1. କୃଷି ଖବର

Oil Prices:ଖୁସି ଖବର: କମୁଛି ତୈଳ ଦର,୧୦୦ ଡଲାର ତଳକୁ ଖସିଲା ଦର

୧୦୦ ଡଲାର ତଳକୁ ଖସିଲା ତୈଳ ଦର । ମଙ୍ଗଳବାର ତେଲ ଦାମ୍ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗତ ତିନି ସପ୍ତାହ ମଧ୍ୟରେ ଏହା ସର୍ବନିମ୍ନ ।

Sudesna Nayak
Sudesna Nayak
Oil Prices benchmarks fall below 100 dollars first time in weeks

Oil Prices benchmarks fall below 100 dollars first time in weeks

୧୦୦ ଡଲାର ତଳକୁ ଖସିଲା ତୈଳ ଦର । ମଙ୍ଗଳବାର (Tuesday) ତେଲ ଦାମ୍ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଗତ ତିନି ସପ୍ତାହ ମଧ୍ୟରେ ଏହା ସର୍ବନିମ୍ନ ।

ସୂଚନା ଅନୁସାରେ, ୟୁକ୍ରେନ-ଋଷିଆ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଥିଲା । ଯାହାକୁ ନେଇ ଛାନିଆ ହୋଇଯାଇଥିଲେ ଲୋକମାନେ । ହେଲେ ଏବେ ତୈଳ ବଜାରରୁ କ୍ରମଶଃ କମୁଛି ତାତି । ବର୍ତ୍ତମାନ ତେଲ ଦର ୧୦୦ ଡଲାର ତଳକୁ ଖସିଛି ।

ମଙ୍ଗଳବାର (Tuesday)ତୈଳ ଦାମ୍ ୬ ପ୍ରତିଶତରୁ ଅଧିକ ହ୍ରାସ ପାଇ ଗତ ତିନି ସପ୍ତାହ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ଲଗାଇଥିବା କଟକଣା ତୁରନ୍ତ ହଟାଉ ବୋଲି ଋଷ ଦାବି କରିଛି । ଏହାଦ୍ବାରା ଇରାନରେ ଉତ୍ପାଦିତ ହେଉଥିବା ତୈଳ ସୁବିଧାରେ ବଜାରରେ ପହଞ୍ଚିପାରିବ । ସେପଟେ ଚୀନରେ ହଠାତ୍ ସଂକ୍ରମଣ ବ୍ୟାପିବା ପରେ ଲକଡାଉନ କଟକଣା ଯୋଗୁଁ ତେଲ ଚାହିଦା ହ୍ରାସ ପାଇବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ତେଣୁ ତୈଳ ଦର ୧୦୦ ଡଲାର ତଳକୁ ହ୍ରାସ ପାଇଛି ।

ଭାରତ ୮୨ ପ୍ରତିଶତ ତେଲ ଆମଦାନୀ କରୁଥିବା ଯୋଗୁଁ ଏହା ଏକ ଆଶ୍ବସ୍ତିକର ବିଷୟ ନିଶ୍ଚୟ । ଉଭୟ ବ୍ରେଣ୍ଟ କ୍ରୁଡ ଏବଂ ୟୁଏସ(U.S) କ୍ରୁଡ ଅଏଲ ବେଞ୍ଚମାର୍କ ୧୦୦ ଡଲାର ତଳେ ରହିଛି । ଗତ ଫେବୃୟାରୀ ମାସରେ ଏହା ପ୍ରଥମ । ମାର୍ଚ୍ଚ ୭ ତାରିଖରେ ବ୍ରେଣ୍ଟ କ୍ରୁଡ ଦାମ୍ ୧୪ ବର୍ଷରେ ସର୍ବୋଚ୍ଚ ସ୍ତର ୧୩୯ ଡଲାରରେ ପହଞ୍ଚିଥିଲା । ବ୍ରେଣ୍ଟ ମୂଲ୍ୟ ୪୦ ଡଲାର ବୃଦ୍ଧି ପାଇବ ସହ ୟୁଏସ ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ (U.S. West Texas Intermediate)କ୍ରୁଡ ୩୦ ଡଲାରରୁ ଅଧିକ ବଢିଥିଲା । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁଁ ଗତ ୨ ସପ୍ତାହ ପରଠାରୁ କାରବାର ଅତ୍ୟନ୍ତ ଅସ୍ଥିର ରହିଥିଲା ।

ବ୍ରେଣ୍ଟ କ୍ରୁଡ ୬.୯୯ ଡଲାର ବା ୬.୫ ପ୍ରତିଶତ ହ୍ରାସ ସହ ବ୍ୟାରେଲ ପିଛା ୯୯.୯୧ ଡଲାର ହୋଇଛି । U.S. West Texas Intermediate କ୍ରୁଡ ମଧ୍ୟ ବ୍ୟାରେଲ ପିଛା ୬.୫୭ ଡଲାର ବା ୬.୪ ପ୍ରତିଶତ ଖସି ୯୬.୪୪ ଡଲାର ରହିଛି । ବର୍ତ୍ତମାନ ବ୍ରେଣ୍ଟ କ୍ରୁଡ ୯୭.୪୪ ଡଲାର ଏବଂ WTI ବ୍ୟାରେଲ ପ୍ରତି ୯୩.୫୩ ଡଲାରରେ ପହଞ୍ଚି ଯାଇଛି । ଏହା ଫେବୃୟାରୀ ୨୫ ପର ଠାରୁ ସର୍ବନିମ୍ନ ।

ପ୍ରକାଶ ଥାଉ ଯେ, ଋଷିଆ ବିଶ୍ବର ସର୍ବବୃହତ୍ ତୈଳ ଏବଂ ଇନ୍ଧନ ରପ୍ତାନୀକାରୀ ଦେଶ । ୟୁକ୍ରେନ-ଋଷିଆ ଯୁଦ୍ଧ ପରେ ଅହେତୁକ ତୈଳ ଦର ବୃଦ୍ଧି ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । କିନ୍ତୁ ଏହି ଭୟାବହତା ବର୍ତ୍ତମାନ ଦୂର ହୋଇଛି ।

ଯୁଦ୍ଧ ପାଇଁ ମହଙ୍ଗା ହେଲା ଖାଇବା ତେଲ ; ଜାଣନ୍ତୁ କେତେ...

ଖାଉଟିଙ୍କୁ ଝଟ୍‌କା; ଏହି ସବୁ ସାମଗ୍ରୀର ବଢ଼ିଲା ଦାମ,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments