
Odisha weather Rain alert in 8 districts during severe cold wave
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (Rain) । ବର୍ଷା (Rain)ପରେ ପୁଣି ଫେରିବ ଶୀତ(cold),ଢାଙ୍କିବ କୁହୁଡି ଚାଦର । ଉପାନ୍ତରୁ ଉପକୂଳ ଥରିବ ଓଡି଼ଶା (Odisha)।
ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (IMD)। ଦୁଇ ଦିନ ପରେ ଆଭ୍ୟନ୍ତରୀଣ ଓଡି଼ଶା (Odisha)ସମେତ ଉପକୂଳ ଓଡିଶାରେ ପାରା କମିବ । ଫଳରେ ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ହେବା ସହ ପୁଣି ଏକ ସପ୍ତାହ ପର୍ଯ୍ୟନ୍ତ ଜାଡରେ ଥରିବ ଓଡି଼ଶା (Odisha)।
ଏହାସହ ଆସନ୍ତା ତିନି ଦିନ ଯାଏଁ ଘନ କୁହୁଡି (Fog) ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ୧୦ ରୁ ସକାଳ ୧୦ ପର୍ଯ୍ୟନ୍ତ କମିବ ଦୃଶ୍ୟମାନ ଦୂରତା । ବାୟୁମଣ୍ଡଳର ସ୍ଥିରତା ଏବଂ ପ୍ରଚୁର ପରିମାଣର ଜଳୀୟବାଷ୍ପ ଉପସ୍ଥିତି ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେବ ।
ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି (Severe Fog) ପାଇଁ ୮ ଟି ଜିଲ୍ଲାକୁ ୟେଲୋ ଆଲର୍ଟ (Yellow Alert)ଜାରି କରାଯାଇଛି । ବଲାଙ୍ଗୀର ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଏବଂ କେନ୍ଦୁଝର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।
ସେହିପରି କହିବାକୁ ଗଲେ, ୨୬ ତାରିଖରେ ୧୦ ଟି ଜିଲ୍ଲା ଓ ୨୭ ତାରିଖରେ ଦକ୍ଷିଣ ଓଡ଼ିଶା (South Odisha)ର ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର । ସେପଟେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା (Rain)ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା, ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ବର୍ଷା (Rain) ହେବ ।
ପ୍ରକାଶ ଥାଉ ଯେ, ସେହିପରି ୨୬ ତାରିଖରେ ୧୦ ଟି ଜିଲ୍ଲା ଓ ୨୭ ତାରିଖରେ ଦକ୍ଷିଣ ଓଡ଼ିଶା (South Odisha)ର ୬ଟି ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର । ସେପଟେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା, ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ବର୍ଷା (Rain) ହେବ ।
Share your comments