News

ତାତି ସାଙ୍ଗକୁ ବର୍ଷା, ରାଜ୍ୟର ଏସବୁ ଜିଲ୍ଲାରେ ବର୍ଷିବ! ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୧୦ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ସତର୍କତା ଅବଲମ୍ୱନ କରିବାକୁ ବିଭାଗ ପରାମର୍ଶ ଦେଇଛି ।

07 April, 2022 10:37 AM IST By: Sudesna Nayak

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୧୦ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ସତର୍କତା ଅବଲମ୍ୱନ କରିବାକୁ ବିଭାଗ ପରାମର୍ଶ ଦେଇଛି ।

ସୂଚନା ଅନୁଯାୟୀ, ଉତ୍ତର ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, କନ୍ଧମାଳ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ବର ଜିଲ୍ଲା, କେଉଁଝର ଜିଲ୍ଲା ଜିଲ୍ଲାରେ ହାଲୁକା ବର୍ଷା (Rain) ସମ୍ଭାବନା ରହିଛି ।

ଏହାସହ ଆସନ୍ତାକାଲି ମଧ୍ୟ ଏସବୁ ଅଧିକାଂଶ ଜିଲ୍ଲାରେ ଘଡଘଡି ବର୍ଷା (Rain) ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାପର ଦୁଇ ଦିନ ପାଗ ଶୁଖିଲା ରହିବା ପରେ ୧୦ ତାରିଖରେ ପୁଣି ଅଦିନିଆ ବର୍ଷା (Rain)ର ଆଗମନ ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ୨ ରୁ ୩ ଡିଗ୍ରୀ ଉଚ୍ଚା ତଥା ୪୦ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର ।

ସେପଟେ ଏବର୍ଷର ପ୍ରଥମ କାଳ ବୈଶାଖୀ ସକ୍ରିୟ ରହିଛି । କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ୫୦ କିମିରୁ ୬୦ କିମି ବେଗରେ ପବନ ସହ ବିଜୁଳି, ଘଡଘଡି ଏବଂ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି । ପ୍ରଭାବିତ ଅଞ୍ଚଳରେ ସତର୍କ ରହିବା ସହ ବିଜୁଳି ଘଡ଼ଘଡ଼ିରୁ ରକ୍ଷା ପାଇଁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିନିଅନ୍ତୁ ବୋଲି କେନ୍ଦ୍ର କହିଛି ।

ପ୍ରକାଶ ଥାଉ ଯେ, ସେହିପରି ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା ଏବଂ କୋରାପୁଟ ଅଞ୍ଚଳରେ ବିଜୁଳୁ ଘଡି ଘଡି ସହ ବର୍ଷା (Rainfall) ଲାଗି ରହିଛି । କେନ୍ଦୁଝର ଜିଲ୍ଲା, ମୟୁରଭଞ୍ଜ ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାରେ କିଛି ଅଞ୍ଚଳରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା (Rain) ଲାଗି ରହିଛି ବୋଲି କେନ୍ଦ୍ର ତରଫରୁ ସୂଚନା ମିଳିଛି ।

ସାବଧାନ:୧୧ ତାରିଖରେ ବାତ୍ୟା! ବଙ୍ଗୋପସାଗରରେ ଗୋଟାଉଛି ବଳ

ଏପ୍ରିଲ ୭ରେ ଲଘୁଚାପ,୧୧ ତାରିଖରେ ବାତ୍ୟା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)