
Paddy crop over 34K hectares hit by dwarf disease in Punjab
ପଞ୍ଜାବରେ 34,000 ହେକ୍ଟରରୁ ଅଧିକ ଧାନ ଫସଲରେ(Paddy crop) dwarf ରୋଗ ପରିଲକ୍ଷିତ ହୋଇଛି । ରାଜ୍ୟ କୃଷି ବିଭାଗ ଏହି ରୋଗ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ହାରାହାରି ପାଞ୍ଚ ପ୍ରତିଶତ ଫସଲ ନଷ୍ଟ(paddy crop damage) ହେବାର ଆକଳନ କରିଛି।
ସୋମବାର କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଦ୍ୟତମ ସର୍ବେକ୍ଷଣ ଅନୁଯାୟୀ, ମୋହାଲିରେ 6,440 ହେକ୍ଟର, ପଠାନକୋଟରେ 4,520 ହେକ୍ଟର, ଗୁରୁଦାସପୁରରେ 3,933 ହେକ୍ଟର, ଲୁଧିଆନାରେ 3500 ହେକ୍ଟର, ପଟିଆଲାରେ3500 ହେକ୍ଟର ଧାନ କ୍ଷେତରେ ଏହି ରୋଗର ବିସ୍ତାର ହୋଇଛି ।
ଲୁଧିଆନା ସ୍ଥିତ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟ ପୂର୍ବରୁ ରାଜ୍ୟର ଅନେକ ଅଞ୍ଚଳରେ ଧାନ ଫସଲରେ ରୋଗ ପଛରେ ଦକ୍ଷିଣ ଚାଉଳ ବ୍ଲାକ ଷ୍ଟ୍ରିକ ଡ୍ବାର୍ଫ ଭାଇରସ(SRBSDV) ପ୍ରକୋପ ଦେଖିଥିଲା । ଏହାକୁ ଡ୍ବାର୍ଫ ରୋଗ କୁହାଯାଏ ।
ଏହି ଭୂତାଣୁ ପ୍ରଥମେ 2001 ମସିହାରେ ଦକ୍ଷିଣ ଚୀନରେ ଦେଖିବାକୁ ମିଳିଥିଲା । ପରେ ଏହା ବର୍ତ୍ତମାନ ପଞ୍ଜାବରେ ଦେଖିବାକୁ ମିଳିଛି । କୃଷି ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ରୋଗ ଫଳରେ କେତେକ ଫସଲ ନଷ୍ଟ ହେଉଛି । ସାଧାରଣ ଫସଲ ତୁଳନାରେ ରୋଗାଗ୍ରସ୍ତ ଫସଲଗୁଡିକର ଉଚ୍ଚତା ଅଧାରୁ ଏକ ତୃତୀୟାଂଶ ଉଚ୍ଚତା ରହିଥିଲା ।
ଧାନ ଗଛରେ ରୋଗର ଖବର ଆସିବା ପରେ ପଞ୍ଜାବର ଧାନ କ୍ଷେତରେ ଏହାର ପ୍ରଭାବ ଆକଳନ କରିବାକୁ ରାଜ୍ୟ କୃଷି ବିଭାଗ ଏକ ସର୍ଭେ କରିଥିଲା। ସର୍ବେକ୍ଷଣ ଅନୁଯାୟୀ ପଞ୍ଜାବର 34,347 ହେକ୍ଟର ଧାନ କ୍ଷେତରେ ରୋଗ ଦେଖିବାକୁ ମିଳିଛି। ମୋହଲି, ପଠାନକୋଟ, ଗୁରୁଦାସପୁର ଏବଂ ଲୁଧିଆନାର ଚାଷ ଜମି ଏହି ରୋଗ ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି ।
ବିଶେଷଜ୍ଞଙ୍କ ଅନୁଯାୟୀ, PR-121 ଧାନ କିସମରେ ଏହି ରୋଗର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଛି । କାରଣ କୃଷକମାନେ ଏହାକୁ ଜୁନ୍ 20 ପରେ ବୁଣିବାକୁ କହିବା ସତ୍ତ୍ୱେ ସମୟ ପୂର୍ବରୁ ବୁଣିଥିଲେ ।
Share your comments