ଖରାରେ ସିଝୁଛି ସାରା ରାଜ୍ୟ । ଗରମ ଗୁଳଗୁଳି ସହିତ ଛଟପଟ ହେଉଛନ୍ତି ରାଜ୍ୟବାସୀ l ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଯାହାକୁ ନଜରରେ ରଖି ରାଜ୍ୟରେ ହିଟୱେଭ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଏହାସହ ରାଜ୍ୟରେ ଆଉ କିଛିଦିନ ପର୍ଯ୍ୟନ୍ତ ଜାରି ରହିବ ଉଷ୍ମ ରାତିର ସ୍ଥିତି । କିନ୍ତୁ ୭ ରୁ ବଦଳିବ ରାଜ୍ୟର ପାଣିପାଗ । ତେବେ ପଶ୍ଚିମଝଡ଼ ପୁଣିଥରେ ପ୍ରଭାବିତ କରିବ ସାରା ରାଜ୍ୟକୁ । ତେବେ ୭ ଓ ୮ ତାରିଖରେ କାଳବୈଶାଖୀ ବର୍ଷା ଆଣିବ ରାଜ୍ୟରେ ସାମାନ୍ୟ ଆଶ୍ୱସ୍ତି । ଏହାପରେ ଅନେକ ସ୍ଥାନରେ ୫୦ ରୁ ୭୦ ପ୍ରତିଶତ ଆଦ୍ରତା ଅନୁଭୂତ ହେବ । ଉଷ୍ମ ଓ ଆଦ୍ର ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ରାଜ୍ୟରେ ।
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଆଜି କେନ୍ଦୁଝର,ଅନୁଗୁଳ, ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବୌଦ୍ଧ,ନୟାଗଡ଼, ବଲାଙ୍ଗୀରରେ ହିଟ୍ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l ସେହିପରି ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ୍, କନ୍ଧମାଳ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି l ତେବେ ଶନିବାର ଅର୍ଥାତ ୬ ତାରିଖରେ ୬ ଜିଲ୍ଲାକୁ ହିଟ୍ ୱେବ୍ ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ୪୨ ଡିଗ୍ରୀ ଛୁଇଁଲା ରାଜ୍ୟର ୨ ସହରର ତାପମାତ୍ରା । ଗତକାଲି ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ତାତି ୪୨ ଡିଗ୍ରୀ ରେକର୍ଡ ହୋଇଛି ।
ସେହିପରି ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ୧୧ ସହରର ତାପମାତ୍ରା । ଅନ୍ୟପଟେ ବଲାଙ୍ଗିର ଓ ଅନୁଗୁଳ ୪୧.୭ ଡିଗ୍ରୀ, ଝାରସୁଗୁଡ଼ା ୪୧.୬ ଡିଗ୍ରୀ , ଟିଟିଲାଗଡ଼ ଏବଂ ଭବାନୀପାଟଣା ୪୧ ଡିଗ୍ରୀ, ନୂଆପଡ଼ା ୪୦.୪, ରାଉରକେଲା ୪୦.୨ ଡିଗ୍ରୀ, ସୁନ୍ଦରଗଡ଼ ୪୦.୧ ଡିଗ୍ରୀ ସହିତ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା।
ଅଧିକ ପଢ଼ନ୍ତୁ:
Share your comments