1. କୃଷି ଖବର

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍ ସମେତ 24ଟି ବିଲ୍ ଆଗତ କରିବାକୁ ଯାଉଛନ୍ତି ।

Shuvanshu Kar
Shuvanshu Kar
Parliament Monsoon Session: Centre set to introduce 24 Bills

Parliament Monsoon Session: Centre set to introduce 24 Bills

ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ(Parliament Monsoon Session) । ଏହାସହିତ ଦେଶର 15 ତମ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ମଧ୍ୟ ଚାଲିଛି । ଏହି ଅଧିବେଶନ(Parliament Monsoon Session)ରେ କେନ୍ଦ୍ର ସରକାର ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍ ସମେତ 24ଟି ବିଲ୍ ଆଗତ କରିବାକୁ ଯାଉଛନ୍ତି । ଅନ୍ୟପକ୍ଷେ ବିରୋଧୀଦଳ 16 ଟି ପ୍ରସଙ୍ଗ ତାଲିକାଭୁକ୍ତ କରିଛନ୍ତି । ଏଥି ମଧ୍ୟରେ ଅଗ୍ନିପଥ ଯୋଜନା, ଦରଦାମ ବୃଦ୍ଧି ଏବଂ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ସାମିଲ ରହିଛି ।

ସୂଚନା ଅନୁଯାୟୀ, ସାମୁହିକ ବିନାଶର ଅସ୍ତ୍ର ଏବଂ ଏଗୁଡିକର ବଣ୍ଟନ ବ୍ୟବସ୍ଥା (ବେଆଇନ କାର୍ଯ୍ୟକଳାପ ନିଷେଧ) ସଂଶୋଧନ ବିଲ୍, 2022 ମୌସୁମୀ ଅଧିବେଶନର ପ୍ରଥମ ଦିନରେ ନିଆଯିବ । ସଂସଦ ଅଧିବେଶନ ଆରମ୍ଭରେ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ସଦସ୍ୟମାନଙ୍କୁ ଜନସାଧାରଣଙ୍କ ସହ ଜଡିତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା କରିବାକୁ ଆହ୍ବାନ ଦେଇଥିଲେ । ସେ ଟ୍ବିଟ କରି କହିଛନ୍ତି ଯେ ଦେଶର ଜନସାଧାରଣ ଆଶା କରୁଛନ୍ତି ଯେ ସେମାନଙ୍କ ସହ ଜଡିତ ପ୍ରସଙ୍ଗରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହେବା ଉଚିତ୍।

ବିରୋଧୀଙ୍କ ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେ ମୌସୁମୀ ଅଧିବେଶନରେ ଆଲୋଚନା ପାଇଁ 16ଟି ପ୍ରସଙ୍ଗ ତାଲିକାଭୁକ୍ତ କରିଛନ୍ତି, ଯେଉଁଥିରେ ସଂଘବାଦର ଚାପ, ଅଗ୍ନିପଥ ଯୋଜନା, ଦରଦାମ ବୃଦ୍ଧି ଏବଂ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ସାମିଲ ରହିଛି । ଏହା ବ୍ୟତୀତ ଜାତୀୟ ସୁରକ୍ଷା ପ୍ରତି ବାହ୍ୟ ବିପଦ, ହେଟ ସ୍ପିଚ, ବିରୋଧୀଦଳର ନେତାଙ୍କ ବିରୋଧରେ ଅଗଣତାନ୍ତ୍ରିକ କାର୍ଯ୍ୟ, ଜାମ୍ମୁ କାଶ୍ମୀରରେ ଅପରାଧ ବୃଦ୍ଧି ଏବଂ କାଶ୍ମୀର ପଣ୍ଡିତଙ୍କ ଉପରେ ଆକ୍ରମଣ ତଥା ଘରୋଇ କ୍ଷେତ୍ରରେ ପଦୋନ୍ନତି ପ୍ରସଂଗ ଉପରେ ମଧ୍ୟ ଆଲୋଚନା କରାଯିବ।

କେତେକ ବଧେୟକ ଯେଭଳି ଭାରତୀୟ ଆଣ୍ଟାର୍କଟିକା ବିଲ୍ 2022 ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ନୂତନ ବିଲ୍ ଗୁଡିକରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ 2022 ଅନ୍ତର୍ଭୁକ୍ତ ଅଛି। ଏହା ସହିତ ଭାରତ ସରକାର ମଧ୍ୟ ଡିଜିଟାଲ୍ ନ୍ୟୁଜ୍ ଇଣ୍ଡଷ୍ଟ୍ରି ଉପରେ ନଜର ରଖିଛନ୍ତି ଏବଂ ଏଥିପାଇଁ ପ୍ରେସ୍ ଏବଂ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ବିଲ୍ 2019 ଆଣିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଏଥିରେ ପ୍ରଥମ ଥର ପାଇଁ ଡିଜିଟାଲ୍ ମିଡିଆ ଇଣ୍ଡଷ୍ଟ୍ରି ଅନ୍ତର୍ଭୁକ୍ତ ହେବ ।

ମୌସୁମୀ ଅଧିବେଶନ ପୂର୍ବରୁ କଣ କହିଲେ ମୋଦି ? ଜାଣନ୍ତୁ...

Presidential election: ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments