
odisha weather imd report foggy conditions likely to prevail in several odisha districts
ରାଜ୍ୟରେ ଜାରି ରହିବ ଶୀତଲହରୀ (Cold Wave)। ପ୍ରବଳଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ଏହା ପରେ ରାଜ୍ୟର ଜିଲ୍ଲାର ଅନେକ ସ୍ଥାନରେ ଧୀରେ ଧୀରେ ତିନିରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ (imd)ପୂର୍ବାନୁମାନ କରିଛି ।
ସୂଚନା ଅନୁଯାୟୀ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୀତ (Cold Wave)ବଢିବ । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟତ ହେଉଛି ବାଧାପ୍ରାପ୍ତ । ରାଜ୍ୟର ଆହୁରି ଖସିବ ପାରଦ । କୋରାପୁଟରେ ୧୫ ତାରିଖ ଓ ୧୬ ତାରିଖ ବେଳକୁ କୁହୁଡି (foggy conditions) ସ୍ଥିତି ଜାରି ରହିବ ।
ସେହିପରି ଆସନ୍ତାକାଲି ଏବଂ ୧୫ ତାରିଖ ବେଳକୁ କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ପୁରୀ ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୋଳ ଜିଲ୍ଲା, କଟକ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ କିଛି ଅଂଶରେ ଘନ କୁହୁଡି (foggy conditions)ଦେଖାଦେବାର ସମ୍ଭାବନା ରହିଛି ।
ଟ୍ୱିନି ସିଟି କଟକ-ଭୁବନେଶ୍ୱର (twin cities of cuttack and bhubaneswar)ରେ ମଙ୍ଗଳବାର (Tuesday)ସକାଳୁ ଘନ କୁହୁଡି (Fog)ପଡିଥିଲା । ଚାରିଆଡେ ଘନ କୁହୁଡ଼ିର ଆସ୍ତରଣ । ଯୁଆଡ଼େ ଚାହିଁଲେ କେବଳ କୁହୁଡ଼ି (Fog)। ଘନ କୁହୁଡି ଯୋଗୁଁ ଗାଡ଼ି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।
ପ୍ରକାଶ ଥାଉ ଯେ, କମିବ ପାରଦ ବଢିବ ଶୀତ (Cold Wave) । ଏବେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ (Cold Wave)ର ପ୍ରକୋପ ଦେଖିବାକୁ ମିଳୁଛି । କୁହୁଡ଼ି (Fog) ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି (Fog)ର ଆସ୍ତରଣ । ଘନ କୁହୁଡ଼ି (Fog) ଯୋଗୁଁ ୫୦ ମିଟର ଦୂରକୁ ଦେଖି ହେଉନାହିଁ ।
Share your comments