1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଗ୍ରାମାଞ୍ଚଳ କୃଷିର ବିକାଶକୁ ଗୁରୁତ୍ୱ

ଛାତ୍ରଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ଭେଣ୍ଡି ମଞ୍ଜି ଉତ୍ପାଦନ କର୍ମଶାଳା" ଏବଂ "ଏକ ଗ୍ରାମ ହାଟ କର୍ମଶାଳା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 8 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ପ୍ରାୟ 230 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।

Omkar Mohanty
Omkar Mohanty
One Day Hands-On Training on Okra Hybrid Seed Production was held at Centurion University of Technology and Management

One Day Hands-On Training on Okra Hybrid Seed Production was held at Centurion University of Technology and Management

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ଭେଣ୍ଡି ମଞ୍ଜି ଉତ୍ପାଦନ କର୍ମଶାଳା" ଏବଂ "ଏକ ଗ୍ରାମ ହାଟ କର୍ମଶାଳା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 8 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ପ୍ରାୟ 230 ଜଣ ଛାତ୍ରଛାତ୍ରୀ ଏହି କର୍ମଶାଳାରେ ଭାଗ ନେଇଥିଲେ।

ଭେଣ୍ଡି ମଞ୍ଜି ଉତ୍ପାଦନ କର୍ମଶାଳା (One Day Hands on Training on Okra Hybrid Seed Production)


ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, 2023 ମସିହା 8 ଏପ୍ରିଲ, 2023 ରେ ରଣାଦେବୀ ରିସର୍ଚ୍ଚ ଫିଲ୍ଡ, CUTM, ପାରାଲାଖେମୁଣ୍ଡି, ଗଜପତିରେ 'ଓକ୍ରା ହାଇବ୍ରିଡ୍ ବିହନ ଉତ୍ପାଦନ ଉପରେ ତାଲିମ ଉପରେ ଆୟୋଜିତ ଏକ ଦିନିଆ କର୍ମଶାଳାରେ ଡକ୍ଟର ବିଜୟ କୁମାର,Assistant Professor, CUTM ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଅତିଥି ରୂପରେ ଡକ୍ଟର ନିଲlଞ୍ଜନା ଦତ୍ତା Assistant Professor, CUTM ଏବଂ କୃଷି ସମ୍ପ୍ରସାରଣ ସୁପରଭାଇଜର ଶ୍ରୀମତୀ ଉଗୁ କିର୍ତ୍ତୀ ପ୍ରିୟା ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ |

ଗ୍ରାମ ହାଟ କର୍ମଶାଳା (Event on Rural Haat)


ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ 8 ଏପ୍ରିଲ, 2023 ରେ 2023 ରେ G20 ପ୍ରେସିଡେନ୍ସିର JAN BHAGIDARI ଅଧୀନରେ ଆୟୋଜିତ ଏକ ଗ୍ରାମୀଣ ହାଟ କର୍ମଶାଳାରେ ମୁଖ୍ୟ ଅତିଥି ରୂପରେ ଡକ୍ଟର ଅଶୋକ କୁମାର,Assistant Professor, CUTMଯୋଗଦେଇଥିଲେ | ଡକ୍ଟର ଶୁଭ୍ରଜ୍ୟୋତି ଚାଟାର୍ଜୀଙ୍କ ତତ୍ୱାବଧାନରେ ଏହି କର୍ମଶାଳା ସୁଚାରୁରୂପେ ସମ୍ପାଦନା ହୋଇଥିଲା l

କର୍ମଶାଳାର ଫଳାଫଳ


ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି " ଭେଣ୍ଡି ମଞ୍ଜି ଉତ୍ପାଦନ କର୍ମଶାଳା" ଏବଂ "ଗ୍ରାମ ହାଟ କର୍ମଶାଳା" ସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments