1. କୃଷି ଖବର

ଚାଷ ଜମିରେ ବିଦେଶୀ କୀଟ ମାଇଲବଗର ଆତଙ୍କ

ତାମିଲନାଡୁର ଚାଷ ଜମିରେ ଆତଙ୍କ ଖେଳାଇଛି ବିଦେଶୀ କୀଟ । କସାୱା ମାଇଲବଗ(Cassava Mealybug) ନାମକ ଏହି କୀଟ ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଉଛି । ଏହାର ମୁକାବିଲା ପାଇଁ ଅଭିଯାନ ଚଳାଇଛନ୍ତି ଭାରତୀୟ କୃଷି ଅନୁସନ୍ଧାନକାରୀ ।

KJ Staff
KJ Staff
one of the world’s most destructive pests is wreaking havoc in Tamil Nadu and Kerala

one of the world’s most destructive pests is wreaking havoc in Tamil Nadu and Kerala

ତାମିଲନାଡୁର ଚାଷ ଜମିରେ ଆତଙ୍କ ଖେଳାଇଛି ବିଦେଶୀ କୀଟ । କସାୱା ମାଇଲବଗ(Cassava Mealybug) ନାମକ ଏହି କୀଟ ଅତ୍ୟନ୍ତ ବିପଦଜନକ ବୋଲି କୁହାଯାଉଛି । ଏହାର ମୁକାବିଲା ପାଇଁ ଅଭିଯାନ ଚଳାଇଛନ୍ତି ଭାରତୀୟ କୃଷି ଅନୁସନ୍ଧାନକାରୀ ।

କସାୱା ମାଇଲବଗର ମୁକାବିଲା ପାଇଁ ଆଫ୍ରିକୀୟ କୀଟ ତତୈୟା(Tataiya)କୁ ଆଫ୍ରିକାରୁ ଆମଦାନୀ କରିଛନ୍ତି କୃଷି ବୈଜ୍ଞାନିକ । ବିଦେଶୀ ତତୈୟା ହିଁ କସାୱା ମାଇଲବଗର ମୁକାବିଲା କରିପାରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

କସାୱା ମାଇଲବଗ ଏଭଳି ଏକ କୀଟ, ଯାହା ସାଧାରଣତଃ ଭାରତରେ ଦେଖିବାକୁ ମିଳିନଥାଏ । ତେବେ ଏହା କୌଣସି ପ୍ରକାରରେ ଭାରତ ଚାଲିଆସିଥିବା ଅନୁମାନ କରାଯାଉଛି । ଦେଶରେ ପ୍ରଥମଥର 2020ରେ କେରଳର ତ୍ରିଶୁରରେ କସାୱାକୁ ଫସଲରେ ଦେଖିବାକୁ ମିଳିଥିଲା ।

କସାୱା ଏକ ଏଭଳି ଫଳର କନ୍ଦ, ଯାହାର ସ୍ବାଦ ଅଖରୋଟ ଭଳି ହୋଇଥାଏ । ଏହା ଦକ୍ଷିଣ ଆଫ୍ରିକାରେ ମିଳେ । ଭାରତ ବିଶ୍ବରେ କସାୱା କନ୍ଦର ପଞ୍ଚମ ବୃହତ ଉତ୍ପାଦକ । ଦେଶରେ ମୋଟ 1.73 ଲକ୍ଷ ହେକ୍ଟରରେ ଏହାର ଚାଷ କରାଯାଏ । ତାମିଲନାଡୁ ଓ କେରଳ ମୁଖ୍ୟତଃ ଏହାର ଉତ୍ପାଦକ ରାଜ୍ୟ । ତାମିଲନାଡୁରେ ଦେଶର ମୋଟ ଉତ୍ପାଦନର 50.6 ପ୍ରତିଶତ କସାୱା ଚାଷ ହେଉଥିବାବେଳେ କେରଳରେ ଏହା 42.8 ପ୍ରତିଶତ ଉତ୍ପାଦନ ହୋଇଥାଏ । ଏଭଳି ସ୍ଥିତିରେ ଏଠଆକାର ଚାଷ ଜମିରେ କାସାୱା କନ୍ଦ ପାଇଁ ସବୁଠୁ ବିପଦଜନକ କୁହାଯାଉଥିବା କସାୱା ମାଇଲବଗ ମିଳିବା ଅତ୍ୟନ୍ତ ଚିନ୍ତାଜନକ ଖବର ।

1970ରେ ଆଫ୍ରିକାର ଚାଷ ଜମିରେ ଆତଙ୍କ ଖେଳାଇଥିଲା ମାଇଲବଗ କୀଟ । ଏହି କାରଣରୁ ସେଠଆରେ 20 କୋଟି ଲୋକଙ୍କ ଜୀବନଜୀବିକା ସଙ୍କଟରେ ଥିଲା । କେରଳର ତ୍ରିଶୁରରେ ମାଇଲବଗ ଥିବା ନେଇ ଖବର ପାଇବା ପରେ କୃଷି ବିଶେଷଜ୍ଞମାନେ ଏହା ଜାଣିବାକୁ ପାଇଛନ୍ତି ଯେ ପୂର୍ବରୁ ଏହି କୀଟ ତାମିଲନାଡୁର ଚାଷଜମିରେ ବ୍ୟାପି ସାରିଛି । 

ଫସଲ ସୁରକ୍ଷାରେ ପରାଶ୍ରୟୀ କୀଟ ଟ୍ରାଇକୋଗ୍ରାମା

କପା ଫସଲ ରେ ଗୋଲାପୀ କୃମି କୀଟ(ପିଙ୍କ ବଲୱାର୍ମ)

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments