1. କୃଷି ଖବର

ଓଡ଼ିଶାରେ ଚାକିରି କରିବାର ସୁଯୋଗ; ଭୁବନେଶ୍ୱର ICT-IOCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ICT-IOC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭୁବନେଶ୍ୱର ICT-IOC ରେ ଖାଲିପଡିଛି ଫାକଲ୍ଟି ପଦବୀ । ICT-IOCରେ ୨୧ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Sudesna Nayak
Sudesna Nayak
bhubaneswar ict ioc vacant faculty position apply immediately

bhubaneswar ict ioc vacant faculty position apply immediately

ICT-IOC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭୁବନେଶ୍ୱର ICT-IOC ରେ ଖାଲିପଡିଛି ଫାକଲ୍ଟି ପଦବୀ । ICT-IOCରେ ୨୧ ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଫେବୃଆରୀ ୨୦୨୨ ରହିଛି ।

ICT-IOCରେ ମୋଟ ୨୧ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ପ୍କେମିକାଲ ଇଂଜିନିୟରିଂ ପ୍ରଫେସର ପଦବୀ ପାଇଁ ୧ ଟି, ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଦବୀ ପାଇଁ ୧ ଟି, ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପଦବୀ ପାଇଁ ୧ ଟି, ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି ପଦବୀ ପାଇଁ ୧ ଟି, ଏନର୍ଜି ଇଂଜିନିୟରିଂ ପଦବୀ ପାଇଁ ୧ ଟି, ମାଟେରିଆଲସ ଆଣ୍ଡ ପଲିମର ଇଂଜିନିୟରିଂ ପଦବୀ ପାଇଁ ୧ ଟି, ଫଟୋକେମିକାଲ ଇଂଜିନିୟରିଂ ପଦବୀ ପାଇଁ ୧ ଟି ଓ କେମେଷ୍ଟ୍ରି ପ୍ରଫେସର ପାଇଁ ୧ ଟି ପଦବୀ ରହିଛି ।

ସେହିପରି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ କେମିକାଲ ଇଂଜନିୟରିଂ ପଦବୀ ପାଇଁ ୪ଟି ମେକାନିକାଲ ଇଂଜିନିୟରିଂ ପାଇଁ ୧ଟି,ଇଲେକ୍ଟ୍ରିକାଲ/ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଷ୍ଟ୍ରୁମେସନ ପାଇଁ ୧ଟି,ଫାଇବର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପାଇଁ ୧ଟି,ଫୁଡ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପାଇଁ ୧ଟି, ଫାର୍ମାସ୍ୟୁଟିକାଲ ଟେକ୍ନୋଲୋଜି ପାଇଁ ୧ଟି,ଏନର୍ଜି ଇଂଜିନିୟରିଂ ପାଇଁ ୧ଟି ,ମାଟେରିଆଲ୍ସ ଆଣ୍ଡ ପଲିମର ଇଂଜିନିୟରିଂ ପାଇଁ ୧ଟି,ପେଟ୍ରୋକେମିକାଲ ଇଂଜିନିୟରି ପାଇଁ ୧ଟି,କମ୍ୟୁନିକେସନ ସ୍କିଲ ଆଣ୍ଡ ହ୍ୟୁମାନିଟି ପାଇଁ ୧ଟି ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ଆସୋସିଏଟ ପ୍ରଫେସର ପାଇଁ ଇଂଜିନିୟରିଂ/ ଟେକ୍ନୋଲୋଜି/ ଫାର୍ମାସି/ ସାଇନ୍ସରେ ପିଏଚଡି କରିଥିବା ଜରୁରୀ ଅଟେ । ଅଧିକ ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ। ଆବେଦନକାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ନ ହେବା ଜରୁରୀ । ସେମାନଙ୍କ ପାଖରେ ଶିକ୍ଷାଗତ ଯୋଗ୍ୟତା ସହିତ ଅଭିଜ୍ଞତା ଥିବା ମଧ୍ୟ ଜରୁରୀ ଅଛି ।

ଦରମା ଓ ଆବେଦନ ଶୁଳ୍କ,ଜାଣନ୍ତୁ...

ସାଧାରଣ ବର୍ଗ ପାଇଁ ଆବେଦନ ଶୁଳ୍କ ୧୦୦୦ ଟଙ୍କା ରହିଥିବା ବେଳେ ଅନ୍ୟ ଆବେଦନକାରୀଙ୍କ ପାଇଁ ୫୦୦ ଟଙ୍କା ଆବେଦନ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି । ଆସୋସିଏଟ୍‌ ପ୍ରଫେସର ପଦବର ପାଇଁ ଦରମା ୧,୩୧,୪୦୦ ଟଙ୍କା ମାସିକ ରହିଥିବା ବେଳେ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୫୭,୭୦୦ ଟଙ୍କା ଦରମା ରହିବ ।

କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ ଆଇଟିସିର ୱେବସାଇଟ୍‌ www.ietmumbai.edu.in ଯାଆନ୍ତୁ ।

-ଏହାପରେ ପରେ ଏଥିରେ ଦରକାରୀ ଡକ୍ୟୁମେଣ୍ଟ ସହିତ ୨୮ ଫେବୃଆରୀ, ୨୦୨୨ ପୂର୍ବରୁ ହିଁ ସବମିଟ୍‌ କରିଦିଅନ୍ତୁ ।

UPSCରେ କରନ୍ତୁ ଚାକିରି ; ଖାଲିପଡିଛି ୮୬୧ ପଦବୀ,ଶୀଘ୍ର କରନ୍ତୁ ଆବେଦନ

NLCରେ କରନ୍ତୁ ଚାକିରି : ଖାଲିପଡିଛି ୫୫୦ ପଦବୀ, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments