1. କୃଷି ଖବର

ଚଣା ବିକୁଛନ୍ତି ପଦ୍ମଶ୍ରୀ

ସମସ୍ତଙ୍କୁ ଚଣା ବିକ୍ରି କରି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପଦ୍ମଶ୍ରୀ ହଳଧର ନାଗ ।

Shuvanshu Kar
Shuvanshu Kar
Padma Shri Haldhar Nag Sells Pea Curry In Bargarh

Padma Shri Haldhar Nag Sells Pea Curry In Bargarh

ଆଜିକାଲି ଟିକିଏ ସମ୍ମାନ ପାଇବା ପରେ ଲୋକେ ନିଜ ମୂଳତ୍ବକୁ ଭୁଲିଯାଉଛନ୍ତି । ହେଲେ ତାଙ୍କ ପାଖରେ ସମ୍ମାନ ଅଛି ଆଉ ପ୍ରତିଷ୍ଠା ବି । ମାତ୍ର ଭୁଲି ନାହାନ୍ତି ନିଜର ପୁରୁଣା ପରମ୍ପରା । ସମସ୍ତଙ୍କୁ ଚଣା ବିକ୍ରି କରି ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ପଦ୍ମଶ୍ରୀ ହଳଧର ନାଗ(Padma Shri Haldhar Nag) । ଜୀବନ ଜୀବିକା ସହ ଅତିତକୁ କେବେ ଭୁଲି ପାରିନାହାଁନ୍ତି ହଳଧର ।

ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ପରେ ବି ବଦଳି ନାହିଁ ପୁରୁଣା ପରମ୍ପରା । ଲୋକଙ୍କୁ ନିଜର ହାତରନ୍ଧା ରାଗ ଚଣା ତରକାରୀ ଖୁଆଇଛନ୍ତି ହଳଧର ନାଗ(Padma Shri Haldhar Nag) । ବରଗଡ଼ ଜିଲ୍ଲା ଘେଁସ ଜମିଦାରଙ୍କ ଜମିଦାରୀ ସମୟରୁ ରାଜବାଟିରେ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି ରଥଯାତ୍ରା । ତେବେ ଏହି ଅବସରରେ ପଦ୍ମଶ୍ରୀ ହଳଧର ନାଗ(Padma Shri Haldhar Nag) ଚଣା ରାନ୍ଧି ସମସ୍ତଙ୍କୁ ଖୁହାଇଥାନ୍ତି ।

ରାଗଚଣା ବା ଘୁଗୁନି ବିକ୍ରୀ କରି ପେଟପାଟଣା କରୁଥିଲେ ହଳଧର ନାଗ । ପରେ ପଦ୍ମଶ୍ରୀ ଭଳି ଜାତୀୟ ସମ୍ମାନ ପାଇଲା ପରେ ମଧ୍ୟ ନିଜର ପୁରୁଣା ବ୍ୟବସାୟ ବନ୍ଦ କରିନାହାନ୍ତି ହଳଧର । ପଦ୍ମଶ୍ରୀଙ୍କ ହାତରୁ ରାଗଚଣା ଖାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମେ ।

ଚଣା ବିକ୍ରି କରି ଯାହା ଦି ପଇସା ମିଳେ, ସେଥିରେ ବାପ ମାଆ ଛେଉଣ୍ଡ ପିଲାଙ୍କୁ କାମରେ ଲଗାଇଥାନ୍ତି ହଳଧର । ପଦ୍ମଶ୍ରୀ ମିଳିବାପରେ ସେ ଯେଉଁ ଟଙ୍କା ପାଉଛନ୍ତି, ତାକୁ ଦଳିତ ଅନାଥ ପିଲାଙ୍କୁ ପାଠ ପଢାରେ ଖର୍ଚ୍ଚ କରିଦେଉଛନ୍ତି ହଳଧର ନାଗ ।

ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ରେ ହଳଧର ନାଗଙ୍କ ଜନ୍ମ । ମାତା ଗୁରୁବାରୀ ଓ ପିତା ଭଜ ନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ, ହଳଧର ସର୍ବ କନିଷ୍ଠ । ଦିନମଜୁରିଆ ପିତା ଭଜନାଗ, ପୁଅ ହଳଧରଙ୍କୁ ମାତ୍ର ୩ୟ ଶ୍ରେଣୀ ଯାଏଁ ପାଠ ପଢେଇ ପାରିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ସେ ଜଣେ ପାଣି ଭାରୁଆ ଭାବେ କାମ କରୁ ଥିଲେ ।

ଗୋଲମରିଚ ଚାଷ ଦେଇଥିଲା ପଦ୍ମଶ୍ରୀ ସମ୍ମାନ

୧୧୩ ଜଣଙ୍କୁ ପଦ୍ମ ସମ୍ମାନ …

ମାତ୍ର ୧୦ବର୍ଷ ବୟସରୁ ହଳଧର ନିଜ ପିତାମାତାଙ୍କୁ ହରେଇଥିଲେ । ନିଜ ଗୁଜୁରାଣ ମେଣ୍ଟାଇବା ପାଇ ସେ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକନ କରି ଗୁଜୁରାଣ ମେଣ୍ଟାଉ ଥିଲେ । ସେଇଠି ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ହଳଧର ନିଜେ ନିଜେ ଅଭ୍ୟାସ କରୁଥିଲେ ।

ଶିକ୍ଷାରୁ ବଞ୍ଚିତ ହଳଧରଙ୍କ ସାହିତ୍ୟ ସର୍ଜନାରେ କେବେ ବାଧା ଆସିନାହିଁ । ଆରମ୍ଭରୁ ସମ୍ବଲପୁରୀ ଲୋକ କାହାଣୀ ଲେଖୁଥିବା ହଳଧର, ୧୯୯୦ ମସିହାରେ ନିଜ ପ୍ରଥମ କବିତା "ଧୋଡୋ ବରଗଛ୍" ଲେଖିଥିଲେ । ନିଜର ଅନୁଭୁତିକୁ ପାଥେୟ କରି ସେ ଲେଖିଛନ୍ତି ଅନେକ ଲୋକକାବ୍ୟ । ସମ୍ବଲପୁରୀ ଭାଷାରେ ତାଙ୍କର ଅନେକ କିମ୍ବଦନ୍ତୀ ମୁଳକ କାବ୍ୟ ଅଛି । ତାଙ୍କ ରଚନା ମଧ୍ୟରୁ "ମହାସତୀ ଉର୍ମିଳା" ସର୍ବଶ୍ରେଷ୍ଠ ବୋଲି ହଳଧର ମନେ କରନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments