1. କୃଷି ଖବର

OJEE Result:ଆଜି ବାହାରିଲା OJEE ରେଜଲ୍ଟ, ଜାଣନ୍ତୁ କେମିତି ଦେଖିବେ ମାର୍କ

ଆସିଲା ବଡ ଖୁସି ଖବର । ଆଜି ବୁଧବାର ପ୍ରକାଶ ପାଇଲା OJEE ରେଜଲ୍ଟ, । ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ମାର୍କ ।

Sudesna Nayak
Sudesna Nayak
OJEE Result TODAY

OJEE Result TODAY

ଆସିଲା ବଡ ଖୁସି ଖବର (GOOD NEWS)। ଆଜି ବୁଧବାର (wednesday)ପ୍ରକାଶ ପାଇଲା OJEE ରେଜଲ୍ଟ, । ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ମାର୍କ । ରେଜଲ୍ଟ ପ୍ରକାଶ କଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । 

ସୂଚନା ଅନୁଯାୟୀ, ଆଜି ବୁଧବାର (wednesday)ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE)ରେଜଲ୍ଟ ବାହାରିଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଦିନ ସାଢେ ୧୧ଟା ସମୟରେ OJEE ରେଜଲ୍ଟ ଘୋଷଣା କରିଛନ୍ତି । OJEE ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in ୱେବସାଇଟରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ ।

କହିବାକୁ ଗଲେ, ଏହି ଥର 57ହଜାର 918 ଛାତ୍ରଛାତ୍ରୀ OJEE ପରୀକ୍ଷା ଦେଇଛନ୍ତି । ଗତ ଜୁଲାଇ 4 ରୁ 8 ତାରିଖ ପର୍ଯ୍ୟନ୍ତ 30ଟି ଜିଲ୍ଲାର 61 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । ଏହାବାଦ ହିଁ କୋଲକାତା, ରାଞ୍ଚି, ଓ ପାଟଣାରେ ଗୋଟିଏ ଲେଖାଏଁ କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

ଛାତ୍ରଛାତ୍ରୀମାନେ ojee.nic.in ୱେବସାଇଟରେ ସେମାନଙ୍କର ଫଳ ଜାଣିପାରିବେ ।

ପ୍ରକାଶ ଥାଉ ଯେ, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁରୋଧ କରିଥିଲେ ojee । ପରୀକ୍ଷା କେନ୍ଦ୍ରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ହ୍ୟାଣ୍ଡ ସାନିଟାଇଜେସନ, ସାମାଜିକ ଦୂରତା ମାନିବା ଓ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ ଜରୁରୀ କରିଥିଲେ ojee ।

ଆସନ୍ତାକାଲିଠୁ OJEE ,ପରୀକ୍ଷା ଦେବେ 58 ହଜାର ପରୀକ୍ଷାର୍ଥୀ

ସପ୍ତାହେ ଯାଏଁ ହାଲୁକା ବର୍ଷା, ଅଗଷ୍ଟ ୨ରୁ ପୁଣି କାଚିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments