
Petrol will be cheap LPG Cylinder will be expensive this is the new plan of Modi Government
ଦେଶରେ କ୍ରମାଗତ ତୈଳ ଦର (Fuel Price)ରେ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ବୋଝ ବଢ଼ିବାରେ ହିଁ ଲାଗିଛି । ଏହା ସହ ଦେଶରେ ଲଗାତର ଦରଦାମ୍ ବୃଦ୍ଧି କାରଣରୁ ଜନତା ଚିନ୍ତାରେ ଅଛନ୍ତି । ଏହା ମଧ୍ୟରେ ଖବର ମିଳୁଛି ଯେ, ସାଧାରଣ ଜନତାଙ୍କୁ ଖୁବ୍ ଶୀଘ୍ର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ (Petrol-Diesel Rate)ବୃଦ୍ଧିରୁ ହିଁ ରିହାତି ମିଳିବାକୁ ଯାଉଛି ।
ସୂଚନା ଅନୁଯାୟୀ, ବିଜନେସ୍ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି (Excise Duty)ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି । ଯଦି ଏପରି ଘଟେ, ତେବେ ଘରୋଇ ବଜାରରେ ତୈଳ ମୂଲ୍ୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ।
ବିଜନେସ ଟୁଡେରେ ପ୍ରକାଶିତ ଖବରରେ ସୂତ୍ରାନୁସାରେ ଦାବି କରାଯାଇଛି ଯେ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଚିନ୍ତା କରୁଛନ୍ତି । ସେପଟେ ମଙ୍ଗଳବାର (Tuesday)କ୍ରମାଗତ ଷଷ୍ଠ ଦିନ ପାଇଁ ତୈଳ କମ୍ପାନୀଗୁଡିକ ତେଲର ମୂଲ୍ୟ ପରିବର୍ତ୍ତନ କରିନାହାଁନ୍ତି । ମାର୍ଚ୍ଚ ୨୨ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ପେଟ୍ରୋଲ (Petrol)ଓ ଡିଜେଲ (Diesel)ରେ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ଘଟିଥିଲା । ଏହା ସାଧାରଣ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି ।
ଆହୁରି କି, ଏଲପିଜି ସିଲିଣ୍ଡର (LPG Cylinder)ର ମୂଲ୍ୟ ପୁଣି ଥରେ ବଢ଼ିପାରେ । ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପ୍ରକାରେ ବୃଦ୍ଧି ନକରିବାକୁ ସରକାର ଚେଷ୍ଟା କରୁଛନ୍ତି । ତଥାପି ହିଁ, ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର (Commercial Gas Cylinders)ମହଙ୍ଗା ହୋଇପାରେ । ବର୍ତ୍ତମାନ ଦିଲ୍ଲୀର ଘରୋଇ ଏଲପିଜି ସିଲିଣ୍ଡର (LPG Cylinder)ର ମୂଲ୍ୟ ୯୪୯.୫୦ ଟଙ୍କା ରହିଛି ।
୨୦୨୧ ରେ ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ସରକାର ପେଟ୍ରୋଲ (Petrol)ପିଛା ୨୭.୯୦ ଟଙ୍କା ଓ ଏକ୍ସାଇଜ୍ ଡ୍ୟୁଟିରୁ ଡିଜେଲ (Diesel)ପିଛା ୨୧.୮୦ ଟଙ୍କା ଆୟ କରୁଛନ୍ତି । ନଭେମ୍ବର ୨୦୨୧ରେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ କରିଥିଲା । ଏବେ ଯଦି ସରକାର ପୁଣି ଏଥିରେ ହ୍ରାସ କରନ୍ତି, ତେବେ ପେଟ୍ରୋଲ (Petrol Price) ଓ ଡିଜେଲର ଦର (Diesel Price)ରେ ପୁଣି ଥରେ କମି ଆସିପାରେ ।
ପ୍ରକାଶ ଥାଉ ଯେ, ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ପରେ ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ୨୨ ରେ ପେଟ୍ରୋଲ
(Petrol Price)ଓ ଡିଜେଲ (Diesel Price)ର ଦର ବୃଦ୍ଧି କରିଥିଲେ । ସେବେଠାରୁ ତେଲ ବର୍ତ୍ତମାନ ପର୍ଯ୍ୟନ୍ତ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଛି । ତେବେ, ଏପ୍ରିଲ୍ ୭ ଠାରୁ କମ୍ପାନୀଗୁଡିକ କୌଣସି ପ୍ରକାରର ତେଲର ମୂଲ୍ୟ ବୃଦ୍ଧି କରିନାହାଁନ୍ତି ।
Share your comments