1. କୃଷି ଖବର

ଜୁନ୍‌‌ ସୁଦ୍ଧା ରାଜ୍ୟରେ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ବ୍ୟବସ୍ଥା

ରାଜ୍ୟ ସରକାର ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପ୍ରତି ମୁହୂର୍ତ ରେ ରାଜ୍ୟବାସୀଙ୍କ ପାଇଁ ସୁବିଧା ପାଇଁ ଚିନ୍ତା କରିଥାନ୍ତି l କେତେବେଳେ ଚାଷୀ ର ଚାଷ ଖେତ ପାଇଁ ତ ଆଉ କେତେବେଳେ ରାଜ୍ୟ ବାସୀଙ୍କ ପାଇଁ ଜଳ ଚିନ୍ତା କୁ ଦୂର କରୁଛନ୍ତି ରାଜ୍ୟ ସରକାର l ଆଗରୁ ଗାଁ ତଥା ସହର ର ମଧ୍ୟ କେତେକ ଅଂଚଳରେ ପାଣି ଆଣିବା ପାଇଁ ଡ଼ଫୁର ସ୍ଥାନ କୁ ଯିବା ପାଇଁ ପଡୁଥିଲା l

Tanushree Mahapatra
Tanushree Mahapatra
Piped water to all cities of the state

Piped water to all cities of the state

ରାଜ୍ୟ ସରକାର ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପ୍ରତି ମୁହୂର୍ତ ରେ ରାଜ୍ୟବାସୀଙ୍କ ପାଇଁ ସୁବିଧା ପାଇଁ ଚିନ୍ତା କରିଥାନ୍ତି l କେତେବେଳେ ଚାଷୀ ର ଚାଷ ଖେତ ପାଇଁ ତ ଆଉ କେତେବେଳେ ରାଜ୍ୟ ବାସୀଙ୍କ ପାଇଁ ଜଳ ଚିନ୍ତା କୁ ଦୂର କରୁଛନ୍ତି ରାଜ୍ୟ ସରକାର l ଆଗରୁ ଗାଁ ତଥା ସହର ର ମଧ୍ୟ କେତେକ ଅଂଚଳରେ ପାଣି ଆଣିବା ପାଇଁ ଡ଼ଫୁର ସ୍ଥାନ କୁ ଯିବା ପାଇଁ ପଡୁଥିଲା l ତେବେ ଏବେ ଏହି ସମସ୍ୟା କୁ ଦୂର କରିଛନ୍ତି ରାଜ୍ୟ ସରକାର l  ତେବେ ସୂଚନା ଅନୁଯାୟୀ ଆସନ୍ତା ଜୁନ୍‌‌ ମାସ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳରେ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ହେବ  ବୋଲି ସେ ନିଷ୍ପତି ନେଇଛନ୍ତି ।

ଏବେ ରାଜ୍ୟ ର ପ୍ରତି ଘରକୁ ପାଇପ ଯୋଗେ ପାନୀୟ ଜଳ ( Piped water project ) ପହଞ୍ଚିବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ରାଜ୍ୟର ୮୪ ଟି ସହରରେ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଶେଷ ହୋଇ ସାରିଥିବା ବେଳେ ଜୁନ ସୁଦ୍ଧା ବାକି ୩୧ଟି ସହରରେ ଶତପ୍ରତିଶତ ପାଇପ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଯୋଜନା ରଖିଛି । ଏ ନେଇ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଥିବା ବେଳେ ‘୫-ଟି’ଶାସନ ଆଧାରରେ ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟ ରେ ଜଳ ଯୋଗାଣ ଯୋଜନା ଘର ଠାରୁ ଆରମ୍ଭ କରି ଚାଷୀ ର ଚାଷ ଖେତ ପର୍ଯ୍ୟନ୍ତ ସାହାଯ୍ୟ କରିପାରୁଛି l

ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ଓ ସଂକଳ୍ପର ପ୍ରତିଫଳନ ସ୍ୱରୂପ ବର୍ତ୍ତମାନ ରାଜ୍ୟର ୮୪ଟି ସହରକୁ ଶତ ପ୍ରତିଶତ ପାଇପ ଜଳ ଯୋଗାଣ ହୋଇ ସାରିଛି । ଏବେ ଲୋକଙ୍କୁ ଆଉ ପାଣି ଆଣିବା ପାଇଁ କୌଣସି ଦୂର ସ୍ଥାନ କୁ ଯିବା ପାଇଁ ପଡିବ ନାହିଁ l ତେବେ ଏ ନେଇ ଗୋଷ୍ଠୀ ସମୂହର ପ୍ରତିନିଧି ତଥା ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ ଗଠିତ ଏକ ବହୁବିଧ ସଦସ୍ୟ କମିଟି କ୍ଷେତ୍ରସ୍ତରୀୟ ଯାଞ୍ଚ କଲାପରେ ଏହି ତଥ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ।

ଅନ୍ୟପଟେ ବିଭାଗର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ଶେଭେଚ୍ଛା ଜଣାଯାଇଛି। ରାଜ୍ୟର ୮୪ଟି ସହରରେ ପାଇପ ଯୋଗେ ୧୦୦ ପ୍ରତିଶତ ବିଶୁଦ୍ଧ ପାନୀୟଜଳ ଯୋଗାଇବାରେ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି ବୋଲି ସିଏମଓ ପକ୍ଷରୁ ଟୁଇଟ ଯୋଗେ କୁହାଯାଇଛି। ରାଜ୍ୟ ସରକାର ବର୍ତ୍ତମାନ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ପାଇପ ଯୋଗେ ଜଳ ଯୋଗାଣ ସହିତ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପୁରୀ ଓ ଗୋପାଳପୁର ସହରରେ ଶତ ପ୍ରତିଶତ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନାରେ ପାନୀୟ ଜଳ ଯୋଗାଣ ହେଉଛି। ଏହି ଦୁଇ ସହର ବ୍ୟତୀତ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଜନସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ୱଚ୍ଛ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଛନ୍ତି। ଏଥିପାଇଁ ୫-ଟି ଉପକ୍ରମରେ ଏହି ସୁବିଧା ଦ୍ୱାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବିଶ୍ୱର ବଡ଼ ବଡ଼ ସହରର ବ୍ୟବସ୍ଥା ସହିତ ଏହି ସେବା ଉପଲବ୍ଧ କରିବାରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସୁନାମ ଅର୍ଜନ କରିଛି।

ନିକଟରେ ଭୁବନେଶ୍ୱରବାସୀଙ୍କୁ ନିରବଚ୍ଛିନ ପାନୀୟ ଜଳ ଯୋଗାଣ କରାଯିବା ପାଇଁ ରାଜ୍ୟ ସରକାର କଟକର ମୁଣ୍ଡଳୀଠାରେ ଏକ ୧୩୦ ଏମଏଲଡି ଜଳ ବିଶୋଧନାଗାର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜଳ ବିଶୋଧାନଗାର ନିର୍ମାଣ ପାଇଁ ୨୮୬ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା କାମ ଆରମ୍ଭ ହେବ ଓ ୨୦୨୫ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଓଡ଼ିଶା ଜଳ ଆୟୋଗ (ୱାଟକୋ) ଏହି ଜଳ ବିଶୋଧାନଗାରର ପରିଚାଳନା କରିବାକୁ ଥିବା ବେଳେ ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାକୁ ୨୪/୭ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ମାନର ଜଳ ଯୋଗାଣରେ ସାହାଯ୍ୟ କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚରେ ବଢ଼ିବ ମହଙ୍ଗା ଭତ୍ତା!

ଏହି ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments