1. କୃଷି ଖବର

ତାତିଲା ଟିଟିଲାଗଡ ,୪୫ଡିଗ୍ରି ଉପରେ ତାପମାତ୍ରା

ଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରି ବେଳେ ବଲାଙ୍ଗୀରରେ ସର୍ବୋଚ୍ଚ ୪୪.୯ ଡିଗ୍ରି, ବୌଦ୍ଧରେ ୪୪.୫ ଡିଗ୍ରି, ସମ୍ବଲପୁରରେ ୪୪.୪ ଡିଗ୍ରି, ସୋନପୁରରେ ୪୪.୩ ଡିଗ୍ରି ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪.୨ଡିଗ୍ରି ରେକର୍ଡ କରିଥିଲା |

Rajashree
Rajashree
Odisha weather update

Odisha weather update

ଅସହ୍ୟ ହେଉଛି ତାତି | ପଶ୍ଚିମ ଓଡ଼ିଶାରେ ତାତି ସବୁ ରେକର୍ଡ ଭାଙ୍ଗିଛି ଗ୍ରୀଷ୍ମ ପ୍ରବାହ(Heat waves) | ଗତକାଲି ପଶ୍ଚିମ ଓଡ଼ିଶାର ତାତି ସବୁ ରେକର୍ଡ ଭାଙ୍ଗିଛି। ଗତକାଲି ଓଡିଶାରେ ସର୍ବୋଚ୍ଚ ତାପମାତ୍ରା (odisha tempreture) ୪୫ ଡିଗ୍ରି ଛୁଇଁଥିଲା | ୬ ସହରର ତାପମାତ୍ରା ସର୍ବାଧିକ ୪୪ ଡିଗ୍ରି ଉପରେ ରହିଥିଲା | ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରି ବେଳେ ବଲାଙ୍ଗୀରରେ ସର୍ବୋଚ୍ଚ ୪୪.୯ ଡିଗ୍ରି, ବୌଦ୍ଧରେ ୪୪.୫ ଡିଗ୍ରି, ସମ୍ବଲପୁରରେ ୪୪.୪ ଡିଗ୍ରି, ସୋନପୁରରେ ୪୪.୩ ଡିଗ୍ରି ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪.୨ଡିଗ୍ରି ରେକର୍ଡ କରିଥିଲା |

ଏହି ବର୍ଷ ପ୍ରଥମଥର ପାଇଁ ଶୁକ୍ରବାର ଦିନ ୬ଟି ସହର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଛି | ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି |

ଅନ୍ୟପଟେ ଉପକୂଳର ପାଗ ବର୍ତ୍ତମାନ ମେଘୁଆ ରହୁଛି। ଉପକୂଳର ସର୍ବାଧିକ ତାପମାତ୍ରା (Odisha tempreture)୩୮ଡିଗ୍ରି ପାଖାପାଖି ରହୁଥିଲେ ମଧ୍ୟ ପ୍ରବଳ ମାତ୍ରରେ ଗୁଳୁଗୁଳି (Heat waves)ହେଉଛି | ଶୁକ୍ରବାର ଦିନ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୬.୮ଡିଗ୍ରି ଓ କଟକରେ ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରହିଥିଲା | କିନ୍ତୁ ଅତିଶୟ ଗୁଳୁଗୁଳି ପାଇଁ ଦିନରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଥିଲା | ୩ ସପ୍ତାହରୁ ଊର୍ଧ୍ବ ସମୟ ଧରି ଉପକୂଳ ଓଡ଼ିଶାର ଆର୍ଦ୍ରତା ୫୦%ରୁ ଅଧିକ ରହୁଥିବାରୁ ତାତି ପ୍ରାୟ ସ୍ବାଭାବିକ ତାପମାତ୍ରାଠାରୁ ୭ ଡିଗ୍ରି ଯାଏ ଅଧିକ ଅନୁଭୂତ ହେଉଛି | ଉପକୂଳ ଓଡ଼ିଶାରେ ୪୪ଡିଗ୍ରି ପର୍ଯ୍ୟନ୍ତ ଗରମ ଅନୁଭୂତ ହେଉଛି |

ସୂଚନାନୁଯାୟୀ, ଆଜିଠାରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା (moonsoon)ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି | ଆଜି ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି | ପାଣିପାଗ କେନ୍ଦ୍ରର (Weather update)ପୂର୍ବାନୁମାନ ଅନୁଯାୟୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି | କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି |

ଆଜି ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ପୂର୍ବ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର-ପୂର୍ବ ଭାରତର ସମ୍ପୂର୍ଣ୍ଣ ଅଞ୍ଚଳ ଓ ପଶ୍ଚିମବଙ୍ଗ ଓ ସିକିମ୍‌ର କିଛି ଅଞ୍ଚଳରେ ଆଜି ଦକ୍ଷିଣ-ପଶ୍ଚିମ ‌ମୌସୁମୀ ସକ୍ରିୟ ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି |

ବଢୁଛି ତାତି : ୨ ଦିନ ଆକାଶରୁ ବର୍ଷିବ ନିଆଁ, ୟେଲୋ ୱାର୍ଣ୍ଣିଂ ଜାରି

ତାତିରୁ ନିସ୍ତାର ନାହିଁ: ୨୭ ତାରିଖ ଦିନ ଏସବୁ ଜିଲ୍ଲାରେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments