News

୧୧ ଜିଲ୍ଲାରେ ଝଡ଼ ବ‌ର୍ଷା : ୟେଲୋୱାର୍ଣ୍ଣିଂ ଜାରି

ରାଜ୍ଯରେ ୮ ତାରିଖ ଦିନ ୧୧ ଜିଲ୍ଲାରେ ଝଡ଼ବ‌ର୍ଷାର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି । କିନ୍ତୁ ଦିନ ବେଳାରେ ପ୍ରବଳ ଖରା ଜାରି ରହିବ ।

08 April, 2023 10:05 AM IST By: Sudesna Nayak

ରାଜ୍ଯରେ ୮ ତାରିଖ ଦିନ ୧୧ ଜିଲ୍ଲାରେ ଝଡ଼ବ‌ର୍ଷା (heavy rain) ର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ (yellow warning)ଜାରି କରିଛି ପାଣିପାଗ ବିଭାଗ (imd)। ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ (thunderstorm in odisha)ସମ୍ଭାବନା ରହିଛି । କିନ୍ତୁ ଦିନ ବେଳାରେ ପ୍ରବଳ ଖରା ଜାରି ରହିବ ।

ରାଜ୍ଯକୁ ୧୦ ତାରିଖ ଠାରୁ ଉତ୍ତର-ପଶ୍ଚିମା ଶୁଷ୍କ ଗରମ ପବନ ବହିବା ହେତୁ ରାଜ୍ୟରେ ବିଶେଷ ଭାବେ ତାପମାତ୍ରା ବଢ଼ିବ । ପାଣିପାଗ ବିଭାଗ (imd) ସୂଚନା ଅନୁଯାୟୀ ବିଷୁବ ସଂକ୍ରାନ୍ତିରେ ଭୁବନେଶ୍ୱର (Bhubaneswar)ତାପମାତ୍ରା ୪୨ ଡିଗ୍ରି ପାଖାପାଖି ରହିବ । ଏଥିସହିତ କେତେକ ଜିଲ୍ଲା ଯେମିତିକି, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ୪୨ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ (imd)ଆକଳନ କରିଛି ।

ଏପ୍ରିଲ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା (thunderstorm in odisha) ଲାଗି ରହିବ । ତେଣୁ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରିଛି ପାଣିପାଗ ବିଭାଗ (imd)

ପ୍ରକାଶ ଥାଉ ଯେ ,ରାଜ୍ୟର କେତେକ ସ୍ଥାନରେ ଗତକାଲି ଶୁକ୍ରବାର (FRIDAY)ଘଡ଼ଘଡ଼ି ସହ ବର୍ଷା (heavy rain)ହୋଇଯାଇଛି । କଟକ (CUTTACK)ସହର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ (thunderstorm)ଝଡ଼ବର୍ଷା ସହ ଘଡ଼ଘଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା ।

୮ ରେ ପୁଣି ବର୍ଷା...

ସତର୍କ ସୂଚନା : ଆଜି ବି ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)