1. କୃଷି ଖବର

Presidential election: ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ରାଜ୍ୟଗୁଡିକର ବିଧାନସଭା ଓ ସଂସଦ ଭବନରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହେଉଛି ।

Shuvanshu Kar
Shuvanshu Kar
Droupadi Murmu vs Yashwant Sinha In Presidential Election Today

Droupadi Murmu vs Yashwant Sinha In Presidential Election Today

ଦେଶରେ ରାଷ୍ଟ୍ରପତି ନିର୍ବାଚନ(Presidential Election) ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ଏଥର ଦ୍ରୌପଦୀ ମୁର୍ମୁ୍(Droupadi Murmu)ଙ୍କୁ ଏନଡିଏ(NDA) ପ୍ରାର୍ଥୀ କରିଥିବାବେଳେ ବିରୋଧୀଙ୍କ ଚେହେରା ହୋଇଛନ୍ତି ଯଶୋବନ୍ତ ସିହ୍ନା । ମତଦାନ ପରେ ଜଣାପଡିବ ଦେଶର 15 ତମ ରାଷ୍ଟ୍ରପତି କିଏ ହେବ, ଏନେଇ ସ୍ପଷ୍ଟ ହେବ ଚିତ୍ର ।

ରାଜ୍ୟଗୁଡିକର ବିଧାନସଭା ଓ ସଂସଦ ଭବନରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହେଉଛି । ଏଥିରେ ବିଧାୟକ ଓ ଲୋକସଭା ଏବଂ ରାଜ୍ୟସଭାର ସାଂସଦମାନେ ମତଦାନ କରୁଛନ୍ତି । ବାଲାଟ ପେପରରେ ଏହି ଭୋଟିଂ ଚାଲିଛି ।

ଏଥର ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଉପରେ ଭାରି ପଡୁଥିବା ନଜର ଆସୁଛନ୍ତି । କାରଣ ଅନେକ ବିରୋଧୀ ଦଳ ମଧ୍ୟ ମୁର୍ମୁଙ୍କୁ ନିଜ ସମର୍ଥନ ଘୋଷଣା କରିଛନ୍ତି । ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ମାତ୍ରେ କିଛି ବିରୋଧୀ ଦଳ ମଧ୍ୟ ସାଥିରେ ଛିଡା ହୋଇଥିଲେ । ବିଶେଷକରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ମାୟାବତିଙ୍କ ବିଏସପି, ଶିବସେନା ଭଳି ଦଳ, ଯେଉଁମାନେ ବିରୋଧୀ ଦଳ ସହିତ ଛିଡ଼ାହେବା ନେଇ ଜଣାପଡୁଥିଲା, ସେମାନେ ସମସ୍ତେ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି । ଏହାପରେ ମୁର୍ମୁଙ୍କ ଶକ୍ତି ଆଶାଠୁ ଅଧିକ ବୃଦ୍ଧି ପାଇଛି ।

ଅଙ୍କ ଗଣିତ ଅନୁଯାୟୀ, ଦ୍ରୌପଦୀ ମୁର୍ମୁ ଆଗରେ ରହିଛନ୍ତି । ତେବେ ଏହା କିପରି ସମ୍ଭବ ହେଲା, ଏନେଇ ଆକଳନ ଉପରେ ନଜର ପକାନ୍ତୁ । ରାଷ୍ଟ୍ରପତି ନିର୍ବାଚନରେ ​​ସାଂସଦ ଏବଂ ବିଧାୟକଙ୍କ ସମେତ ମୋଟ 10 ଲକ୍ଷ 81 ହଜାର 991 ଭୋଟ୍ ଅଛି । ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ସଂଖ୍ୟାଗରିଷ୍ଠତା ହେଉଛି 5 ଲକ୍ଷ 40 ହଜାର 996 । ଏବେ ଦେଖନ୍ତୁ କାହା ସମର୍ଥନରେ କେତେ ଭୋଟ ରହିଛି ।

ବିଜେପି ଯାହାଙ୍କୁ ପ୍ରାର୍ଥୀ କରିଛି, ତାଙ୍କ ପାଖରେ ପାଖାପାଖି ସାଢେ 4 ଲକ୍ଷ ଭୋଟ ରହିଛି । YSR କଂଗ୍ରେସ ପାଖରେ 45 ହଜାର ଭୋଟ ଥିବାବେଳେ ବିଜୁ ଜନତା ଦଳ ପାଖରେ 31 ହଜାର ଭୋଟ ରହିଛି । ସେହିପରି 14 ହଜାର ଭୋଟ ସହିତ ମୁର୍ମୁଙ୍କ ସମର୍ଥନରେ ଛିଡା ହୋଇଛି ଜେଡିୟୁ । ତେବେ ଅନ୍ୟାନ୍ୟ ଦଳ ପାଖରେ 93 ହଜାର ଭୋଟ ରହିଛି । ଅର୍ଥାତ ମୋଟ 6 ଲକ୍ଷ 66 ହଜାର 28 ଭୋଟ ମୁର୍ମୁଙ୍କ ସମର୍ଥନରେ ଥିବା ନଜର ଆସୁଛି । ଅନ୍ୟାନ୍ୟ ଦଳ ମଧ୍ୟରେ ଉଦ୍ଧବ ଠାକରେଙ୍କ ସମର୍ଥିତ ସାଂସଦ ଓ ବିଧାୟକ, ଏକନାଥ ସିନ୍ଧେଙ୍କ ସମର୍ଥିତ ସାଂସଦ ଓ ବିଧାୟକ, ଜେଡିଏସ, ବିଏସପି, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚ, ଅକାଳୀ ଦଳ, ଓ SBSP ସାମିଲ ରହିଛନ୍ତି ।

ଅନ୍ୟପକ୍ଷେ ବିରୋଧୀଙ୍କ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରୁଥିବା କଂଗ୍ରେସ ସବୁଠୁ ବଡ ଦଳ । ତେବେ କଂଗ୍ରେସ ପାଖରେ ମୋଟ 37 ହଜାର ଭୋଟ ରହିଛି । ସେହିପରି ତୃଣମୂଳ କଂଗ୍ରେସ ପାଖରେ 58 ହଜାରରୁ ଅଧିକ ଭୋଟ, ଡିଏମକେ ପାଖରେ ପାଖାପାଖି 45 ହଜାର ଭଓଟ, ଏସପି ପାଖରେ 27 ହଜାର ଭୋଟ ରହିଛି । ଟିଆରଏସ ପାଖରେ 24 ହଜାରରୁ ଅଧିକ ଭୋଟ ଥିବାବେଳେ ଆମ ଆଦମୀ ପାର୍ଟି ପାଖରେ ପାଖାପାଖି 21 ହଜାର ଭୋଟ ଅଛି । ତେବେ ଅନ୍ୟାନ୍ୟଙ୍କ ପାଖରେ 88 ହଜାର 212 ଭୋଟ ରହିଛି । ଅନ୍ୟାନ୍ୟଙ୍କ ମଧ୍ୟରେ NCP, RJD, CPI, CPIM, AIMIM ସାମିଲ ରହିଛନ୍ତି ।

ଏହି ସଂଖ୍ୟାକୁ ଯଦି ତୁଳନା କରିବା ତାହେଲେ ମୁର୍ମୁଙ୍କ ସମର୍ଥନରେ 6 ଲକ୍ଷ 66 ହଜାର 28 ବୋଟ ପଡିବାର ସମ୍ଭାବନା ରହିଛି । ବହୁମତ ପାଇଁ 5 ଲକ୍ଷ 40 ହଜାର 996 ଭୋଟ ଆବଶ୍ୟକ । ତେବେ ସଂଖ୍ୟାବଳରୁ ଏହା ସ୍ପଷ୍ଟ ଯେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିଁ ହେବେ ।

ମୋଦିଙ୍କ ମୁହଁରେ ଦ୍ରୌପଦୀଙ୍କ ପ୍ରଶଂସା, ଜାଣନ୍ତୁ କଣ କହିଲେ...

NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଓଡିଶାରେ ଖୁସିର ଲହରୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments