
Odisha Weather Update Today: rain alert ,image source -www.pexels.com,@mcbbsr
ଆସୁଛି ବର୍ଷା (rain)। ଯାହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆସୁଛି କାଳବୈଶାଖୀ । ଆଶ୍ୱସ୍ତ ହେବେ ରାଜ୍ୟବାସୀ ।
ସୂଚନା ଥାଉ ଯେ, ଆଜି ବୁଧବାର (wednesday) ଠାରୁ ରାଜ୍ୟରେ ୨୨ ତାରିଖ ଯାଏଁ କାଳବୈଶାଖି ବର୍ଷା (rain) ସହ ବିଜୁଳି ଘଡ଼ଘଡି଼ ହେବାର ସମ୍ଭାବନା ରହିଛି। ଗତ କିଛି ଦିନ ହେବ ରାଜ୍ୟରେ ମୁଣ୍ତଫଟା ଖରା ହେଉଥିବା ବେଳେ ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଆଜି ବୁଧବାର (wednesday) ସୁନ୍ଦରଗଡ ଜିଲ୍ଲା ,ବରଗଡ଼ ଜିଲ୍ଲା ,କେନ୍ଦୁଝର ଜିଲ୍ଲା , ସମ୍ବଲପୁର ଜିଲ୍ଲା ,ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ସହ କାଳବୈଶାଖି ଜନିତ ବର୍ଷା ହୋଇପାରେ।
ପ୍ରକାଶ ଥାଉ ଯେ, ୧୯ ତାରିଖରେ ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବାଲେଶର, ମୟୂରଭଞ୍ଜରେ ଝଡ଼ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଓ୍ବାର୍ନିଂ (yellow alert) ପାଣିପାଗ ବିଭାଗ ଜାରି କରିଛି।
Share your comments