1. କୃଷି ଖବର

Heat Wave Warning: ୧୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି .....

Tanushree Mahapatra
Tanushree Mahapatra
orange warning for 18 districts in odisha, image source - pixeles

orange warning for 18 districts in odisha, image source - pixeles

ଜଳୁଛି ସାରା ରାଜ୍ୟ । ୩୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩.୬ ସହ ଭୁବନେଶ୍ବର ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର । ସେହିପରି ୬ଟି ଜିଲ୍ଲାକୁ ସିଭିୟର ହିଟୱେଭ୍‌ ୱାର୍ଣ୍ଣିଂ ଜାରି କରିଛି l

ଅନ୍ୟପଟେ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତିନି ଦିନ ଅସହ୍ୟ ତାତି ସହ ୨୧ ତାରିଖ ପରେ ବଦଳିବ ପାଣିପାଗ । ବର୍ଷା ପରେ ରାଜ୍ୟରେ ତାତି କମିବାର ଆଶଙ୍କା ରହିଛି l

ପାଣିପାଗ ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ୪୩.୫ ତାପମାତ୍ରା ଏବଂ ଅନୁଗୁଳର ତାପମାତ୍ରା ୪୩.୩ ଡିଗ୍ରୀ ରହିଥିଲା ଗତକାଲି । ତେବେ ଝାରସୁଗୁଡ଼ା ୪୨.୮ ଓ ବାରିପଦା ଜିଲ୍ଲାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଥିଲା l ସେହିପରି ମାଲକାନଗିରି, ଟିଟିଲାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୪୨.୫ ଡିଗ୍ରୀ ରହିଥିଲା l ଜଗତସିଂହପୁର ୪୨.୩ ଡିଗ୍ରୀ , ବାଲେଶ୍ବର, ନୂଆପଡ଼ା, ତାଳଚେର ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରେ ୪୨.୨ ତାପମାତ୍ରା ରେକର୍ଡ କରାଯାଇଛି ଗତକାଲି ।

ସେହିପରି ଭବାନୀପାଟଣା, ବଲାଙ୍ଗିର, ନୟାଗଡ଼, ଡେଙ୍କାନାଳ ସହରର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି । ଯାଜପୁର ଓ ପାରଳାଖେମୁଣ୍ଡିରେ ୪୧.୮ ଡିଗ୍ରୀ , ହୀରାକୁଦ ୪୧.୬ ଡିଗ୍ରୀ , କେନ୍ଦ୍ରାପଡ଼ା, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୧.୪, ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ କ୍ରମାଗତ ଭାବରେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଶୁଷ୍କ ପବନ ଅତିବାହିତ ହେଉଥିବାରୁ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହୁଛି ଦିନ ତାପମାତ୍ରା ।

ସେହିପରି ଆସନ୍ତାକାଲି ୨୦ ତାରିଖ ପରେ ପରେ ପାଗ ବଦଳିବା ସହ ୨୧ ତାରିଖରୁ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଝଡ଼ତୋଫାନ ହେବା ସାଙ୍ଗକୁ ଘଡଘଡି ସହ ବିଜୁଳି ସମ୍ଭାବନା ରହିଛି ରାଜ୍ୟରେ । ତେବେ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ପରେ ଆଶ୍ୱସ୍ତି ଆଣିପାରେ ବର୍ଷା ।

ଅଧିକ ପଢ଼ନ୍ତୁ

MFOI, VVIF Kisan Bharat Yatra: ଆଗ୍ରାରେ ଚାଷୀଙ୍କ ସହ ବିଶେଷ ଆଲୋଚନା

Mahindra 265 DI: 33hp ରେ ଦେଶର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments