1. କୃଷି ଖବର

Petrol Price: କମିଲା ପେଟ୍ରୋଲ ଦର !

ଆସନ୍ତୁ ଜାଣିବା କେଉଁଠି କେତେ ଦାମ .....

Tanushree Mahapatra
Tanushree Mahapatra
petrol price reduce, image source - pixeles

petrol price reduce, image source - pixeles

କମିଛି ପେଟ୍ରୋଲ ଦାମ l ଅନେକ ଦିନ ବଢି ରହିଥିଲା ଏହି ପେଟ୍ରୋଲ ଦାମ l ଯାହାକୁ ନେଇ ଗାଡି ଚାଳକ ଚିନ୍ତାର ସମ୍ମୁଖୀନ ହୋଇଥିଲେ l ତେବେ ପୁଣି ଥରେ ଦାମ ତଳକୁ ଖସି ଥିବାବେଳେ ଆସନ୍ତୁ ଜାଣିବା କେଉଁଠି କେତେ ଦାମ ରହିଛି l ତେବେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପ୍ରତି ୧୦୧.୫୦ ଟଙ୍କା ରହିଛି ଏବଂ ଡିଜେଲ ମୂଲ୍ୟ ୯୩.୦୬ ଟଙ୍କା ରହିଛି ।

ତେବେ ଏପ୍ରିଲ ୧୯ ଅର୍ଥାତ୍ ଶୁକ୍ରବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୧୦୦.୮୯ ଟଙ୍କା ରହିଥିବାବେଳେ ଡିଜେଲ ମୂଲ୍ୟ ୯୨.୪୭ ଟଙ୍କା ରହିଥିଲା । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୯୬.୭୨ ଟଙ୍କା ରହିଥିଲା l  ଡିଜେଲ ମୂଲ୍ୟ ୮୭.୬୨ ଟଙ୍କା ରହିଥିଲା ନୂଆଦିଲ୍ଲୀରେ । ସେହିପରି ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିନଥିଲା । ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ଓ ଡିଜେଲ ୯୨.୧୫ ଟଙ୍କା ରହିଛି ।

ତେବେ କୋଲକାତାରେ ସୋମବାର ଦିନ ପେଟ୍ରୋଲ ଦାମ ୧୦୩.୯୪ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୯୦.୭୬ ଟଙ୍କା ରହିଥିଲା । ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଦାମ କମିଥିବାର ସୂଚନା ରହିଛି । ପେଟ୍ରୋଲ ଲିଟର ପ୍ରତି ୧୦୦.୭୫ ଟଙ୍କା ଓ ଡିଜେଲ ୯୨.୩୪ ଟଙ୍କା ରହିଥିଲା । ଅନ୍ୟତମ ପ୍ରମୁଖ ସହର ଭାବେ ବେଙ୍ଗାଲୁରୁରେ ଆଜି ପେଟ୍ରୋଲ ଦାମ ୧୦୧.୯୪ ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି ୮୭.୮୯ ଟଙ୍କା ରହିଛି । ଅନ୍ୟପଟେ ଆପଣ ନିଜେ ଘରେ ବସି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦାମ୍ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ ପଠାଇବା ପାରିବେ । ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଛି ତେଣୁ ନିଜ ସହର ଅନୁଯାୟୀ କୋଡ ବ୍ୟବହାର କରନ୍ତୁ ।

ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ଏହି କୋଡ ମିଳିଯିବ ସେହି କୋଡ ଅନୁଯାୟୀ ତଥ୍ୟ ସଂଗ୍ରହ କରନ୍ତୁ ।

ଆପଣ ଜାଣିବାକୁ ଚାହୁଁଥିବା ପେଟ୍ରୋଲ ଦାମ ଆପଣ ପ୍ରତ୍ୟେକ ଦିନ ସକାଳ ୬ଟାରେ ଜାଣିପାରିବେ କାରଣ , ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ଦାମ ସମ୍ପର୍କରେ ଏହି ସମୟରେ ପ୍ରକାଶିତ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢିବାର କାରଣ ହେଉଛି ଏଥିରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଜଡ଼ିତ ରହିଥାଏ ଯେଉଁଥିପାଇଁ ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ ତୈଳର । ବୈଦେଶିକ ମୂଲ୍ୟ ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟକୁ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ଦାମରେ ପ୍ରତିଦିନ ପରିବର୍ତ୍ତନ ହୋଇଥାଏ ।

ଅଧିକ ପଢ଼ନ୍ତୁ

Rain Warning: ୨୧ ଓ ୨୨ ରେ କାଳବୈଶାଖୀ ବର୍ଷା

MFOI, VVIF Kisan Bharat Yatra: ଗୁଜୁରାଟ ରୋଡ୍ ସୋରେ କ’ଣ ଥିଲା ବିଶେଷ!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments