
pib fact check if you are also 10th pass then the central government is giving free laptop
କେନ୍ଦ୍ର ସରକାର (Central Government)ଙ୍କ ତରଫରୁ ମାଗଣା ଲାପଟପ ବଣ୍ଟନ ଯୋଜନା (Free Laptop Distribution Scheme) ପରିଚାଳିତ ହେଉଥିଲା, ଯାହା ଅନ୍ତର୍ଗତ ଯୁବକମାନଙ୍କୁ ମାଗଣା ଲାପଟପ (Free Laptop) ଦିଆଯାଇଥାଏ ।
ଏହି ଯୋଜନାକୁ ନେଇ ସୋସିଆଲ ମିଡିଆ (Social Media)ରେ ଏକ ମେସେଜ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୧୦ମ ପାସ ଯୁବକଙ୍କୁ କେନ୍ଦ୍ର ସରକାର (Central Government) ମାଗଣା ଲାପଟପ୍ ଦେଉଛନ୍ତି ବୋଲି ଦାବି କରାଯାଉଛି । ଚାଲନ୍ତୁ ଆପଣଙ୍କୁ କହୁଛୁ ଯେ ଏହି ମେସେଜଟି ସତ କି ମିଛ । ଜାଣନ୍ତୁ...
PIB ଏହି ମେସେଜକୁ ଫ୍ୟାକ୍ଟ-ଚେକ୍ (PIB Fact Check) କରିଛି ଓ ଏହାର ସତ୍ୟତା ବିଷୟରେ ଜାଣିଛି । PIB ଫ୍ୟାକ୍ଟ ଚେକ୍ ମାଧ୍ୟମରେ ଆପଣ କୌଣସି ଭାଇରାଲ୍ ମେସେଜର ସତ୍ୟତା ବିଷୟରେ ଜାଣିପାରିବେ ।
PIB ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟରେ ଲେଖିଛି ଯେ, ଏହି ମେସେଜରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ଲାପଟପ୍ ବିତରଣ ଯୋଜନା ୨୦୨୨ ଅଧୀନରେ ଦଶମ ପାସ୍ ଯୁବକଙ୍କୁ ମାଗଣା ଲାପଟପ୍ ଦିଆଯାଉଛି । ସେପରି କୌଣସି ଯୋଜନା କେନ୍ଦ୍ର ସରକାର (Central Government) ଚଳାଉ ନାହାଁନ୍ତି । ଏହିପରି ମିଛ ବା ଫେକ୍ ମେସେଜକୁ ଫରୱର୍ଡ /ସେୟାର କରନ୍ତୁ ନାହିଁ । ଏହିପରି ଲିଙ୍କ୍ ଓ ୱେବସାଇଟ୍ ଗୁଡିକରେ ଆପଣଙ୍କର ବ୍ୟକ୍ତିଗତ ସୂଚନା ମଧ୍ୟ ସେୟାର କରନ୍ତୁ ନାହିଁ ।
ଫ୍ୟାକ୍ଟ ଯାଞ୍ଚ ପରେ PIB ଏହି ମେସେଜକୁ ସମ୍ପୂର୍ଣ୍ଣ ଫର୍ଜି ବୋଲି କହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜ ପ୍ରତି ସମସ୍ତେ ସାବଧାନ ହେବା ଉଚିତ ବୋଲି PIB କହିଛି । PIB ଲୋକଙ୍କୁ ଏପରି ମେସେଜ ଆଗକୁ ଫରୱର୍ଡ ନ କରିବାକୁ କହିଛି । ଏହିପରି ମେସେଜ ଦ୍ୱାରା ଭ୍ରମିତ ହୋଇ, ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା ଓ ଟଙ୍କାକୁ ବିପଦରେ ପକାଇବେ ।
ପ୍ରକାଶ ଥାଉ ଯେ, ଯଦି ଏପରି କୌଣସି ମେସେଜ ଆପଣଙ୍କ ନିକଟକୁ ଆସେ, ତେବେ ଆପଣ ଏହାର ସତ୍ୟତା ଜାଣିବା ପାଇଁ ଏକ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଆପଣ PIB ମାଧ୍ୟମରେ ଫ୍ୟାକ୍ଟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ୍ ଲିଙ୍କ୍ https://factcheck.pib.gov.in/ ଭିଜିଟ୍ କରିବାକୁ ପଡ଼ିବ । ଏହା ବ୍ୟତୀତ ଆପଣ ଭିଡିଓକୁ ହ୍ୱାଟସ୍ ଆପ୍ ନମ୍ବର +918799711259 କିମ୍ବା ଇମେଲ୍: pibfactcheck@gmail.com କୁ ପଠାଇ ପାରିବେ ।
PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା ; ନୂଆ ନିୟମ ଆଣୁଛନ୍ତି ମୋଦି ସରକାର,ଜାଣନ୍ତୁ...
7th Pay Commission: ଗୁଡ ନ୍ୟୁଜ ; କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ୧୪% ବୃଦ୍ଧି, ମିଳିପାରେ ବକେୟା
Share your comments