୋଲାଭରମ ବୁଡି ଅଞ୍ଚଳ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଓଡିଶା ସମ୍ପୃକ୍ତ ଅଞ୍ଚଳରେ ଜନଶୁଣାଣି କରିବାକୁ ମନା କରିଦେଇଥିବା କହିଛନ୍ତି ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବେଶେଶ୍ବର ଟୁଡୁ(Bisweshwar Tudu) ।

ମହାନଦୀ ଓ ବଂଶଧାରାର ଜଳକୁ ନେଇ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶ ସହିତ ଓଡିଶାର ବିବାଦ ରହିଛି । ଏହି ଦୁଇ ନଦୀର ଜଳ ବିବାଦ ନେଇ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ।

ମନ୍ତ୍ରୀ ଶ୍ରୀ ଟୁଡୁ କହିଛନ୍ତି ଯେ ମହାନଦୀ ଜଳ ନେଇ ପଡୋଶୀ ଛତିଶଗଡ଼ ସହିତ ଓଡିଶାର ଯେଉଁ ବିବାଦ ରହିଛି ତାହା ସମ୍ପୃକ୍ତ ଟ୍ରାଇବ୍ୟୁନାଲର ବିଚାରାଧୀନ । ତେବେ କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦର ସମାଧାନ ପାଇଁ ୨୦୧୦ରେ ବଂଶଧାରା ଜଳବିବାଦ ଟ୍ରାଇବ୍ୟୁନାଲ ଗଠନ କରିଥିଲେ । ଟ୍ରାଇବ୍ୟୁନାଲ ଇତି ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିସାରିଛନ୍ତି । ୨୦୨୨ରେ ବଂଶଧାରା ଟ୍ରାଇବ୍ୟୁନାଲକୁ କେନ୍ଦ୍ର ସରକାର ଭାଙ୍ଗି ଦେଇଛନ୍ତି ।

ସେହିଭଳି ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ରେ ଏକ ଟ୍ରାଇବ୍ୟୁନାଲ ଗଠନ କରିଥିଲେ । ଏହି ଟ୍ରାଇବ୍ୟୁନାଲ ଉଭୟ ଓଡିଶା ଓ ଛତିଶଗଡର ପକ୍ଷଙ୍କର ୨୯ଥର ଶୁଣାଣି କରିବା ପରେ ୪୬ଟି ଏ ସଂକ୍ରାନ୍ତ ପ୍ରସଙ୍ଗର ନ୍ୟାୟିକ ନିର୍ଣ୍ଣୟ ଚୂଡାନ୍ତ କରିଛନ୍ତି ।

ସେହିଭଳି ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡିଶାର ମାଲକାନଗିରି ଜିଲ୍ଲାରେ ଯେଉଁ ବୁଡି ଅଞ୍ଚଳ ସୃଷ୍ଟି ହେବ ତାହାକୁ ରୋକିବାକୁ ସିଲେରୁ ନଦୀର ଉଭୟ ପାର୍ଶ୍ୱରେ ସୁରକ୍ଷା ବନ୍ଧ ନିର୍ମାଣ କରିବା ସହିତ ଆବଶ୍ୟକ ସ୍ଲୁଇସ ବ୍ୟବସ୍ଥା କରିବାକୁ ଉଭୟ ଓଡିଶା ଓ ଛତିଶଗଡ଼ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହା ସମ୍ଭବ ନ ହେଲେ ଓଡିଶାର ୧୦୦୨ ପରିବାର କ୍ଷତିଗ୍ରସ୍ତ ହେବେ । ତେଣୁ ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ଜନ ଶୁଣାଣି କରି ପ୍ରଭାବିତ ଇଲାକାରେ ମତାମତ ନେବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା ।

ତେବେ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ ପୋଲାଭରମ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ସମ୍ଭାବିତ ବୁଡି ଅଞ୍ଚଳରେ ଜନଶୁଣାଣି କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ ତାଙ୍କ ଉତ୍ତରରେ କହିଥିଲେ ।

ଆରମ୍ଭ ହେଲା ନଦୀ ଭିତ୍ତିକ ବନ୍ଦର, ଏଥର ଜଳପଥ ହେବ ସୁଗମ

ମୁଣ୍ଡ ଟେକିଛି ଜଳସଙ୍କଟ, ସଂରକ୍ଷଣ ପାଇଁ ଯୋଜନା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments