1. କୃଷି ଖବର

ସପ୍ତାହେ ଯାଏଁ ହାଲୁକା ବର୍ଷା, ଅଗଷ୍ଟ ୨ରୁ ପୁଣି କାଚିବ

ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଯାହାକୁ ନେଇ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ହାଲୁକା ବର୍ଷା ହେବ ।

Sudesna Nayak
Sudesna Nayak
weather upate Rain in odisha Wednesday

weather upate Rain in odisha Wednesday

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ଯାହାକୁ ନେଇ ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ହାଲୁକା ବର୍ଷା (RAIN)ହେବ ।

ସୂଚନା ଅନୁଯାୟୀ, ସପ୍ତାହେ ଯାଏଁ ରାଜ୍ୟରେ ସ୍ୱାଭାବିକ ଠାରୁ ପ୍ରାୟ ୫୦% କମ୍‌ ବର୍ଷା (RAIN)ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଉପକୂଳରେ ସବୁଠୁ କମ୍‌ ବର୍ଷା (RAIN)ହେବ । ପୁରୀରୁ ଭଦ୍ରକ ଯାଏଁ ଉପକୂଳ ଓଡ଼ିଶା (Odisha)ର ବିଭିନ୍ନ ଜିଲ୍ଲାରେ ସ୍ଥାନେ ସ୍ଥାନେ ହାଲୁକାରୁ ସ୍ୱଳ୍ପ ବର୍ଷା (RAIN) ହୋଇପାରେ । ଏଥିସହିତ ଏହା ମଧ୍ଯ ଜଣାପଡିଛି ଯେ ୨ ତାରିଖରୁ ରାଜ୍ୟରେ ବର୍ଷା (RAIN)ବଢିପାରେ ।

୨୭ ତାରିଖ, ୨୮ ତାରିଖ ଓ ୨୯ ତାରିଖରେ ରାଜ୍ୟରେ ବର୍ଷା (RAIN)ପାଇଁ କୌଣସି ସତର୍କ ସୂଚନା ଜାରି କରିନି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ତିନି ଦିନ କିଛି ସ୍ଥାନରେ ହାଲୁକା ବର୍ଷା (RAIN) ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉ ଯେ, ଜୁଲାଇ (july)ରେ ଭଲ ବର୍ଷା (RAIN) ହୋଇଛି । ଯାହାକୁ ନେଇ ଚାଷୀ (Farmers)ମାନେ ଶୀଘ୍ର ବୁଣାବୁଣା କାମ ସାରନ୍ତୁ । ଧାନ ରୁଆ ବେଉଷା କରନ୍ତୁ । ମୂଳ ସାର ଦିଅନ୍ତୁ । ଅଗଷ୍ଟ (AUGUST)ମାସରେ ଭଲ ବର୍ଷା ହୋଇପାରେ ।

ମଙ୍ଗଳବାର ୬ ଜିଲ୍ଲାରେ କାଚିବ ବର୍ଷା

ସୋମବାର ଛେଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments