1. କୃଷି ଖବର

ଆଜି ଅବପାତର ରୂପ ନେବ ବାତ୍ୟା ‘ଆସାନୀ’,ସମୁଦ୍ରକୁ ନଯିବା ପାଇଁ ବାରଣ

ଆସୁଛି ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ । ଆସନ୍ତା 24 ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ ।

Sudesna Nayak
Sudesna Nayak
Depression over southeast bay of bengal and adjoining south andaman sea

Depression over southeast bay of bengal and adjoining south andaman sea

ଆସୁଛି ବର୍ଷର ପ୍ରଥମ ବାତ୍ୟା (Cylone)‘ଆସାନୀ’ । ଆସନ୍ତା 24 ଘଣ୍ଟାରେ ଏହା ଅବପାତରେ ପରିଣତ ହୋଇ ବାତ୍ୟା(Cylone)ରେ ପରିଣତ ହେବ ।

ଚଳିତ ବର୍ଷର ପ୍ରଥମ ବାତ୍ୟା ‘ଆସାନୀ’ଆସୁଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ସାଗରର ଦକ୍ଷିଣରେ ଅବପାତର ରୂପ ନେଇ ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଛୁଇଁବ । ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ହିଁ ସୂଚନା ଦିଆଯାଇଛି ।

ମାର୍ଚ୍ଚ ୨୧ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବ । ଏହି ବାତ୍ୟା ଆଣ୍ଡାମାନ ଓ ନିକୋବାର ଦ୍ବୀପ ଦେଇ ଉତ୍ତରଆଡ଼କୁ ଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ଆଜି ଏହା ତୀବ୍ରତର ହେବ ବୋଲି ପାଣିପାଗ ବିଭାଗ (IMD) କହିଛି ।

ବାତ୍ୟା ପ୍ରଭାବରେ ଆଜି ଓ ଆସନ୍ତା କାଲି ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା (RAIN) ହେବାସହ ଉତ୍ତର ଆଣ୍ଡାମାନ ଦ୍ବୀପର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ରହିଛି ।

ଘଣ୍ଟା ପ୍ରତି 80 ରୁ 85 କିମି ବେଗରେ ପବନ ବହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆଜି ସନ୍ଧ୍ୟା ସୁଦ୍ଧା ଘଣ୍ଟା ପ୍ରତି 40-50 କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା (Cylone)କୁ ଦେଖି ଆଣ୍ଡାମାନ ଓ ନିକୋବାର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ହିଁ ଆରମ୍ଭ କରାଯାଇଛି ।

ପ୍ରକାଶ ଥାଉ ଯେ, ବାତ୍ୟା (Cylone)‘ଆସାନୀ’କୁ ନେଇ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ଜାହାଜ ଚଳାଚଳକୁ ବାତିଲ କରିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି ।

ଗ୍ରୀଷ୍ମ ପରେ ବାତ୍ୟା ଭୟ,ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments