
pm kisan samman nidhi yojana pm narendra modi 11th installment transferred kisan account shimla during garib kalyan yojana
ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମେ 31 ମଙ୍ଗଳବାର (Tuesday)ସିମଲା (ହିମାଚଳ ପ୍ରଦେଶ) ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ 10 କୋଟିରୁ ଅଧିକ ଚାଷୀଙ୍କୁ 21,000 କୋଟି ଟଙ୍କାର 11 ତମ କିସ୍ତି ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ 8 ବର୍ଷ ଶାସନ ପୂର୍ତ୍ତୀ ଅବସରରେ ହିମାଚଳ ପ୍ରଦେଶର ସିମଲାରେ ଗରିବ କଲ୍ୟାଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି ।
ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana)ରେ ଚାଷୀଙ୍କ ଖାତାକୁ ଏକାଦଶ କିସ୍ତି ଯାଇଛି । ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଯାଇଛି ୨୧ ହଜାର କୋଟି ଟଙ୍କା ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନାହିଁ । 130 କୋଟି ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି । ସେମାନେ ମୋ ଜୀବନର ସବୁକିଛି । ଭାରତବାସୀଙ୍କ ସୁଖଶାନ୍ତି ପାଇଁ ନିରନ୍ତର କାମ କରି ଚାଲିଛି ଭାରତୀୟଙ୍କ ମଙ୍ଗଳ ଓ ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆଗରୁ ଦୁର୍ନୀତି, ଭଷ୍ଟ୍ରାଚରାକୁ ନେଇ ଚର୍ଚ୍ଚା ହେଉଥିଲା ମାତ୍ର ଏବେ ସମୟ ବଦଳିଛି । ଏବେ ସରକାରୀ ଯୋଜନାର ଲାଭ ବିଷୟରେ ଚର୍ଚ୍ଚା ହେଉଛି । ବିଶ୍ବ ସ୍ତରରେ ଷ୍ଟାର୍ଟ ବିଷୟରେ ଚର୍ଚ୍ଚା ହେଉଛି । India's Ease of Doing Business ବିଷୟରେ ଚର୍ଚ୍ଚା କରୁଛି ବିଶ୍ବ ବ୍ୟାଙ୍କ ।
Share your comments