1. କୃଷି ଖବର

ଗ୍ରୀଷ୍ମ ପରେ ବାତ୍ୟା ଭୟ,ୟେଲୋ ୱାର୍ଣ୍ଣିଂ ଜାରି

ଓଡିଶା ଉପରେ ପ୍ରକୃତିର କୋପଦୃଷ୍ଟି ପଡିଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଆଗକୁ ବାତ୍ୟା ଆଶଙ୍କା ରହିଛି ।

Sudesna Nayak
Sudesna Nayak
Odisha weather update imd Heat Wave warning for south and western odisha

Odisha weather update imd Heat Wave warning for south and western odisha

ଓଡିଶା ଉପରେ ପ୍ରକୃତିର କୋପଦୃଷ୍ଟି ପଡିଛି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ (Heat Wave)ବୃଦ୍ଧି ପାଉଥିବା ବେଳେ ଆଗକୁ ବାତ୍ୟା (Cyclone) ଆଶଙ୍କା ରହିଛି ।

ଗତ କିଛି ଦିନ ହେଲା ରାଜ୍ୟରେ ପାଗ ଶୁଖିଲା, ଖରାଟିଆ ଓ ଆକାଶ ମେଘ ମୁକ୍ତ ରହୁଛି । ଖୁବଶୀଘ୍ର ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ୧୬ ତାରିଖରୁ ରାଜ୍ୟରେ ଖରା (Hot)ର ପ୍ରକୋପ ବୃଦ୍ଧି ପାଇବ । ତେବେ ମାର୍ଚ୍ଚରେ ପୁଣି ବାତ୍ୟା (Cyclone) ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ହିଁ, ଆସନ୍ତା ୧୬ ତାରିଖରୁ ଆଗାମୀ ୩ ଦିନ ଯାଏଁ ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ବା ହିଟ୍ ୱେଭ୍ (Heat Wave) ହେବାର ସମ୍ଭାବନା ରହିଛି ।

୧୭ ତାରିଖରେ ବଲାଙ୍ଗିର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ଅନୁଗୁଳ ଜିଲ୍ଲା ସମେତ ନୟାଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହର ହୋଇପାରେ । ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରିଛି ।

ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ଗରମ ହେବ । ଆସନ୍ତା ୫ ଦିନ ଯାଏଁ ପାଗ ଏପରି ରହିବ । ବର୍ତ୍ତମାନ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରି ଉପରେ ରହୁଥିବା ବେଳେ ଆସନ୍ତା ୨ ଦିନ ଭିତରେ ଆଉ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସୋମବାର ୩୮.୩ ଡ଼ିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିବା ବେଳେ ୧୨ ସ୍ଥାନରେ ୩୭ ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱର (BHUBANESWAR)ରେ ସର୍ବୋଚ୍ଚ ତାପମାତ୍ରା ୩୬.୬ ଡ଼ିଗ୍ରୀ ଏବଂ କଟକରେ ୩୬ ଡ଼ିଗ୍ରୀ ଥିଲା ।

ରାଜ୍ୟରେ ତାତି ବଢିଲେ ବସ ସେବା ବନ୍ଦ ହେବ । ୩୮.୩ ଡ଼ିଗ୍ରୀ ଉପରେ ଥିବା ତାପମାତ୍ରା ୪୦ ଟପିଲେ ରାଜ୍ୟରେ ସାଧାରଣ ବସ ସେବା ବନ୍ଦ କରାଯିବ ବୋଲି ରାଜ୍ୟ ପରିବହନ ସଚିବ ସୂଚନା ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ପ୍ରକାଶ ଥାଉ ଯେ, ସେପଟେ ମାର୍ଚ୍ଚ ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଗ ଅନୁକୂଳ ଥିବାରୁ ଏହା ବାତ୍ୟାର ରୂପ ନେଇପାରେ । ତେବେ ଲଘୁଚାପର ଗତିବିଧି କଣ ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ । କିନ୍ତୁ ବିଗତ ବର୍ଷରେ ମାର୍ଚ୍ଚରେ ସୃଷ୍ଟି ଘୁର୍ଣ୍ଣିଝଡ ଭାରତ ଉପକୂଳ ଛୁଇଁନାହିଁ । ତେବେ ଆସନ୍ତା ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ବିଧିବଦ୍ଧ ଭାବେ ଭାରତୀୟ ପାଣିପଗ କେନ୍ଦ୍ର ପକ୍ଷରୁ (IMD) କୌଣସି ସୂଚନା ଦିଆଯାଇନାହିଁ ।

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ସାବଧାନ! ଆସୁଛି ବଡ ବାତ୍ୟା, ବଙ୍ଗୋପସାଗରରେ ଗୋଟାଉଛି ବଳ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments