1. କୃଷି ଖବର

‘Vocal for Local’ସଂକଳ୍ପକୁ ନେଇ କଣ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ? ପଢନ୍ତୁ...

ମନ କୀ ବାତ କାର୍ଯ୍ୟକ୍ରମ ଜରିଆରେ ‘Vocal for Local’ସଂକଳ୍ପକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Shuvanshu Kar
Shuvanshu Kar
PM Modi asks people to intensify Vocal for Local campaign

PM Modi asks people to intensify Vocal for Local campaign

ମନ କୀ ବାତ କାର୍ଯ୍ୟକ୍ରମ ଜରିଆରେ ‘Vocal for Local’ସଂକଳ୍ପକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) । ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଆମେ ଉତ୍ସବଗୁଡ଼ିକର ଆନନ୍ଦରେ ଆମ ଅଞ୍ଚଳର କାରିଗର, ଶିଳ୍ପୀ ଏବଂ ବ୍ୟବସାୟୀମାନଙ୍କୁ ମଧ୍ୟ ସହଭାଗୀ କରୁଛେ । ଆସନ୍ତା ୨ ଅକ୍ଟୋବର ଗାନ୍ଧୀଜୟନ୍ତୀ ଅବସରରେ ଆମେ ଏହି ଅଭିଯାନକୁ ଆହୁରି ଆଗେଇ ନେବାକୁ ସଂକଳ୍ପ କରିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଦି, ହ୍ୟାଣ୍ଡଲୁମ୍, ଆଦି ସମସ୍ତ ଉତ୍ପାଦ ସହିତ ସ୍ଥାନୀୟ ଜିନିଷଗୁଡ଼ିକୁ କିଣିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ଏହି ଉତ୍ସବର ବାସ୍ତବ ଆନନ୍ଦ ସେତେବେଳେ ମିଳିବ ଯେତେବେଳେ ପ୍ରତ୍ୟେକ ଲୋକ ଏଥିରେ ଭାଗୀଦାର ହୋଇପାରିବେ । ସେଥିପାଇଁ ସ୍ଥାନୀୟ ଉତ୍ପାଦଗୁଡ଼ିକରେ କାମ କରୁଥିବା ଲୋକମାନଙ୍କୁ ଆମେ ସମର୍ଥନ କରିବା ଉଚିତ । ଗୋଟିଏ ଭଲ ଉପାୟ ହେଲା, ଆମେ ଯାହା ଉପହାର ଦେବା ସେଥିରେ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ସ୍ଥାନ ଦେବା ।

ବର୍ତ୍ତମାନ ଏ ଅଭିଯାନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ - ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ଆମେ ଆତ୍ମନିର୍ଭର ଭାରତର ଲକ୍ଷ୍ୟନେଇ ମଧ୍ୟ ଆଗେଇ ଚାଲିଛୁ ଯାହା ବାସ୍ତବରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ । ଏଥିପାଇଁ ଆପଣମାନଙ୍କୁ ନିବେଦନ କରୁଛି କି ଏଥର ଆପଣମାନେ ଖଦି, ହ୍ୟାଣ୍ଡଲୁମ୍, ହ୍ୟାଣ୍ଡିକ୍ରାଫ୍ଟ ଜିନିଷଗୁଡ଼ିକୁ କିଣିବାରେ ସବୁ ରେକର୍ଡ ଭାଙ୍ଗିଦିଅନ୍ତୁ ବୋଲି କହିଛନ୍ତି ମୋଦି ।

ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ସବଗୁଡ଼ିକ ସମୟରେ ପ୍ୟାକିଂ ଏବଂ ପ୍ୟାକେଜିଂ ପାଇଁ ପଲିଥିନ୍ ବ୍ୟାଗଗୁଡ଼ିକର ବହୁଳ ବ୍ୟବହାର ହୋଇଥାଏ । ସ୍ୱଚ୍ଛତାର ଉତ୍ସବରେ ପଲିଥିନ୍ ଭଳି ହାନିକାରକ ଆବର୍ଜନା ଆମ ଉତ୍ସବ ଭାବନାର ବିରୁଦ୍ଧାଚରଣ କରେ । ତେଣୁ ଆମେମାନେ ସ୍ଥାନୀୟ ଅଂଚଳରେ ତିଆରି ହେଉଥିବା Non Plastic ବ୍ୟାଗଗୁଡ଼ିକ ବ୍ୟବହାର କରିବା ଉଚିତ । ଆମ ଅଂଚଳରେ ଝୋଟରୁ, ସୂତାରୁ, କଦଳୀଗଛରୁ ଏମିତି ଅନେକ ପାରମ୍ପରିକ ବ୍ୟାଗଗୁଡ଼ିକର ପ୍ରଚଳନ ବଢ଼ିବାରେ ଲାଗିଲାଣି । ଆମେମାନେ ପର୍ବପର୍ବାଣୀ ସମୟରେ ଏଗୁଡ଼ିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସଙ୍ଗେ ସଙ୍ଗେ ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ହେଉଛି ଆମର ଦାୟିତ୍ୱ ।

Mann Ki Baat: ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Mann Ki Baat: ମହୁ ଚାଷ ବିଷୟରେ କଣ କହିଲେ ମୋଦି ? ପଢନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments