News

ଓଡିଶାରେ ଉପରମୁହାଁ କୋରୋନା, ଜାଣନ୍ତୁ କେତେ ରହିଛି ସଂକ୍ରମଣ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 346 ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ପରେ ପୁଣି ବଢିଛି ଚିନ୍ତା ।

03 July, 2022 12:10 PM IST By: Shuvanshu Kar

ଓଡିଶାରେ ପୁଣି ଉପରମୁହାଁ କୋରୋନା । ବଢିାଲିଛି ସଂକ୍ରମଣ(Covid cases) । 300 ଟପିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 346 ଜଣ ନୂଆ କୋରୋନା(covid patiente) ରୋଗୀ ଚିହ୍ନଟ ପରେ ପୁଣି ବଢିଛି ଚିନ୍ତା ।

ଗତ 24 ଘଣ୍ଟାରେ ଚିହ୍ନଟ ରୋଗୀଙ୍କ ମଧ୍ୟରୁ ସଂଗରୋଧରୁ ୨୦୨ ଆକ୍ରାନ୍ତ ଥିବାବେଳେ ୧୪୪ଟି ସ୍ଥାନୀୟ ମାମଲା ସାମ୍ନାକୁ ଆସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୫୧, 4, ଝାରସୁଗୁଡାରୁ 2, କଳାହାଣ୍ଡିରୁ 1, କେନ୍ଦୁଝରରୁ 1,ମୟୂରଭଞ୍ଜରୁ 2, ନୟାଗଡରୁ 1, ନୂଆପଡାରୁ7, ପୁରୀରୁ 4, ରାୟଗଡାରୁ 5, ସମ୍ବଲପୁରରୁ 5, ସୁନ୍ଦରଗଡରୁ 13 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 90 ହଜାର 538ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1035 ସକ୍ରିୟ ମାମଲା ରହିଛି । ଜୁଲାଇ ପହିଲାରେ ରାଜ୍ୟରେ ୨୦୦ ଟପିଥିଲା କୋରୋନା ଦୈନିକ ସଂକ୍ରମଣ । ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ସେପଟେ ଭୁବନେଶ୍ବର ପରେ କଟକରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ରାଜଧାନୀ ଭୁବନେଶ୍ବର(Bhubaneswar)ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି ବିଏମସି(BMC, Bhubaneswar) । କୋଭିଡ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳୁଥିବାରୁ ବିଏମସି(BMC) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ରହୁଥିବା ତଥା ଭୁବନେଶ୍ବର ଆସୁଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛି ବିଏମସି । ଏହା ବ୍ୟତୀତ 2 ମିଟର ସାମାଜିକ ଦୂରତା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ମଲ୍ ଓ ଦୋକାନ ଆଗରେ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ଏବଂ ଘରୋଇ ଅଫିସରେ ମଧ୍ୟ କଟକଣା ପାଳନ ହେବ । ନିୟମ ଉଲ୍ଲଂଘନ କଲେ ଜୋରିମାନା ଆଦାୟ ହେବ ।

ଦେଶରେ ମୌସୁମୀ ସକ୍ରିୟ ଥିବାବେଳେ ଆରମ୍ଭ ହୋଇଯାଇଛି ପାର୍ବଣ । ଏହାରି ମଧ୍ୟରେ ଧିରେ ଧିରେ ବଢିବାକୁ ଲାଗିଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସଜାଗ ହୋଇପଡିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ମହାନଗର ନିଗମ ପକ୍ଷ(ବିଏମସି) ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେପଟେ ଗତ ଦୁଇଦିନ ହେବ ଦେଶରେ ସଂକ୍ରମଣ ମାମଲା ୧୭ ହଜାର ଉପରେ ରହୁଥିବା ବେଳେ ଆଜି ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଗତ 24 ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ୍ 16,103 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫେରିଲା ମାସ୍କ ନିୟମ, ନ ମାନିଲେ ଜୋରିମାନା

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)