1. କୃଷି ଖବର

ଚାଷୀଙ୍କ ବଡ ସୁଯୋଗ, ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ଲଜିଷ୍ଟିକ୍ସ ନୀତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଏମଏସଏମଇ, ରପ୍ତାନିକାରୀ, ଶ୍ରମିକ ଓ କ୍ଷୂଦ୍ର ବ୍ୟବସାୟୀଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ଆଣିବ ।

Shuvanshu Kar
Shuvanshu Kar
PM launches National Logistics Policy

PM launches National Logistics Policy

ଜାତୀୟ ଲଜିଷ୍ଟିକ୍ସ ନୀତି(National Logistics Policy)ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ, ଏମଏସଏମଇ, ରପ୍ତାନିକାରୀ, ଶ୍ରମିକ ଓ କ୍ଷୂଦ୍ର ବ୍ୟବସାୟୀଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ଆଣିବ । ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଥିବା ଏହି ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସମନ୍ୱୟରେ ସୁଧାର ଆସିବା ଫଳରେ ଏହି କ୍ଷେତ୍ରରେ ଆଶାନୁରୂପ ପରିଣାମ ମିଳିପାରିବ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ଦେଶରେ ଦ୍ରୁତ ଗତିରେ ପରିବର୍ତ୍ତନ ସଂଘଟିତ ହେଉଛି । ଆଜି ସକାଳେ ଚିତାମାନଙ୍କୁ ଛଡ଼ାଯିବା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଚିତାଙ୍କ ଭଳି ଲଗେଜ୍‌ ବା ମାଲଗୁଡ଼ିକ ଦ୍ରୁତ ଗତିରେ ପରିବହନ ହେବା ଆବଶ୍ୟକ ବୋଲି ଆମେ ଚାହୁଁଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେକ୍‌ ଇନ୍‌ ଇଣ୍ଡିଆର ବାର୍ତ୍ତା ଚତୁର୍ଦ୍ଦିଗରେ ପହଞ୍ଚିଛି । ଭାରତ ଆଜି ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଭାରତ ଏବେ ବଡ଼ ରପ୍ତାନି ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ତାହାକୁ ହାସଲ ମଧ୍ୟ କରୁଛି । ଭାରତ ଏକ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେଉଥିବାର ଧାରଣା ବିଶ୍ୱବ୍ୟାପୀ ଧୀରେ ଧୀରେ ସୁଦୃଢ଼ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ, ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ)କୁ ଅନୁଧ୍ୟାନ କଲେ ଆମେ ଦେଖିପାରିବା ଯେ ସାରା ବିଶ୍ୱ ଏହାକୁ ଗ୍ରହଣ କରିଛି ।

ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ପ୍ରଯୁକ୍ତିକୁ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ, ସରକାର ଇ-ସଞ୍ଚିତ ଜରିଆରେ ଏକ୍‌ଜିମ୍‌ ବାଣିଜ୍ୟ ପ୍ରକ୍ରିୟା, ବର୍ହିଶୁଳ୍କ ପାଇଁ ଫେସଲେସ ଆସେସମେଣ୍ଟ ସୁବିଧା, ଇ-ୱେ ବିଲ ବ୍ୟବସ୍ଥା, ଫାଷ୍ଟଟ୍ୟାଗ ଆଦି ପଦକ୍ଷେପ ନେବା ଦିଗରେ କାର୍ଯ୍ୟ କରୁଛନ୍ତି । ଲଜିଷ୍ଟିକ୍ସ କ୍ଷେତ୍ରରେ ରହିଥିବା ସମସ୍ୟା ଦୂର କରିବା ଲାଗି ଜିଏସଟି ଭଳି ଏକକ ଟିକସ ବ୍ୟବସ୍ଥାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଡ୍ରୋନ ନୀତିରେ ପରିବର୍ତ୍ତନ ଏବଂ ଏହାକୁ ପିଏଲଆଇ ଯୋଜନା ସହ ଯୋଡ଼ିବା ଫଳରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଡ୍ରୋନର ବ୍ୟବହାର ନିମନ୍ତେ ମାର୍ଗ ପ୍ରଶସ୍ତ ହୋଇଛି । ଏସବୁ ପଦକ୍ଷେପ ଗ୍ରହଣ କରାଯିବା ପରେ, ଆମେ ଜାତୀୟ ଲଜିଷ୍ଟିକ୍ସ ନୀତି ନେଇ ଆସିଛୁ ବୋଲି ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ । ସେ ଆହୁରି କହିଥିଲେ ଯେ, ଲଜିଷ୍ଟିକ୍ସ ଖର୍ଚ୍ଚକୁ ୧୩-୧୪ ପ୍ରତିଶତରୁ କମାଇ ଯଥାଶୀଘ୍ର ସମ୍ଭବ ଏକ ଅଙ୍କ ବିଶିଷ୍ଟ କରିବା ଲାଗି ଆମେ ସମସ୍ତେ ଲକ୍ଷ୍ୟ ରଖିବା ଉଚିତ୍‌ । ଏହା ଏକ ପ୍ରକାରରେ ଆମ ହାତପାଆନ୍ତାରେ ଥିବା ଫଳ ଭଳି, ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହେବାକୁ ହେଲେ ଆମକୁ ଏହା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ।

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

କମୁଛି ଚାହିଦା ! କାହିଁକି ହ୍ରାସ ପାଇଲା ଭାରତୀୟ ଚାଉଳର ରପ୍ତାନି ଦର ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments