1. କୃଷି ଖବର

Monsoon Session: ସଂସଦରେ ଦରଦାମ ତାତି, ଗର୍ଜିଲେ ବିରୋଧୀ

ଲୋକସଭା ଆରମ୍ଭରୁ ହିଁ ଦରଦାମକୁ ନେଇ ବଢିଥିଲା ତାତି ବଢିଥିଲା । ଦରଦାମ ବୃଦ୍ଧିକୁ ନେଇ ନାରାବିଜ କରିଛନ୍ତି ବିରୋଧୀ । ଏହାପରେ ସଂସଦକୁ ସ୍ଥଗିତ କରିବାକୁପଡିଛି ।

Shuvanshu Kar
Shuvanshu Kar
Parliament Monsoon Session Day 2 highlights: Both Houses adjourned till Wednesday

Parliament Monsoon Session Day 2 highlights: Both Houses adjourned till Wednesday


ସଂସଦର ମୌସୁମୀ ଅଧିବେଶନ(Parliament Monsoon Session)ର ଆଜି ଦ୍ବିତୀୟ ଦିନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଲୋକସଭା ଆରମ୍ଭରୁ ହିଁ ଦରଦାମକୁ ନେଇ ବଢିଥିଲା ତାତି ବଢିଥିଲା । ଦରଦାମ ବୃଦ୍ଧିକୁ ନେଇ ନାରାବିଜ କରିଛନ୍ତି ବିରୋଧୀ । ଏହାପରେ ସଂସଦ(Parliament )କୁ ସ୍ଥଗିତ କରିବାକୁପଡିଛି ।

ବିଜ୍ଞପ୍ତି ସତ୍ତ୍ୱେ ବିରୋଧୀ ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦରଦାମ ବୃଦ୍ଧି ନେଇ ସ୍ଲୋଗାନ ଦେଇଥିଲେ। ଏହି ପ୍ରଦର୍ଶନରେ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଦର୍ଶନରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ସାମିଲ ରହିଥିଲେ ।

ସଂସଦ ପରିସରରେ ହୋଇଥିବା ବିରୋଧ ପ୍ରଦର୍ଶନରେ କଂଗ୍ରେସ ଅଂଶଗ୍ରହଣ କରିଥିଲା। ଏହି ବିକ୍ଷୋଭରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ, ଆଧୀର ରଂଜନ ଚୌଧୁରୀ, ଶଶି ଥରୁର ପ୍ରମୋଦ ତିୱାରୀଙ୍କ ସମେତ ଅନେକ ସାଂସଦମାନେ ଉପସ୍ଥିତ ଥିଲେ ।

ସଂସଦ ଭବନ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ କଂଗ୍ରେସ ସାଂସଦଙ୍କ ବ୍ୟତୀତ ସମାଜବାଦୀ ପାର୍ଟି ସାଂସଦମାନେ ଜିଏସଟି, ଏଲପିଜି ସିଲିଣ୍ଡର ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ ବିରୋଧ ପ୍ରଦର୍ଶନ କରିଛନ୍ତି।

ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳ ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହରେ ହଙ୍ଗାମା କରିଥିଲେ । ମୁଦ୍ରାସ୍ଫୀତି, ଜିଏସଟି ଦର ବୃଦ୍ଧି ଏବଂ ଅଗ୍ନିପଥ ଯୋଜନା ଭଳି ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ଦଳ ଆଲୋଚନା କରିବାକୁ ଦାବି କରିଥିଲେ। ଏହି ପ୍ରଦର୍ଶନ ଯୋଗୁଁ ଲୋକସଭା ଓ ରାଜ୍ୟସଭା ସ୍ଥଗିତ ରଖାଯାଇଛି।

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ମୌସୁମୀ ଅଧିବେଶନ ପୂର୍ବରୁ କଣ କହିଲେ ମୋଦି ? ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments