
onion price wholesale mandi rate for pyaz in gujarat price is only 1 to 4 rupees per kg how will farmers income double
ପିଆଜର ଦାମ (Onion Price) ବଢିଲେ ଖାଉଟି ଚିନ୍ତାରେ ପଡ଼ିଯାଏ, ଆଉ ସେପଟେ ଦାମ କମିଲେ ଚାଷୀ ମୁଣ୍ଡରେ ହାତ ଦେଇ ବସେ | ଏବେ ପିଆଜର ଦାମ୍ (Onion Price) କମ କୁ ନେଇ ଚିନ୍ତାରେ ଚାଷୀ ।
ସୂଚନା ଅନୁଯାୟୀ, ଦେଶର ପିଆଜ ଉତ୍ପାଦନକାରୀ ରାଜ୍ୟ ଭାବରେ ଜଣାଶୁଣା ଗୁଜୁରାଟ (Gujarat) ଓ ମହାରାଷ୍ଟ୍ରର (Maharashtra) ପିଆଜ ଚାଷୀମାନେ (Onion Farmer) ପିଆଜର କମୁଥିବା ଦରଦାମ (Onion Price) ପାଇଁ ଚିନ୍ତାରେ | 2014ରେ ପିଆଜ କିଲୋ ପ୍ରତି 7 ଟଙ୍କାରେ ବିକା ଯାଉଥିବା ବେଳେ , ବର୍ତ୍ତମାନ 2022ରେ ପିଆଜର ଦରଦାମ ଘଟି କିଲୋ ପ୍ରତି 2 ରୁ 3 ଟଙ୍କା ହିସାବରେ ବିକିବାକୁ ପଡୁଛି | ଯାହା ଚାଷୀ ପାଇଁ ଚିନ୍ତାର ବିଷୟ ପାଲଟିଛି |
ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଯେ କି, କିଲୋ ପ୍ରତି 2 ରୁ 3 ଟଙ୍କାରେ ଚାଷୀଙ୍କ ଠାରୁ କିଣା ଯାଉଥିବା ପିଆଜ ଗ୍ରାହକଙ୍କ ପାଖରେ ପହଁଚିଲା ବେଳକୁ କିଲୋ ପ୍ରତି 30 ରୁ 40 ଟଙ୍କାରେ ବିକାଯାଉଛି |
ପିଆଜ ଉତ୍ପାଦନରେ ଗୁଜରାଟ (Gujarat) ଦେଶର ଚତୁର୍ଥ ବୃହତମ ଦେଶ, ଏଠାରେ ଦେଶର 8.21% ପ୍ରତିଶତ ପିଆଜ ଉତ୍ପାଦନ ହୋଇଥାଏ | ଆଜି ଗୁଜରାଟର(Gujarat) ପିଆଜ ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ହ୍ରାସ ହେଉଥିବା ପିଆଜ ଦର | କିଲୋ ପ୍ରତି 1 ରୁ 4 ଟଙ୍କାରେ ପିଆଜ ବିକିବାକୁ ବାଧ୍ୟ ହେଉଛନ୍ତି ଗୁଜୁରାଟର ପିଆଜ ଚାଷୀ
ଗୁଜୁରାଟର (Gujarat) କେତେଟା ମୁଖ୍ୟ ବଜାରରେ ପିଆଜର ଦାମ :
1- ରାଜକୋଟର (Rajkot) ଗୋଡଲ ବଜାରରେ ପିଆଜର ସର୍ବନିମ୍ନ ଦାମ କ୍ୱିଣ୍ଟାଲ ପ୍ରତି 155 ଟଙ୍କାରେ ବିକ୍ରି ହେଉଛି
2 - ରାଜକୋଟର ଜେତପୁର ବଜାରରେ ପିଆଜର ସର୍ବନିମ୍ନ ଦାମ କ୍ୱିଣ୍ଟାଲ ପ୍ରତି 100 ଟଙ୍କାରେ ବିକ୍ରି ହେଉଛି , ଯାହା ଚାଷୀଙ୍କ ମୁଣ୍ଡ ବଥାର କାରଣ ପାଲଟିଛି |
3 - ଭାବନଗରର ମହୁଵା ବଜାରରେ ପିଆଜର ସର୍ବନିମ୍ନ ଦାମ କ୍ୱିଣ୍ଟାଲ ପ୍ରତି 150 ଟଙ୍କା ରହିଛି
ପିଆଜ ଚାଷୀଙ୍କର ସମସ୍ୟା ବୁଝୁଥିବା ଭାରତ ଦିଘାଲଙ୍କର (Bharat Dighal) ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ , ଗୁଜୁରାଟ , ରାଜସ୍ଥାନ , ମହାରାଷ୍ଟ୍ର ଭଳି ପିଆଜ ଉତ୍ପାଦନ କରୁଥିବା ରାଜ୍ୟ ମାନଙ୍କର ଦୁର୍ଦ୍ଦଶା ଏହି ବର୍ଷ ସର୍ବାଧିକ | ଲାଭ ତ ଦୂରର କଥା ଉପଯୁକ୍ତ ବିକ୍ରି ମୂଲ୍ୟ ଅଭାବରୁ ପିଆଜ ଚାଷରୁ ମୂଳ ଧନ ମଧ୍ୟ ଉଠାଯାଇପାରୁନି |
ପ୍ରକାଶ ଥାଉ କି, ଦିଘାଲଙ୍କ କହିବା କଥା କେନ୍ଦ୍ର ସରକାର ଯଦି ପିଆଜ ଚାଷ (Onion Farmer) ସହ ଖାଉଟି ବା ଗ୍ରାହକ ମାନଙ୍କ ଉପରେ ଧ୍ୟାନ ଦେଇ ଏହାର ଏକ ସଠିକ ମୂଲ୍ୟ ଧାର୍ଯ୍ୟ କରନ୍ତି ତେବେ ହୁଏତ ଚାଷୀ ମାନଙ୍କୁ କିଛି ମାତ୍ରରେ ଏହି ଦୁର୍ଦ୍ଦଶାରୁ ମୁକ୍ତି ମିଳନ୍ତା |
Share your comments