1. କୃଷି ଖବର

Rootin' For Radish: ମୂଳାଚାଷୀଙ୍କ ପାଇଁ ନୂଆ ପଦକ୍ଷେପ

ଏହି ନୂତନ ଚିନ୍ତାଧାରା ଚାଷ ଜଗତରେ ଆଣିବ ଏକ ବୈପ୍ଲବିକ ପରିବର୍ତ୍ତନ...

Tanushree Mahapatra
Tanushree Mahapatra
panel discussion in krishi jagran

panel discussion in krishi jagran

ମୂଳା , ଯେଉଁଥିରେ ଭରପୁର ରହିଛି ପୋଷାକ ତତ୍ତ୍ୱ l ଯାହାର ଚାହିଦାକୁ ନେଇ ହୁଏତ ଏ ପର୍ଯ୍ୟନ୍ତ ଚାଷୀ ଅଜାଣତ ରହିଛନ୍ତି l ବିହନ ବୁଣୁବା ଠାରୁ ଆରମ୍ଭ କରି ବଜାରରେ ବିକ୍ରି ପର୍ଯ୍ୟନ୍ତ ସଚେତନତା ସଠିକ ରହିନାହିଁ ଯେଉଁଥିପାଇଁ ମୂଳା ଚାଷ ଖୁବ କମ ଚାଷ ହେଉଥିବା ଦେଖିବାକୁ ମିଳୁଛି l

ତେବେ ବିଭିନ୍ନ ଦିଗ ଉପରେ ନଜର ଦେଇ କୃଷି ଜାଗରଣ ଆଜି ଏକ ବିଶେଷ ଆଲୋଚନା ଚକ୍ର ଅନୁଷ୍ଠିତ କରିଥିଲା l ଯାହାର ବିଷୟବସ୍ତୁ ରହିଥିଲା Rootin' For Radish l ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରର ମୁଖ୍ୟ ପ୍ରୟୋଜକ ହେଉଛି ମହିନ୍ଦ୍ରା ଟ୍ରାକ୍ଟରସ l ମୁଖ୍ୟତଃ କୃଷି ଜାଗରଣର ପ୍ରତିଷ୍ଠାତା ଏମ. ସି ଡୋମିନିକଙ୍କ ଏହି ନୂତନ ଚିନ୍ତାଧାରା ଚାଷ ଜଗତରେ ଆଣିବ ଏକ ବୈପ୍ଲବିକ ପରିବର୍ତ୍ତନ l

ଗତ ୨୦୨୩ ଆର୍ଥିକ ବର୍ଷରେ କୃଷି ଜାଗରଣ ଏକ କୃଷି ମହାକୁମ୍ଭ ଆୟୋଜିତ କରିଥିଲା l ଯାହାର ନା ରହିଥିଲା ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୩ l ଯେଉଁଠି ଦେଶର କୋଣ ଅନୁକୋଣରୁ ଚାଷୀ ସାମିଲ ହୋଇଥିଲେ l ତେବେ ବିଭିନ୍ନ କଟେଗୋରୀରେ ଦେଶର କୋଟିପତି କୃଷକ ସମ୍ମାନିତ ହୋଇଥିଲେ l ତେବେ ଚଳିତ ବର୍ଷ ମଧ୍ୟ ଏହି ପୁରସ୍କାର ସୋ ଆୟୋଜିତ କରିବାକୁ ଯାଉଛି କୃଷି ଜାଗରଣ ସଂସ୍ଥା l ସମ୍ମାନିତ କଟେଗୋରୀ ମଧ୍ୟରେ ଦେଶର ମିଲେନିୟର୍ ମୂଳା ଚାଷୀଙ୍କୁ ସମ୍ମାନିତ କରିବା ପାଇଁ ପଦକ୍ଷେପ ନିଆଯାଇଛି l ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ପୁରସ୍କାରରେ ମିଲେନିୟର୍ ମୂଳା ଚାଷୀଙ୍କୁ କରାଯିବ ସମ୍ମାନ l ତେବେ ମିଲେନିୟର୍ ମୂଳା ଚାଷୀ କଟେଗୋରୀ ପୁରସ୍କାରରେ ସାମିଲ ହୋଇଛି ସୋମାନି ସିଡ୍ସ ( Powered by SOMANI SEEDZ ) l ସବୁଠାରୁ ବଡ଼ ବିଷୟ ହେଉଛି ଏହି କମ୍ପାନୀ ଏକ ନୂତନ ବ୍ରିଡ ର ମୂଳା ବିହନ ଉତ୍ପନ କରିଛନ୍ତି ଯାହା ଚାଷୀଙ୍କ ପାଇଁ ବରଦାନ ସଦୃଶ l ବ୍ରିଡର ନାମ ହେଉଛି HY RADISH X-35' l

ଶ୍ରୀଯୁକ୍ତ କମଲ ସୋମାନି ( Managing Director Of Somani kanak Seedz ) କହିଥିଲେ ଯେ, ମୂଳା ଚାଷ ଖୁବ ଲାଭକାରୀ ଚାଷ ହୋଇଥିଲେ ସୁଦ୍ଧା ଏଥିପ୍ରତି କାହାର ଧ୍ୟାନ ନାହିଁ l ଉତ୍ପାଦିତ ଏହି ନୂଆ ବିହନ ଚାଷୀଙ୍କ ପାଇଁ ମାର୍ଜିନଲ ଚାଷୀଙ୍କ ପାଇଁ ବରଦାନ ସଦୃଶ l ଖୁବ ଲାଭ ପ୍ରଦାନ କରିବ ଏହା ଚାଷୀଙ୍କୁ l ଫେବୃଆରୀ ମାସରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଚାଷୀ ଏକ ଚାଷ କରି ପାରିବେ l ୪୦ ଦିନ ମଧ୍ୟରେ ଏହି ମୂଳା ଅମଳ ପ୍ରଦାନ କରିବ l ୩ କିଲୋଗ୍ରାମ HY RADISH X-35' ବିହନ ଆବଶ୍ୟକ ହୋଇଥାଏ ୧ ଏକର ଜମିରେ l ଏଥିପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ନାହିଁ l

ଡଃ ପ୍ରଭାତ କୁମାର ( commissioner of Horticulture ) କହିଥିଲେ ଯେ , ଉଚିତ ବଜାର ଆବଶ୍ୟକ ମୂଳା ପାଇଁ l ଉତ୍ପାଦ ପାଇଁ ଉଚିତ ବଜାର ହେଲେ ଚାଷୀ ଏଥିପ୍ରତି ଉତ୍ସାହିତ ହେବେ l ନୂତନ ଜ୍ଞାନକୌଶଳର ମଧ୍ୟ ଆବଶ୍ୟକ ରହିଛି ମୂଳା ଚାଷୀଙ୍କୁ l ଯାହା ତାଙ୍କୁ ଅଜଣା ରହିଛି ଏବଂ ସଠିକ ସଚେତନତାର ଅଭାବ ମଧ୍ୟ ରହିଛି l ଏ ସମସ୍ତ ଦିଗ ଉପରେ ଆଲୋଚନା କରିବାକୁ ହେବ l

ଡଃ ଏଚ ପି ସିଂ ( Founder and Charman of CHAI ) କହିଥିଲେ ଯେ, ମୂଳା ରହିଛି ଫାଇବର , କାର୍ବୋହାଇଡ୍ରେଟ ଯାହା ମନୁଷ୍ୟ ଶରୀର ପାଇଁ ନିହାତି ଆବଶ୍ୟକ l ଡାଇବେଟିସ ଥିବା ବ୍ୟକ୍ତି ଏବଂ ସିକଲିଙ୍ଗ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁବ ଉପକାରୀ l କିନ୍ତୁ ମୂଳା ଅଧିକ ଖାଇବା କ୍ଷତିକାରକ ହୋଇଥାଏ l

ଡଃ ସୁଧାକର ପାଣ୍ଡେ( ADG Horticluture ) କହିଥିଲେ ଯେ, ମୂଳା ଡାଏଟ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁବ ଲାଭକାରୀ l କାରଣ, ଏଥିରେ ରହିଛି ଭରପୁର ପୋଷକତତ୍ତ୍ୱ l ଶରୀରରେ ରକ୍ତ ସଞ୍ଚାଳନ କରିବାରେ ମୂଳା ସାହାଯ୍ୟ କରେ l ମୂଳା ରୁ ଅଧିକ ଭିଟାମିନ ମୂଳା ପତ୍ରରେ ରହିଛି l ତେବେ କାନ୍ସ୍ୟୁମରଙ୍କ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ l ଉଚିତ ବଜାର ଓ ଉତ୍ପାଦନର ସଠିକ ସମୟ ମଧ୍ୟ ଚାଷୀଙ୍କୁ ଜାଣିବାକୁ ହେବ l ତେବେ ଜଣେ ମୂଳା ଚାଷୀ ଉଚିତ ଆକାରରେ ଲାଭବାନ ହୋଇପାରିବ l

ଡଃ ନୂତନ କୌଶିକ ( Director General , Food and Agriculture Foundation , Amity University ) କହିଛନ୍ତି ଯେ, ବଜାର ହେଉଛି ମୂଳା ଚାଷୀଙ୍କ ପାଇଁ ମୁଖ୍ୟ l ଚାଷୀ ମୂଳା ଫସଲ ନିୟଣଟିରନ କରିବା ଉଚିତ l ମୂଳା ବାୟୋ-ଚାଷ ଉପରେ ନୂତନ କୌଶଳ ଅଭ୍ୟାସର ଆବଶ୍ୟକତା ରହିଛି l ଅନ୍ୟପଟେ ପ୍ରୋସେସିଂ ମଧ୍ୟ ପ୍ରଧାନ କାର୍ଯ୍ୟ ଯାହା ଚାଷୀଙ୍କ ପାଇଁ ମୁଖ୍ୟ l

ଏହି କାର୍ଯ୍ୟକ୍ରମରେ ତାରାଚାନ୍ଦ ନାମକ ଏକ ଚାଷୀ ଯୋଗଦାନ ଦେଇଥିଲେ l ସେ ଜଣେ ସଫଳ ମୂଳା ଚାଷୀ l ପ୍ରତିମାସ ପ୍ରାୟତଃ ୨ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି ଉତ୍ତରପ୍ରଦେଶ ଏହି ସଫଳ ଚାଷୀ l ଅନ୍ୟ ଚାଷୀଙ୍କ ଭଳି ମୂଳା ଚାଷୀଙ୍କୁ ମଧ୍ୟ ସମ୍ମାନିତ କରିବା ଉଦ୍ଦେଶ୍ୟ ନେଇ ଏହି କମ୍ପାନୀ କୃଷି ଜାଗରଣ ସହିତ ସହଯୋଗ କରିଛନ୍ତି l ଏଥିସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ l

ଆଇଏଚ୍ଏମ୍, ଡକ୍ଟର କମଲ ପନ୍ତ ନିର୍ଦ୍ଦେଶକ ( ପୁସା ) କହିଛନ୍ତି ଯେ ଚାଷୀଙ୍କ ପାଇଁ ମୂଳା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହାଫଳରେ ସେ ତାଙ୍କ ଫସଲ ପାଇଁ ଉପଯୁକ୍ତ ମୂଲ୍ୟ ପାଇପାରିବେ l ଏହା ବ୍ୟତୀତ ସେ ମୂଳା ସହିତ ଜଡିତ ପ୍ରକଳ୍ପ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂଳା ଚାଷ ସହିତ ଚାଷୀ ଅନ୍ୟ ଫସଲ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ ।

ଅଧିକ ପଢ଼ନ୍ତୁ

Radish: ପ୍ରତିଦିନ ଖାଉଛନ୍ତି କି ମୂଳା ! ମିଳିବ ଏହି ସବୁ ସ୍ୱାସ୍ଥ୍ୟ ଉପକାରିତା

Rootin' For Radish: ଏକ ବିଶେଷ ଆଲୋଚନା ଚକ୍ର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments