News

ମୋଦି ସରକାରଙ୍କ ବଡ ଘୋଷଣା; ୧୦ ଲକ୍ଷ ଲୋକଙ୍କ ପାଇଁ ଚାକିରି ଘୋଷଣା

ଯୁବପିଢିଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଲୋକଙ୍କୁ ଚାକିରି ଦେବା ଦିଗରେ ମୋଦି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କଥା ସରକାର ନିଜେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟ କରି ଏହା କୁହାଯାଇଛି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମୋଦି ସରକାର ୧୦ ଲକ୍ଷ ଚାକିରି ଦେବେ ।

15 June, 2022 12:43 PM IST By: Sudesna Nayak

ଯୁବପିଢିଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଖୁବଶୀଘ୍ର ଦେଶର ବେକାରୀ ସମସ୍ୟା ଦୂର ହେବ । ଲୋକଙ୍କୁ ଚାକିରି ଦେବା ଦିଗରେ ମୋଦି ସରକାର (Modi Government)ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କଥା ସରକାର ନିଜେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ବିଟ କରି ଏହା କୁହାଯାଇଛି ଯେ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମୋଦି ସରକାର ୧୦ ଲକ୍ଷ ଚାକିରି ଦେବେ ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ସମସ୍ତ ବିଭାଗ ଓ ମନ୍ତ୍ରଣାଳୟର ସମୀକ୍ଷା କରିଛନ୍ତି ଓ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ମିଶନ ମୋଡରେ ଏକ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପିଏମଓ ଇଣ୍ଡିଆ ଏକ ଟୁଇଟ୍‌ରେ କହିଛି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟରେ ମାନବ ସମ୍ବଳର ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଆସନ୍ତା ଦେଢ ବର୍ଷ ମଧ୍ୟରେ ହିଁ ମିଶନ ମୋଡରେ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଅନୁରାଗ ଠାକୁର କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ଭାରତ ପାଇଁ ଆଉ ଏକ ବଡ ପଦକ୍ଷେପ ।

ଏଠାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକର PMO ତରଫରୁ ଚାକିରି ଘୋଷଣା ଉପରେ ଟ୍ୱିଟ୍ କରି ଏହାକୁ ଏକ ଆତ୍ମନିର୍ଭରଶୀଳ ଭାରତ ହେବା ଦିଗରେ ଆଉ ଏକ ପଦକ୍ଷେପ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସମୟ ସହିତ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ଅଧିକ ଦାୟିତ୍ବ ଦେଇଛନ୍ତି ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ବର୍ତ୍ତମାନ ଲୋକଙ୍କ ଆଡକୁ ଆସିଛି ।

ପ୍ରକାଶ ଥାଉ ଯେ, କୋରୋନା (CORONA)ମହାମାରୀ ହେତୁ ଗତ ଦୁଇ ବର୍ଷ ମଧ୍ୟରେ କେନ୍ଦ୍ର ସରକାରୀ ବିଭାଗରେ ନିଯୁକ୍ତି ହୋଇନାହିଁ । ଏଭଳି ପରିସ୍ଥିତିରେ ପିଏମ ମୋଦି(PM Modi)ଙ୍କ ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଶା କରାଯାଉଛି ।

ଦେଢ ବର୍ଷରେ 10 ଲକ୍ଷ ଚାକିରି ଦେବେ ସରକାର ! PM ମୋଦି ଦେଲେ ନିର୍ଦ୍ଦେଶ

BSFରେ ଚାକିରି : ଶୀଘ୍ର କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)