1. କୃଷି ଖବର

ଓଡିଶାରେ ଧାନ କ୍ଷେତ୍ର ଯାଞ୍ଚ ପାଇଁ ସାଟେଲାଇଟ ବ୍ୟବହାର

ଚଳିତ ଖରିଫ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଚାଷ ଜମିରୁ ଧାନ ଅମଳ ଆରମ୍ଭ ହୋଇ ସାରିଥିବା ‌ବେରଳେ ଆଉ ଅଳ୍ପ ଦିନ ମଧ୍ୟରେ ବଳକା ଫସଲ ମଧ୍ୟ ଅମଳ ହେବ। ସରକାରୀ ସ୍ତରରେ ଚାଷୀଙ୍କ ଠାରୁ ଧାନକ୍ରୟ ନିମନ୍ତେ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି।

Tanushree Mahapatra
Tanushree Mahapatra
Odisha uses satellite images to verify paddy area

Odisha uses satellite images to verify paddy area

ଚଳିତ ଖରିଫ ଋତୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଛି ଚାଷ ଜମିରୁ ଧାନ ଅମଳ ଆରମ୍ଭ ହୋଇ ସାରିଥିବା ‌ବ‌େଳେ ଆଉ ଅଳ୍ପ ଦିନ ମଧ୍ୟରେ ବଳକା ଫସଲ ମଧ୍ୟ ଅମଳ ହେବ। ସରକାରୀ ସ୍ତରରେ ଚାଷୀଙ୍କ ଠାରୁ ଧାନକ୍ରୟ ନିମନ୍ତେ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି।

ପୂର୍ବରୁ ମଣ୍ଡିରେ ବିକ୍ରି କରିବା ନିମନ୍ତ‌େ ପଞ୍ଜିକରଣ କରିଥିବା ବ‌େଳେ ବର୍ତ୍ତମାନ ଧାନ ବିକ୍ରି କରିବା ପାଇଁ ସରକାର ଟୋକନ୍‌ ଦେବା ପୂର୍ବରୁ ପଞ୍ଜିକୃତ ହୋଇଥିବା ‌ଜମି ଗୁଡିକର ସାଟେଲାଇଟ୍‌ ଜରିଆଣେ ଯାଞ୍ଚ କରିଥ‌ିଲେ। ଏହି ଯାଞ୍ଚ ପରେ ଅନେକ ମିଛ ଜମି ପଞ୍ଜିକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟରେ ଉତ୍ପାଦ ଧାନ ମଣ୍ଡିରେ ବିକ୍ରି କରିବା ଲକ୍ଷ୍ୟରେ ହଜାର ହଜାର ଏକର ଜମିକୁ ପ୍ରାଥମିକ କୃଷି ସମବାୟ ସମିତିରେ ପଞ୍ଜିକରଣ କରାଯାଇଥିବା ସନ୍ଦେହ କରାଯାଇଛି। ସାଟେଲାଇଟ୍‌ରେ ଏଭଳି ଜମି ଧରାପଡିବା ପରେ ସମବାୟ ବିଭାଗ ପକ୍ଷରୁ ସନ୍ଦିଗ୍ଧ ଜମି ଯାଞ୍ଚ ଆରମ୍ଭ ହୋଇଛି।

ଚଳିତ ଖରିଫ ଋତୁ ( kharif fasal ) ପାଇଁ ଜୁଲାଇ ମାସରୁ ଅଗଷ୍ଟ ( june to august ) ମଧ୍ୟରେ ପଞ୍ଜିକରଣ ହୋଇଥିଲା। ତେବେ ସାଟେଲାଇଟ୍‌ ସର୍ଭେରୁ (  satellite survey ) ଅନେକ ଉପଖଣ୍ଡର ସନ୍ଦିଗ୍ଧ ପ୍ଲଟ ଚିହ୍ନଟ ହୋଇଛି । ଉକ୍ତ ଜମିରେ ଜମାରୁ ଚାଷ ହୋଇନଥିବା କିମ୍ବା ଚା‌ଷ ଜମି ଦର୍ଶାଯାଇଥିବା ପ୍ଳଟରେ କେଉଁଠି ପୋଖରୀ ରହିଛି ତ‌ କେଉଁଠି ପନିପରିବା, ଆଖୁ, ନଡିଆ,କାଜୁ ଭଳି ଅଣଧାନ ଚାଷ ହୋଇଛି । ଚିହ୍ନଟ ହୋଇଥିବା ସନ୍ଦେହ ଜନକ ପ୍ଳଟ୍‌ ଗୁଡିକର ଯାଞ୍ଚ ଆରମ୍ଭ ହୋଇ ଛି। ପ୍ୟାକ୍ସ୍ ସମ୍ପାଦକ କିମ୍ବା ମହିଳା ସ୍ବଂୟ ସହାୟକ ସଂଘ ମୁଖିଆ ମାନେ ସନ୍ଦେହ ଜନକ ପ୍ଳଟ୍‌ର ଯାଞ୍ଚ କରିବେ ବୋଲି ଜଣାପଡିଛି । 

ଯାଞ୍ଚକାରୀ ମାନେ ସନ୍ଦେହଜନକ ପ୍ଳଟ୍‌ ନିକଟକୁ ଯାଇ ନିଜ ସହ ଜମିର ଫଟୋ ଉଠାଇ ଜିଓଟ୍ୟାଗିଂ କରିବେ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରିପୋର୍ଟ ଦାଖଲ କରିବା ନିମେନ୍ତେ ସମୟ ଧାର୍ଯ୍ୟ କରାଯାଇଥିବା ଜଣାପଡିଛି। ଧାର୍ଯ୍ୟ ସମୟ ପୂର୍ବରୁ ଯାଞ୍ଚ ସାରିବା ସହ ଯାଞ୍ଚ ପରେ ଧାନ ବିକ୍ରି ନିମନ୍ତେ ଚାଷୀଙ୍କୁ ଟୋକନ ପ୍ରଦାନ କରାଯିବ।

କେନ୍ଦ୍ରୀୟ ପୁଲ୍ ଷ୍ଟକ୍ ପାଇଁ ଶସ୍ୟ କ୍ରୟ କରିବାରେ ସାହାଯ୍ୟ କରିବା ପାଇଁ ଧାନ ଚାଷ ଅଞ୍ଚଳକୁ ଯାଞ୍ଚ କରିବା ପାଇଁ ଓଡ଼ିଶା ସରକାର ସାଟେଲାଇଟ ଆଧାରିତ ଚିତ୍ର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି । ଆସନ୍ତା ବର୍ଷ ଠାରୁ କୃଷକଙ୍କ ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ ଏହି  ଟେକ୍ନୋଲୋଜି ବ୍ୟବହାର କରିବା ଆରମ୍ଭ କରିବ ବୋଲି ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।  ଏହା ଦ୍ୱାରା ସଠିକ ହିସାବ ସହିତ ସଠିକ ତଥ୍ୟ ରହି ପାରିବ ସରକାରୀ ଅଧିକାରୀଙ୍କ ପାଖରେ l ଏହା ମାଧ୍ୟମରେ କେହି ଠକାମୀ ର ଶିକାର ହୋଇ ପାରିବେ ନାହିଁ l

କୃଷକମାନେ ଏକ ଆପରେ ପଞ୍ଜୀକୃତ ହେବେ ଯେଉଁଥିରେ ସେମାନେ ଧାନ ଚାଷ କରୁଥିବା ଅଞ୍ଚଳ ବିଷୟରେ ଜଣାଇ ପାରିବେ  । ବେଳେବେଳେ, ତଥ୍ୟ ନକଲ କିମ୍ବା ଅଧିକ ହୋଇଯାଏ l  ଏହାକୁ ଦୂର କରିବା ପାଇଁ ଏହା କାର୍ଯ୍ୟକାରୀ କରାଯାଛି ଆଗକୁ ମଧ୍ୟ ଏହାର ସାହାଯ୍ୟ ନିଆଯିବ l 

ମେକ୍‌ ଇନ ଓଡ଼ିଶା କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments