1. କୃଷି ଖବର

ଏହି ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି...

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ଯାହା କୃଷକମାନଙ୍କୁ ପ୍ରତି ୪ ମାସରେ ଥରେ ୨୦୦୦ ଟଙ୍କା କିସ୍ତି ଆକାରରେ ମିଳିଥାଏ । କେନ୍ଦ୍ର ସରକାର ଚାଷୀମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଯୋଗ୍ୟ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ବଣ୍ଟନ କରାଯାଇଛି ଓ ୧୩ ତମ କିସ୍ତି ଶୀଘ୍ର ଜାରି କରାଯିବ । ଯେଉଁ ଚାଷୀମାନେ ଏହି ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ପିଏମ କିସାନ ଯୋଜନାର ୱେବସାଇଟରେ ପଞ୍ଜୀକରଣ କରାଇପାରିବେ । କିନ୍ତୁ ଏବେ ଜାଣନ୍ତୁ ଯେ, ଏବେ ନିୟମରେ ପରିବର୍ତ୍ତନ ହୋଇଛି । ଯାହାଦ୍ବାରା ବହୁ ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି ।

Sudesna Nayak
Sudesna Nayak
pm kisan samman nidhi scheme 13th installment these farmers will not get next installment

pm kisan samman nidhi scheme 13th installment these farmers will not get next installment

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ହେଉଛି କେନ୍ଦ୍ର ସରକାରଙ୍କ ଏକ ଯୋଜନା । ଯାହା କୃଷକମାନ (Farmers)ଙ୍କୁ ପ୍ରତି ୪ ମାସରେ ଥରେ ୨୦୦୦ ଟଙ୍କା କିସ୍ତି ଆକାରରେ ମିଳିଥାଏ । କେନ୍ଦ୍ର ସରକାର ଚାଷୀ (Farmers)ମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥାଏ । ଯୋଗ୍ୟ ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ବଣ୍ଟନ କରାଯାଇଛି ଓ ୧୩ ତମ କିସ୍ତି (PM Kisan Scheme 13th Installment​) ଶୀଘ୍ର ଜାରି କରାଯିବ । ଯେଉଁ ଚାଷୀମାନେ ଏହି ଯୋଜନାର ଲାଭ ପାଇନାହାଁନ୍ତି, ସେମାନେ ପିଏମ କିସାନ ଯୋଜନାର ୱେବସାଇଟରେ ପଞ୍ଜୀକରଣ କରାଇପାରିବେ । କିନ୍ତୁ ଏବେ ଜାଣନ୍ତୁ ଯେ, ଏବେ ନିୟମରେ ପରିବର୍ତ୍ତନ ହୋଇଛି । ଯାହାଦ୍ବାରା ବହୁ ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି ।

ସୂଚନା ଅନୁଯାୟୀ, ବିହାର କୃଷି ବିଭାଗ ୱେବସାଇଟ୍ ଅନୁଯାୟୀ, ଯେଉଁ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ଓ NPCI ସହିତ ଲିଙ୍କ୍ ହୋଇନାହିଁ (DBT ସକ୍ଷମ ନୁହେଁ) ସେମାନେ ଏହି ସୁବିଧା ପାଇବେ ନାହିଁ । ଏହା ବ୍ୟତୀତ ସରକାର ଦେଇଥିବା ସୂଚନା ଅନୁଯାୟୀ, ଯେଉଁ କୃଷକମାନେ ଇ-କେୱାଇସି (e-KYC)କରିନାହାଁନ୍ତି । ସେମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ନାହିଁ । ଯଦି ଆପଣମାନେ ଇ-କେୱାଇସି (e-KYC) ଏଯାଏଁ କରିନାହାଁନ୍ତି, ତେବେ ଆଜି ହିଁ କରନ୍ତୁ, ତେବେ ଯାଇକି ହିଁ ଟଙ୍କା ମିଳିବ ।

ପରବର୍ତ୍ତୀ କିସ୍ତି ପାଇବାକୁ ହେଲେ ଚାଷୀମାନଙ୍କୁ ଡାକଘରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ସହିତ ଏକ DBT ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଆବଶ୍ୟକ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀମାନେ ସେମାନଙ୍କର eKYC ସଂପୂର୍ଣ୍ଣ କରିବା ମଧ୍ୟ ଆବଶ୍ୟକ ।

ପ୍ରକାଶ ଥାଉ ଯେ, ରାଜ୍ୟ ହେଉ କି କେନ୍ଦ୍ର ସରକାର (central govt)କୃଷି ପାଇଁ ଅନେକ ଯୋଜନା କାର୍ଯ୍ୟ ପ୍ରଣୟନ କରିଛନ୍ତି। ଯେଉଁଥିରେ ଚାଷୀଙ୍କୁ ତଥା ତାଙ୍କ ପରିବାରକୁ ଲାଭ ମିଳୁଛି । ସେହିଭଳି ପ୍ରଧାନମନ୍ତ୍ରୀ ନବରେନ୍ଦ୍ର ମୋଦି ପିଏମ କିସାନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ପ୍ରତିବର୍ଷ ଚାଷୀ (Farmers) ଏଥିରେ ଉପକୃତ ହୋଇଥାନ୍ତି ।

ଚାଷୀଙ୍କୁ ମିଳିବ ୩୬୦୦୦ ଟଙ୍କା

PM Kisan Yojana:ବଡ ଖବର ;୧୧ ତମ କିସ୍ତି ଆସିବାରେ ହେବ ବିଳମ୍ବ, ଜାଣନ୍ତୁ ତାରିଖ ଏବଂ କାରଣ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments