News

ପ୍ରକୃତିର କରାଳ ରୂପ ଆଗରେ ଦିନେ ଧ୍ବସ୍ତ ହୋଇଥିଲା କଚ, ଆଜି ସ୍ମୃତିର ଆଲୋକକୁ କରିଛି ପୁନର୍ଜୀବୀତ

ଗୁଜୁରାଟର କଚରେ 2001ରେ ହୋଇଥିବା ଭୟଙ୍କର ଭୂକମ୍ପର ସ୍ମୃତିକୁ ବଞ୍ଚାଇବା ପାଇଁ ଏକ ସ୍ମୃତିବନ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏହି ସ୍ମୃତିବନକୁ ଉଦଘାଟନ କରିଛନ୍ତି ।

28 August, 2022 5:17 PM IST By: Shuvanshu Kar

ବିପର୍ଯ୍ୟୟର କରାଳ ରୂପ ଆଗରେ ଦିନେ ଧ୍ବସ୍ତ ବିଧ୍ବସ୍ତ ହୋଇପଡିଥିଲା ଗୁଜୁରାଟର କଚ । ହେଲେ ପୁଣି ସମୟର ସ୍ରୋତରେ ଆଗକୁ ବଢି ଅଣ୍ଟା ସଳଖି ଛିଡା ହୋଇଥିଲା । ଅସ୍ତିତ୍ବ ନହରାଇ ପୁନରୁଦ୍ଧାରର ପରିପ୍ରାଚୀ ମଧ୍ୟରେ ହୋଇଥିଲା ପରିପୃଷ୍ଟ । ବିସ୍ତାର କରିଥିଲା ତାର ନୂତନ କାୟା କଳେବର । ଆଉ ଆଜି ସେହି କଚ ହଜାର ହଜାର ଦିବଗଂତ ଆତ୍ମାଙ୍କ ସ୍ମୃତିରେ ହୋଇଛି ଆଲୋକିତ ।

ଗୁଜୁରାଟର କଚରେ 2001ରେ ହୋଇଥିବା ଭୟଙ୍କର ଭୂକମ୍ପର ସ୍ମୃତିକୁ ବଞ୍ଚାଇବା ପାଇଁ ଏକ ସ୍ମୃତିବନ ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଏହି ସ୍ମୃତିବନକୁ ଉଦଘାଟନ କରିଛନ୍ତି । ଭୂକମ୍ପ ପରେ ପୁନର୍ବାର କଚର ବିକାଶର ଯାତ୍ରାକୁ ଏଥିରେ ଚିତ୍ରଣ କରାଯାଇଛି । ଏହା ସହିତ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ନାମ ଫଳକ ସହ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଅର୍ପିତ ହୋଇଛି ।

2001 କଚ ଭୂକମ୍ପ ବିଷୟରେ ମନେ ପକାଇଦିଏ ଯେ, ଯାହାକୁ ଏଠାକାର ଲୋକେ କେବେବି ଭୁଲି ପାରିବେ ନାହିଁ । ଭୂକମ୍ପ ପରେ କଚ୍ କିପରି ପୁନର୍ବାର ଛିଡା ହୋଇଥିଲା, ତାହା ସ୍ମୃତିବନରେ ଏକ ସଂଗ୍ରହାଳୟରେ ଏହାକୁ ଉଦଜୀବୀତ କରାଯାଇଛି । ସ୍ମୃତିବନର ସ୍ୱପ୍ନ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଦେଖିଥିଲେ ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଭାବେ ଏହି ସ୍ୱତନ୍ତ୍ର ସଂଗ୍ରହାଳୟର ଉଦଘାଟନ କରି ନିଜର ସ୍ବପ୍ନକୁ ବାସ୍ତବ ରୂପ ଦେଇଛନ୍ତି ।

ଏହି ସଂଗ୍ରହାଳୟର ଉଦ୍ଦେଶ୍ୟ ହେଉଛି ଆଜିର ଯୁବକମାନଙ୍କ ମଧ୍ୟରେ ସେସମୋଲୋଜୀ ପ୍ରତି ଆଗ୍ରହ ସୃଷ୍ଟି କରିବା । ଆହୁରି ମଧ୍ୟ ବିଭିନ୍ନ ଗ୍ୟାଲେରୀ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭୂକମ୍ପର ସ୍ମୃତି ପ୍ରଦର୍ଶିତ ହୋଇଛି । 2001 ଭୂକମ୍ପର ଅନୁଭବ ଦେବା ପାଇଁ ଏକ ସ୍ୱତନ୍ତ୍ର ଥିଏଟର ମଧ୍ୟ ନିର୍ମାଣ କରାଯାଇଛି । ଏଠାରେ ଏକ ଉତ୍ସାହଜନକ ଭାବରେ ମଧ୍ୟ ପ୍ରସ୍ତୁତ କରାଯାଇଛି ଯାହା ଏଠାକୁ ଆସୁଥିବା ଲୋକଙ୍କୁ ଧ୍ୱନି ଏବଂ ଆଲୋକ ମାଧ୍ୟମରେ ଭୂକମ୍ପର କମ୍ପନକୁ ଅନୁଭବ କରାଇବ । ଏହି ସଂଗ୍ରହାଳୟରେ ଆଠଟି ବ୍ଲକ୍ ନିର୍ମାଣ କରାଯାଇଛି, ଯାହାର ଧାରଣା ପୁନର୍ଜନ୍ମ, ପୁନରାବିଷ୍କାର, ପୁନରୁଦ୍ଧାର, ପୁନଃନିର୍ମାଣ, ପୁନଃପରିକଳ୍ପନା, ରିଲାଇଭ ଏବଂ ନବୀକରଣ ଉପରେ ନିର୍ମିତ ।

India GI Fair 2022: ପ୍ରଶଂସା ସାଉଁଟୁଛି ଦେଶର କୋଣ ଅନୁକୋଣର ଭୌଗଳିକ ମାନ୍ୟତା ପ୍ରାପ୍ତ ଉତ୍ପାଦ

ନୀତିନ ଗଡକରୀଙ୍କୁ କଣ ଅନୁରୋଧ କଲେ ଆନନ୍ଦ ମହିନ୍ଦ୍ରା ? ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)