1. କୃଷି ଖବର

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆଶଙ୍କା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ।

Sudesna Nayak
Sudesna Nayak
Weather update cyclone in odisha

Weather update cyclone in odisha

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ଆଶଙ୍କା । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ।

ସୂଚନା ଅନୁଯାୟୀ, ପରେ ଏହି ଲଘୁଚାପ ଘନିଭୂତ ହୋଇ ବାତ୍ୟା (Cyclone)ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରିଛନ୍ତି । ସେହିପରି ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ । ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା (Cyclone) ରୂପ ନେଇପାରେ ।

ଅନ୍ୟପକ୍ଷେ ଲଘୁଚାପଟି ବାରମ୍ବାର ଦିଗ ପରିବର୍ତ୍ତନ କରିବାର ସମ୍ଭାବନା ଥିବାରୁ ଏହା ଭାରତ କିମ୍ବା ଓଡ଼ିଶା ସ୍ପର୍ଶ କରିବ କି ନାହିଁ । ତାହା ଏବେ ଠାରୁ ଆକଳନ କରିବା କଷ୍ଟକର ।

ଲଘୁଚାପ ସୃଷ୍ଟି ହେବା ପରେ ସେତେବେଳର ଜଳବାୟୁ ସ୍ଥିତି ଅନୁଯାୟୀ ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ଜଣାପଡ଼ିବ । ଏହା ପୂର୍ବ ଉପକୂଳକୁ ଗତି କରିବ କି ମିଆଁମାର ପଳାଇବ, ଏବେ କହିବା ମୁସ୍କିଲ । ତେବେ ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପାଗ ବଦଳିବା ସମ୍ଭାବନା ରହିଛି । ମାର୍ଚ୍ଚ ମାସରେ ବାତ୍ୟା (Cyclone)କ୍ୱଚିତ ସୃଷ୍ଟି ହୋଇଥାଏ ।

ଏହା କେତେ ଘନୀଭୂତ ହେବ ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ । ହେଲେ ଏହାର ସମ୍ଭାବ୍ୟ ଗତି ଉତ୍ତର ଦିଗରେ ରହିପାରେ, ଯାହାକି ମିଆଁମାର ଆଡ଼କୁ ଗତି କରିପାରେ ।

ପ୍ରକାଶ ଥାଉ ଯେ, ଭୁବନେଶ୍ୱର (BHUBANESWAR) ସମେତ ଉପକୂଳ ଓଡ଼ିଶାରେ ୧୬ ତାରିଖ ସୁଦ୍ଧା ଦିନ ତାପମାତ୍ରା ଆଉ ୨ ରୁ ୩ ଡିଗ୍ରୀ ବଢ଼ିପାରେ । କେତେକ ଜାଗାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ ।

ସାବଧାନ! ଆସୁଛି ବଡ ବାତ୍ୟା, ବଙ୍ଗୋପସାଗରରେ ଗୋଟାଉଛି ବଳ

ବଢୁଛି ତାତି : ୨ ଦିନ ଆକାଶରୁ ବର୍ଷିବ ନିଆଁ, ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments