1. କୃଷି ଖବର

ନଭେମ୍ବର 10ରେ ଓଡିଶା ପାଳିବ ମାଣ୍ଡିଆ ଦିବସ

ମାଣ୍ଡିଆ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା 10 ନଭେମ୍ବରରେ ପାଳନ ହେବ ମିଲେଟ ଦିବସ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ ।

Shuvanshu Kar
Shuvanshu Kar
Odisha to celebrate Millets Divas on November 10

Odisha to celebrate Millets Divas on November 10

ମାଣ୍ଡିଆ ଦିବସ(Millets Divas ) ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା 10 ନଭେମ୍ବରରେ ପାଳନ ହେବ ମିଲେଟ ଦିବସ(Millets Divas ) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ମିଳିବା ପରେ ଏନେଇ ସୂଚନା ଦେଇଛନ୍ତି କୃଷି ଓ କୃଷିକ କଲ୍ୟାଣ ବିଭାଗ ସଚିବ ଅରବିନ୍ଦ ପାଢୀ ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ମାର୍ଗଶିର ମାସ ପ୍ରଥମ ଗୁରୁବାର ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଏହି ଦିନ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ‘ମାଣ୍ଡିଆ’ ବା ମିଲେଟକୁ ଏକ ପୁଷ୍ଟିକର ଏବଂ ପରିବେଶ ଅନୁକୂଳ ଖାଦ୍ୟ ଉତ୍ପାଦ ଭାବରେ ପ୍ରୋତ୍ସାହିତ କରିବା ।

ନିକଟରେ ମିଲେଟ ଭିତ୍ତିକ ସ୍ନାକ୍ସକୁ ସରକାରୀ ବୈଠକ ଏବଂ ସମ୍ମିଳନୀରେ ଅନ୍ତର୍ଭୁକ୍ତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ କୃଷି ଓ କୃଷକ କଲ୍ୟାଣ ସଚିବ ଅରବିନ୍ଦ ପାଢୀ । କୃଷି ସଚିବ ଅରବିନ୍ଦ ପାଢୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ସେମାନଙ୍କ ବିଭାଗର ସରକାରୀ ବୈଠକରେ ପୁଷ୍ଟିକର ସମୃଦ୍ଧ ମିଲେଟ ସ୍ନାକ୍ସକୁ ଅନ୍ତର୍ଭୁକ୍ତ କରିବା ଦିଗରେ ବିଚାର କରିବାକୁ ଅନୁରୋଧ କରିଥିଲେ ।

ବର୍ତ୍ତମାନ, ରାଜ୍ୟ ସରକାର 19ଟି ଜିଲ୍ଲାର 142ଟି ବ୍ଲକରେ ପୁଷ୍ଟିକର-ଶସ୍ୟ ଚାଷ ପାଇଁ ପ୍ରୋତ୍ସାହିତ କରୁଛନ୍ତି, ଯେଉଁଥିରେ 1,92,281 କ୍ଷୁଦ୍ର ଏବଂ ସୀମାନ୍ତ ଚାଷୀ ସାମିଲ ଅଛନ୍ତି । ଚଳିତ ବର୍ଷ ଓଡିଶା ମିଲେଟ ମିଶନ ଅଧୀନରେ 362 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ । ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ । ନିକଟରେ ମିଲେଟ ମିଶନର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।

ମିଲେଟ ସ୍ନାକ୍ସକୁ ସରକାରୀ ବୈଠକରେ ସାମିଲ କରିବାକୁ କୃଷି ସଚିବଙ୍କ ନିର୍ଦ୍ଦେଶ

ମିଲେଟ ଉପରେ ପ୍ରସ୍ତୁତ ହେବ e-book ! ମନ କୀ ବାତରେ ପରାମର୍ଶ ମାଗିଲେ ମୋଦି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments