News

+2 ପାସ୍ କରିଥିଲେ Oil Indiaରେ କରନ୍ତୁ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Oil Indiaରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ । Oil India ଆପଣଙ୍କ ପାଇଁ ଆଣି ଦେଇଛି ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ।

17 February, 2022 12:09 PM IST By: Sudesna Nayak

ଆପଣ Oil India ରେ ଚାକିରି କରିବାକୁ ଚାହୁଁଛନ୍ତି କି ? Oil India ରେ ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ । Oil India ଆପଣଙ୍କ ପାଇଁ ଆଣି ଦେଇଛି ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ।

ଅଏଲ ଇଣ୍ଡିଆ ଗ୍ରେଡ୍‌ III/V ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ଅଏଲ ଇଣ୍ଡିଆ ଲିମିଟେଡ୍‌ରେ ମୋଟ୍ ୬୨ଟି ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଗ୍ରେଡ V ପାଇଁ ୪୬ଟି ପଦବୀ ଓ ଗ୍ରେଡ III ପାଇଁ ୧୬ଟି ପଦବୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଜରୁରୀ ତାରିଖ 1 ଫେବୃଆରୀ 2022 ରୁ ଆରମ୍ଭ ହୋଇଥିବା ବେଳେ ଶେଷ 25 ଫେବୃଆରୀ 2022 ହେବ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ +2 ପାସ୍ କିମ୍ବା ଗ୍ରାଜୁଏସନ ଡିଗ୍ରୀ ରହିଥିବା ଜରୁରୀ ଅଟେ । ଏହାସହିତ କାର୍ଯ୍ୟ ସମ୍ବନ୍ଧୀୟ ଅନୁଭବ ହେବା ମଧ୍ୟ ଜରୁରୀ ହୋଇଥାଏ । ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି ।

ଦରମା,ଜାଣନ୍ତୁ...

ଗ୍ରେଡ V-୩୨,୦୦୦-୧,୨୭,୦୦୦ ଟଙ୍କା ରହିଥିବା ବେଳେ ଗ୍ରେଡ III– ୨୬,୬୦୦-୯୦,୦୦୦ ଟଙ୍କା ହିଁ ରହିଛି ।

ଆବେଦନ ଶୁଳ୍କ ଓ ଚୟନ ପ୍ରକ୍ରିୟା,ଜାଣନ୍ତୁ...

ସାଧାରଣ ବର୍ଗ/ ଓବିସି ବର୍ଗର ପ୍ରାର୍ଥୀ ୨୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟ ପ୍ରାର୍ଥୀମାନେ ନିଶୁଳ୍କ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ପରୀକ୍ଷା ଆଧାରରେ କରାଯି ।

କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

-ଏହାପରେ ଆପ୍ଲାଏ APPLY ଲିଙ୍କ ଉପରେ କ୍ଲିକ CLICK କରନ୍ତୁ ।

-ଏହାପରେ ନିଜର ବ୍ୟକ୍ତିଗତ ବିବରଣୀ ବା ନିଜର ବାୟୋଡାଟା ଭରିବା ପରେ ସବମିଟ୍‌ କରନ୍ତୁ ।

-ଆବେଦନ ଶୁଳ୍କ ଭରନ୍ତୁ ଏବଂ ତା ପରେ ସବମିଟ୍‌ ବଟନ କ୍ଲିକ CLICKକରନ୍ତୁ ।

-ଫର୍ମର ଏକ କପି ଡାଉନଲୋଡ Download କରି ନିଜ ପାଖରେ ରଖନ୍ତୁ ।

IRELରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶାରେ ଚାକିରି କରିବାର ସୁଯୋଗ; ଭୁବନେଶ୍ୱର ICT-IOCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)