
Petrol and Diesel prices increased for the eighth time in 9 days know the latest rates in your city
ଆଜି(ବୁଧବାର) ପୁଣିଥରେ ଜନସାଧାରଣ ମୁଦ୍ରାସ୍ଫୀତିର ଝଟକା ପାଇଛନ୍ତି । ଆଜି ନବମ ଦିନରେ ପେଟ୍ରୋଲ (Petrol)ଓ ଡିଜେଲ (Diesel)ର ମୂଲ୍ୟ ଦେଶରେ ଅଷ୍ଟମ ଥର ପାଇଁ ବୃଦ୍ଧି କରାଯାଇଛି । ଗତ ୯ ଦିନରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୮ ଗୁଣ ବୃଦ୍ଧି ପାଇଛି ।
ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ (Petrol)ର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି । ବୁଧବାର ଅର୍ଥାତ୍ ଆଜି ଦେଶରେ ପେଟ୍ରୋଲ (Petrol)ଓ ଡିଜେଲ (Diesel)ର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି।
ଆଜି ରାଜଧାନୀ ଦିଲ୍ଲୀ (DELHI)ରେ ପେଟ୍ରୋଲ (Petrol)ର ମୂଲ୍ୟ ୮୦ ପଇସା ବୃଦ୍ଧି ହେବା ପରେ ଲିଟର ପିଛା ୧୦୧.୦୧ ଟଙ୍କା ମୂଲ୍ୟ ହୋଇଛି । ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି ହେବା ପରେ ଏହା ଲିଟର ପିଛା ୯୨.୨୭ ଟଙ୍କାରେ ବିକ୍ରି ହେଉଛି ।
ଏଥି ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ (Petrol)ର ମୂଲ୍ୟ ୮୫ ପଇସା ବୃଦ୍ଧି ପାଇ ୧୧୫.୮୮ ଟଙ୍କା ହୋଇଛି । ଏଥିସହିତ ଡିଜେଲର ମୂଲ୍ୟ ୭୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୦.୧୦ ଟଙ୍କା ହୋଇଛି ।
ଚେନ୍ନାଇରେ ପେଟ୍ରୋଲ (Petrol)ର ମୂଲ୍ୟ ୭୫ ପଇସା ବୃଦ୍ଧି ପାଇ ଲିଟର ପିଛା ୧୦୬.୬୯ ଟଙ୍କାକୁ ଆସିଛି। ଏଥି ସହିତ ଡିଜେଲର ମୂଲ୍ୟ ୭୬ ପଇସା ବୃଦ୍ଧି ପାଇ ଲିଟର ପିଛା ୯୬.୭୬ ଟଙ୍କା ହୋଇଛି।
କୋଲକାତାରେ ପେଟ୍ରୋଲର ମୂଲ୍ୟ ୮୪ ପଇସା ଓ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି । ଆଜି (ବୁଧବାର) ପେଟ୍ରୋଲ (Petrol) କୋଲକାତାରେ ଲିଟର ପିଛା ୧୧୦.୫୨ ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୫.୪୨ ଟଙ୍କା ହୋଇଛି।
ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ଆଜି ବୃଦ୍ଧି ପାଇଛି,ଜାଣନ୍ତୁ...
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ମଧ୍ୟ ପରିବର୍ତ୍ତନ ହୋଇଛି ଓ ବ୍ରେଣ୍ଟ ଅଶୋଧିତ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରରେ ପହଞ୍ଚିଛି । ଯଦି ଆମେ ଆଜିର ଅଶୋଧିତ ତୈଳ ମୂଲ୍ୟକୁ ଦେଖିବା ତେବେ ନାଇମାକ୍ସ ଅଶୋଧିତ ୧.୦୨ ଡଲାର ତଥା ୦.୯୮ ପ୍ରତିଶତ ବଢ଼ି ୧୦୫.୨୬ ଡାଲରରେ ପହଞ୍ଚିଛି ।
ଏଥିସହିତ, ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧.୧୩ ଡଲାର ତଥା ୧.୦୩ ପ୍ରତିଶତ ହାସଲ କରିବା ପରେ ବ୍ୟାରେଲ ପିଛା ୧୧୧.୩୬ ଡଲାରରେ ପହଞ୍ଚିଛି । ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ଭାରତ ଉପରେ ମଧ୍ୟ ଦେଖାଯାଉଛି ଓ ଏଠାରେ ଇନ୍ଧନ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ପେଟ୍ରୋଲ ଦରରେ ଲାଗୁନି ବ୍ରେକ୍ : ଜାଣନ୍ତୁ ଆଜି କେତେ ଅଛି ରେଟ୍...
ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର,ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏଁ ବଢ଼ିବ
Share your comments