1. କୃଷି ଖବର

କୂଟନୀତିରେ ସପୁରୀ!!

ହଁ, ଆପଣ ଠିକ୍ ପଢ଼ିଛନ୍ତି l ବର୍ତ୍ତମାନ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି ତାଇୱାନରେ l ସପୁରୀ ଚାଷରେ ବିଶ୍ୱରେ ପ୍ରଥମ ସ୍ଥାନ ହାସଲ କରିଥିବା ତାଇୱାନ ଉପରେ କ୍ଷମତାଲୋଭୀ ଚୀନ ଲଗାଇଛି ପ୍ରତିବନ୍ଧକ l ତାଇୱାନ ସପୁରୀର ଏକ ମୁଖ୍ୟ ଭାଗ ଚୀନ ଗ୍ରହଣ କରୁଥିଲା l କିନ୍ତୁ ରାଜନୈତିକ ମତଭେଦକୁ କେନ୍ଦ୍ର କରି ଚୀନ ଏହି ସପୁରୀ ଆମଦାନୀ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦେଇଛି l ଚୀନର ଏଭଳି ଉଦ୍ୟମ ବିଫଳ ହୋଇଛି l ତାଇୱାନ ଛୋଟ ରାଷ୍ଟ୍ର ହୋଇଥିଲେ ମଧ୍ୟ ଚୀନ ଆଗରେ ନଇଁଯାଇ ନାହିଁ l ନିଜର ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତା ବଜାୟ ରଖିଛି l

Sugyan Kumar Nayak
Sugyan Kumar Nayak
Pineapple  Farming

କିନ୍ତୁ ଅନ୍ୟ ପାର୍ଶ୍ୱରେ ଦେଖିବାକୁ ଗଲେ ଏହି ସପୁରୀ ଚାଷ ହିଁ ଥିଲା ତାଇୱାନର କୃଷକମାନଙ୍କର ଆର୍ଥିକ ମେରୁଦଣ୍ଡ l ନିଜର କୃଷକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ତାଇୱାନର ବୈଦେଶିକ ମନ୍ତ୍ରୀ, ଜୋସେଫ ଉ ''ସପୁରୀ ସ୍ୱାଧୀନତା ଅଭିଯାନ''ର ଆରମ୍ଭ କରିଦେଇଛନ୍ତି l ଯାହା ଫଳରେ ତାଇୱାନରେ ଏହାର ବ୍ୟବହାର ଉଲ୍ଲେଖନୀୟ ଭାବରେ ବଢ଼ିଛି l ସପୁରୀ ରପ୍ତାନୀରେ ହୋଇଥିବା ଏହି ଅପ୍ରତ୍ୟାଶିତ ପ୍ରତିବନ୍ଧକ ଯୋଗୁଁ ଏହା ଉପରେ କୌଣସି ପ୍ରଭାବ ପଡ଼ିପାରି ନାହିଁ l

ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ, ଜୋସେଫ ଉ ତାଇୱାନର ସମସ୍ତ ନାଗରିକଙ୍କୁ ଅଧିକ ପରିମାଣରେ ସପୁରୀ କିଣି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି, ଏହା ସଙ୍ଗେ ସଙ୍ଗେ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତାଇୱାନ ଠାରୁ ସପୁରୀ ଆମଦାନୀ କରିବାକୁ ସେ ନିଜର ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି l

ତାଇୱାନ ଉପରେ ଏକଚାଟିଆ କ୍ଷମତାଲୋଭୀ ଚୀନର ଏକ ଆର୍ଥିକ ଷଡ଼ଯନ୍ତ୍ର ଅଟେ l ଏହି ଷଡ଼ଯନ୍ତ୍ରରେ ଚୀନ କୌଣସି ସଫଳତା ପାଇପାରିନାହିଁ l ଆମେରିକା, ଜାପାନ ଏବଂ କାନାଡ଼ା ଭଳି ରାଷ୍ଟ୍ରଗୁଡ଼ିକ ତାଇୱାନ ପ୍ରତି ସମର୍ଥନ ଜଣାଇ ଅଧିକ ମାତ୍ରାରେ ସପୁରୀ ଆମଦାନୀ କରିଛନ୍ତି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments