1. କୃଷି ଖବର

PM Kisan: ଯଦି ଏଯାବତ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି କରନ୍ତୁ ଯାଞ୍ଚ

ଯଦି ଆପଣମାନେ ଏହି ଯୋଜନା ପାଇଁ ଯୋଗ୍ୟ ଓ ଆପଣମାନେ ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାଁନ୍ତି, ତେବେ ଆପଣମାନଙ୍କୁ ତୁରନ୍ତ ସତର୍କ କରାଯିବା ଆବଶ୍ୟକ ।

Sudesna Nayak
Sudesna Nayak
PM Kisan helpline number

PM Kisan helpline number

ନୂଆ ବର୍ଷରେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଉପହାର ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଶନିବାର ଦିନ କୃଷକମାନଙ୍କୁ ନୂତନ ବର୍ଷ (New Year 2022) ଉପହାର ଦେଇ ପିଏମ କିସାନ ସମ୍ମାନ ନିଧି ଯୋଜନାର (PM Kisan Samman Nidhi Yojana) ଦଶମ କିସ୍ତି (10th Installment) ରିଲିଜ କରିଥିଲେ ।

ଏହି କିସ୍ତିରେ ସରକାର ୨୦ କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ଟ୍ରାନ୍ସଫର କରିଛନ୍ତି । ଏହି କିସ୍ତିରେ ୧୦ କୋଟି ଚାଷୀଙ୍କୁ ସରକାର ୨୦ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି । ଚାଷୀଙ୍କ ଖାତାକୁ ଯାଇଛି ଏହି ଟଙ୍କା ।

ସୂଚନା ଅନୁସାରେ, ଯଦି ଆପଣମାନେ ଏହି ଯୋଜନା ପାଇଁ ଯୋଗ୍ୟ ଓ ଆପଣମାନେ ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାଁନ୍ତି, ତେବେ ଆପଣମାନଙ୍କୁ ତୁରନ୍ତ ସତର୍କ କରାଯିବା ଆବଶ୍ୟକ ।

ଦଶମ କିସ୍ତି ଟଙ୍କା ରିଲିଜ୍ ହେବାର ଛଅ ଦିନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଇ ନାହାଁନ୍ତି, ତେବେ ତୁରନ୍ତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହେଲ୍ପଲାଇନ (PM Kisan Samman Nidhi Helpline Number) ନମ୍ବର ସହିତ ଯୋଗାଯୋଗ କରିବା ଉଚିତ୍ ।

ଉଲ୍ଲେଖନୀୟ କଥା ହେଉଛି, କେନ୍ଦ୍ର ସରକାର ଦେଶରେ ୧୦.୦୯ କୋଟିରୁ ଅଧିକ ଚାଷୀଙ୍କୁ ୨୦,୯୦୦ ରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି । ପିଏମ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅନୁଯାୟୀ, ହିତାଧିକାରୀ କୃଷକ ପରିବାରକୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ, ଯାହାକି ୨,୦୦୦ ସମାନ କିସ୍ତିରେ ଦିଆଯାଏ ।

ପିଏମ କିସାନ ସମ୍ମାନ ନିଧି ହେଲ୍ପଲାଇନ ନମ୍ବର (PM Kisan Samman Nidhi Helpline Number), ଜାଣନ୍ତୁ...

ପିଏମ୍ କିସାନ ଟୋଲ ଫ୍ରି ନମ୍ବର: ୧୮୦୦୧୧୫୫୨୬୬
ପିଏମ କିସାନ୍ ହେଲ୍ପଲାଇନ ନମ୍ବର: ୧୫୫୨୬୧
ପିଏମ କିସାନ୍ ଲ୍ୟାଣ୍ଡଲାଇନ ସଂଖ୍ୟା: ୦୧୧-୨୩୩୮୧୦୯୨, ୨୩୩୮୨୪୦୧
ପିଏମ କିସାନର ନୂଆ ହେଲ୍ପଲାଇନ: ୦୧୧-୨୪୩୦୦୬୦୬
ପିଏମ କିସାନର ଆଉ ଏକ ହେଲ୍ପଲାଇନ ଅଛି: ୦୧୨୦-୬୦୨୫୧୦୯
ଇ-ମେଲ୍ ID: pmkisan-ict@gov.in

ପ୍ରକାଶ ଥାଉ ଯେ, ଧ୍ଯାନ ରଖନ୍ତୁ କି...ଯଦି ଏଯାବତ ପାଇନାହାଁନ୍ତି ଦଶମ କିସ୍ତି ଟଙ୍କା, ତାହାଲେ ଏମିତି ହିଁ କରନ୍ତୁ ଯାଞ୍ଚ ।

PM Kisan: ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ଭେଟି, ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୦ କୋଟି

PM Kisan: ନୂଆ ବର୍ଷରେ ଚାଷୀଙ୍କୁ ମୋଦିଙ୍କ ଉପହାର, ୧୦ କୋଟି କୃଷକଙ୍କ ଆକାଉଣ୍ଟକୁ ଯିବ ୨୦ ହଜାର କୋଟି ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments