1. କୃଷି ଖବର

Rootin' For Radish: ଏକ ବିଶେଷ ଆଲୋଚନା ଚକ୍ର

ମୂଳା ଓ ମୂଳା ଚାଷୀଙ୍କ ପାଇଁ ଏକ ବିଶେଷ ଆଲୋଚନା ଚକ୍ର

Tanushree Mahapatra
Tanushree Mahapatra
Rootin' For Radish event in Krishi Jagran

Rootin' For Radish event in Krishi Jagran

ଚାଷୀ ବିଭିନ୍ନ ପ୍ରକାର ଋତୁରେ ବିଭିନ୍ନ ପ୍ରକାର ଚାଷକାମ କରନ୍ତି l ଋତୁ ଅନୁଯାୟୀ ହେଉଥିବା ପନିପରିବା ମଧ୍ୟରେ ମୂଳା ଏକ ମୂଳ ଜାତୀୟ ପରିବା l ଯାହା ଖାଇବାକୁ ଖୁବ ସ୍ୱାସ୍ଥ୍ୟଯୁକ୍ତ l ବିଭିନ୍ନ ଜାତିର ମୂଳା ଚାଷ କରୁଛନ୍ତି ଚାଷୀ l କୃଷି ବୈଜ୍ଞାନିକଙ୍କ ସହଯୋଗରେ ଚାଷୀ ସମସ୍ତ ଋତୁରେ ମୂଳା ଚାଷ କରିବାରେ ସକ୍ଷମ ହେଉଛନ୍ତି ତେବେ ଆଜି ମଧ୍ୟ ଏହି ମୂଳ ଜାତୀୟ ପରିବା କେଉଁଠି ନା କେଉଁଠି ଅବହେଳିତ ହୋଇ ରହିଛି l

ଚାଷ କରି ଉଚିତ ବଜାର ନ ପାଇବା ଭୟରେ ଅନେକ ଚାଷୀ ଏହା ଚାଷ ମଧ୍ୟ କରୁ ନାହାନ୍ତି l ତେବେ ଏହି ମୂଳା ଚାଷ ଓ ଚାଷୀଙ୍କୁ ଗୁରୁତ୍ତ୍ଵ ଦେଇ ଗତକାଲି କୃଷି ଜାଗରଣ ଦ୍ୱାରା ଆୟୋଜିତ ହେବାକୁ ଯାଉଛି ଏକ ଆଲୋଚନା ଚକ୍ର l ଯାହାର ବିଷୟବସ୍ତୁ ରହିଛି Rootin' For Radish l

ଯେଉଁଥିରେ ସାମିଲ ହେବେ ଦେଶର କୃଷି ସହ ଜଡ଼ିତ ଥିବା ଅନେକ ବିଶିଷ୍ଟ ବ୍ୟକ୍ତି l ଗତକାଲି ଅର୍ଥାତ ଏପ୍ରିଲ ୫ ତାରିଖ ଦ୍ବିପହର ସମୟ ୩ ଘଟିକାରେ ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ l ଯେଉଁଥିରେ ଆପଣ ମଧ୍ୟ ସାମିଲ ହୋଇପାରିବେ l

ଏହି କାର୍ଯ୍ୟକ୍ରମରେ ମୂଳା ଚାଷ ( Radish Farming: A pathway to prosperity ) , ମୂଳା ଚାଷରେ ବୈପ୍ଲବିକ ପରିବର୍ତ୍ତନ ( Radish Revolution: A powerhouse of health and culnary delights ) , ଆଗାମୀ ଭବିଷ୍ୟତରେ ମୂଳା ଚାଷ ( The Future of Radish: Value addition Strategies )   , ମୂଳା ବିହନର ଭୂମିକା ( The Role Of seed Technology: Improving radish productivity ) ଏବଂ ମୂଳା ପାଇଁ ଉଚିତ ବଜାର ସୃଷ୍ଟି (  Radish Export:  oppertunity ) ଉପରେ ଆଲଚନା ହେବ l ମୂଳା ଓ ମୂଳା ଚାଷୀଙ୍କୁ ଗୁରୁତ୍ତ୍ଵ ଦେଇ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଡଃ ପ୍ରଭାତ କୁମାର ( commissioner of Horticulture )  , ଡଃ ସୁଧାକର ପାଣ୍ଡେ( ADG Horticluture )  , ଡଃ ବି ଏସ ତୋମାର ( HoD Veg sciences IARI )  , ଡଃ କମଲ ପନ୍ତ ( Director IHM , PUSA )  , ସେଫ ଇନ୍ଦର ଦେବ ( Chef of Maurya Hotel )  , ଶ୍ରୀଯୁକ୍ତ କମଲ ସୋମାନି ( Managing Director Of Somani kanak Seedz ) , ଡଃ ଏଚ ପି ସିଂ ( Founder and Charman of CHAI )  , ସାଇନି ଡୋମିନିକ ( Managing Director of Krishi jagran ) , ଡଃ ନୂତନ କୌଶିକ ( Director General , Food and Agriculture Foundation , Amity University )  , ରାବିନ୍ଦର ଗ୍ରୋବର ( Asia Head Harvest Plus , IFPRI )  ଙ୍କ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହେବେ l

ଗତକାଲି ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଆଲୋଚନା ଚକ୍ରରେ ମୂଳା ଓ ମୂଳା ଚାଷୀଙ୍କ ସହିତ ମୂଳାରେ ପ୍ରସ୍ତୁତ ଖାଦ୍ୟ ଆମ ପାଇଁ କେତେ ଉପଯୋଗୀ ତାହା ଆଲୋଚନା ହେବ l ଯାହା ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯିବ l

ଅଧିକ ପଢ଼ନ୍ତୁ

Radish: ଜାଣନ୍ତୁ କିପରି କରିବେ ମୂଳା ଚାଷ, ମିଳୁଛି ପ୍ରବଳ ଲାଭ

AGYA.AG: ଉଦ୍ଦେଶ୍ୟ,କୃଷିରେ ପରିବର୍ତ୍ତନ ଓ ଉତ୍ପାଦକୁ ସଠିକ ମୂଲ୍ୟ ପ୍ରଦାନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments