News

କମିବନି ତାତି : ୪୦ ଡିଗ୍ରୀ ଉପରେ ରାଜ୍ୟର ୪ ସହର, ସୂଚନା ଦେଲା ପାଣିପାଗ ବିଭାଗ

ବଢ଼ୁଛି ତାପମାତ୍ରା । ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି ।

22 March, 2022 10:00 AM IST By: Sudesna Nayak

ବଢ଼ୁଛି ତାପମାତ୍ରା (HOT) । ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ (Heat Wave)ବୃଦ୍ଧି ପାଉଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଏବେ କମିବ ନାହିଁ । ଜାରି ରହିବ ତାତି (HOT)। ଆସନ୍ତା ୪ ଦିନ ଭିତରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବ ତାପମାତ୍ରା । ତେବେ ଉପକୂଳ ଓଡ଼ିଶା ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୨ ଡିଗ୍ରୀ ଉପରେ ରହିବ ।

ସୋମବାର (Monday)ରାଜ୍ୟର ୪ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ କିମ୍ବା ତା ଠାରୁ ଅଧିକ ଥିଲା । ଝାରସୁଗୁଡ଼ା ଜିଲ୍ଲାରେ ତାପମାତ୍ରା ୪୦.୨, ବଲାଙ୍ଗିର ଜିଲ୍ଲାରେ ୪୦, ଟିଟିଲାଗଡ଼ ୪୦ ଓ ବୌଦ୍ଧ ଜିଲ୍ଲାରେ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ବାରିପଦା ଜିଲ୍ଲାରେ ତାପମାତ୍ରା ୩୯, ଭଦ୍ରକ ଜିଲ୍ଲାରେ ୩୮.୨, ସମ୍ବଲପୁର ଜିଲ୍ଲାରେ ୩୮.୯, ସୁନ୍ଦରଗଡ଼ ଜିଲ୍ଲାରେ ୩୮, ହୀରାକୁଦ ୩୮.୩, ତାଳଚେର ୩୮, ଭଦ୍ରକ ଜିଲ୍ଲାରେ ୩୮.୨ ଡିଗ୍ରୀ ଥିଲା ।

ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ପାଗ ବଦଳିବା ସମ୍ଭାବନା ନାହିଁ । ତଥାପି ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା (RAIN) ହୋଇପାରେ । ମାତ୍ର ଅଧିକ ଅଞ୍ଚଳରେ ବର୍ଷା (RAIN) ସମ୍ଭାବନା ନାହିଁ ।

ଆଜି ଅବପାତର ରୂପ ନେବ ବାତ୍ୟା ‘ଆସାନୀ’,ସମୁଦ୍ରକୁ ନଯିବା ପାଇଁ ବାରଣ

ଗ୍ରୀଷ୍ମ ପରେ ବାତ୍ୟା ଭୟ,ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)