1. କୃଷି ଖବର

One Nation One Ration Card: ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ

ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା (ଓଏନ୍‌ଓଆର୍‌ସି)ରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ କରା ଯାଇଛି ।

Shuvanshu Kar
Shuvanshu Kar
Over 77 crore portable transactions recorded in One Nation One Ration Card Scheme

Over 77 crore portable transactions recorded in One Nation One Ration Card Scheme

ଆସନ୍ତା ସପ୍ତାହରେ ସଫଳ ଶୁଭାରମ୍ଭର ୩ ବର୍ଷ ପୂରଣ କରିବ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା(One Nation One Ration Card Scheme) । ତେବେ ଏହାରି ଭିତରେ ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା (ONORC)ରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର(portable transactions) ରେକର୍ଡ କରା ଯାଇଛି ।

ଖାଦ୍ୟ ଏବଂ ସାଧାରଣ ବଂଟନ ବିଭାଗ "ୱାନ୍ ନେସନ୍ ୱାନ୍ ରାସନ କାର୍ଡ’ (ଓଏନ୍‌ଓଆର୍‌ସି) ଯୋଜନାର ସଫଳତାକୁ ପାଳନ କରିବା ନିମନ୍ତେ ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯାହା ୯ ଅଗଷ୍ଟ ୨୦୧୯ରେ ଚାରିଟି ରାଜ୍ୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା ।

ଓଏନ୍‌ଓଆର୍‌ସି ଏକ ପ୍ରଯୁକ୍ତି ସଂଚାଳିତ ଯୋଜନା ଅଟେ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‌ଏସ୍‌ଏ) ଅଧୀନରେ ରାସନ କାର୍ଡକୁ ସାରା ଦେଶରେ ପୋର୍ଟେବିଲିଟି ନିମନ୍ତେ ଲାଗୁ କରା ଯାଉଛି । ଏହି ପ୍ରଣାଳୀ ସମସ୍ତ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କୁ, ବିଶେଷ ରୂପରେ ପ୍ରବାସୀ ହିତାଧିକାରୀ ମାନଙ୍କୁ, ବାୟୋମେଟ୍ରିକ୍ / ଆଧାର ପ୍ରମାଣୀକରଣ ସହିତ ସେମାନଙ୍କ ନିକଟରେ ରହିଥିବା ପ୍ରଚଳିତ ରାସନ କାର୍ଡ ମାଧ୍ୟମରେ ଦେଶରେ କୌଣସି ଉଚିତ୍ ମୂଲ୍ୟର ଦୋକାନ (ଏଫ୍‌ପିଏସ୍‌) ରୁ ସେମାନଙ୍କର ହକ୍ ପ୍ରାପ୍ୟ ଖାଦ୍ୟଶସ୍ୟର ସମ୍ପୂର୍ଣ୍ଣ କିମ୍ବା କିଛି ଅଂଶ ପାଇବା ପାଇଁ ଦାବି କରିବା ନିମନ୍ତେ ଅନୁମତି ଦେଇଥାଏ ।

ଏହି ପ୍ରଣାଳୀ, ଯଦି ଅନ୍ୟ କେହି ସେହି ପରିବାରର ସଦସ୍ୟ ଥାଆନ୍ତି, ଯେତେବେଳେ ସେମାନେ ଘରକୁ ଫେରନ୍ତି, ସେହି ରାସନ କାର୍ଡରେ ଅବଶିଷ୍ଟ ଖାଦ୍ୟଶସ୍ୟ ନିମନ୍ତେ ଦାବି କରିବା ପାଇଁ ଏହା ଅନୁମତି ଦେଇଥାଏ ।

୯ ଅଗଷ୍ଟ, ୨୦୧୯ରେ ଆରମ୍ଭ ହେବା ପରେ, ଖୁବ୍ କମ୍ ସମୟ ମଧ୍ୟରେ, ଏବେ ଏହା ସାରା ଦେଶରେ ୩୬ଟି ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଲାଗୁ କରା ଯାଇଛି । ଆସାମ ହେଉଛି ଆଗକୁ ଆସି ଏଥିରେ ସାମିଲ୍ ହେବାରେ ଶେଷ ରାଜ୍ୟ ଭାବରେ ଜୁନ୍ ୨୦୨୨ରେ ଏହି ଯୋଜନାରେ ସାମିଲ୍ ହୋଇଛି ଏବଂ ଏହି ପ୍ରକାରର ଯୋଜନା ସର୍ବ ଭାରତୀୟ ସ୍ତରରେ ଲାଗୁ ହେବାର କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ପ୍ରଦାନ କରିଛି । ଖାଦ୍ୟ ସୁରକ୍ଷା ଏବେ ସମଗ୍ର ଦେଶରେ ପୋର୍ଟେବଲ୍ ଅଟେ । ଏହି ଯୋଜନା ଦେଶରେ ନିଜ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଧରଣର ନାଗରିକ କେନ୍ଦ୍ରିତ ପଦକ୍ଷେପ ଅଟେ । ବର୍ତମାନ ସମୟରେ, ଏହି ପ୍ରଣାଳୀ ପ୍ରାୟ ସମସ୍ତ (୮୦ କୋଟି) ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କୁ (ପାଖାପାଖି ସମସ୍ତ ଏନ୍‌ଏଫ୍‌ଏସ୍‌ଏ ଜନସଂଖ୍ୟା)କୁ ପରିସରଭୁକ୍ତ କରି ସାରିଛି । ସର୍ବୋପରି, ଏହି ଯୋଜନା ଅଧୀନରେ ପ୍ରତି ମାସରେ ପାଖାପାଖି ୩ କୋଟି ପୋର୍ଟେବିଲିଟି କାରବାର ଉଲ୍ଲେଖ କରା ଯାଉଛି ।

ସମସ୍ତ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କର ଲାଭ ନିମନ୍ତେ ଓଏନ୍‌ଓଆର୍‌ସି "ମେରା ରାସନ’ ଉପରେ ଏକ ବିଶେଷ ରୂପରେ ଅନୁକୂଳିତ ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ ମଧ୍ୟ ଆରମ୍ଭ କରା ଯାଇଛି । ଆପ୍ଲିକେସନ୍ ବହୁବିଧ କାର୍ଯ୍ୟ ଦକ୍ଷତା ପ୍ରଦାନ କରିଥାଏ ଏବଂ ବିଶେଷ ରୂପରେ ପ୍ରବାସୀ ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ମାନଙ୍କ ନିମନ୍ତେ ରାସନର ପୋର୍ଟେବିଲିଟିକୁ ସହଜ କରିବା କାର୍ଯ୍ୟକୁ । ସର୍ବୋପରି, ଏହି ଆପ୍ଲିକେସନ ଏବେ ୧୩ଟି ଭାଷାରେ ଉପଲବ୍ଧ ହେଉଛି ।

ଏହା ବ୍ୟତୀତ, ଓଏନ୍‌ଓଆର୍‌ସି ଅଧୀନରେ ଅଧିକାଂଶ ରାଜ୍ୟ / କେନ୍ଦ୍ର ଶାସିତ ଅଂଚଳରେ ୫ ଅଙ୍କ ବିଶିଷ୍ଟ ‘୧୪୪୪୫' ଟୋଲ୍ ଫ୍ରି ନମ୍ବର ମଧ୍ୟ ଉପଲବ୍ଧ ଅଛି ।

ଖୁସି ଖବର ; ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ରାସନ, ଉଠାନ୍ତୁ ଲାଭ...

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଗୁଡ ନ୍ୟୁଜ, କେନ୍ଦ୍ର ସରକାର କଲେ ବଡ଼ ଘୋଷଣା,ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments