News

ମିଲେଟ ଉପରେ ପ୍ରସ୍ତୁତ ହେବ e-book ! ମନ କୀ ବାତରେ ପରାମର୍ଶ ମାଗିଲେ ମୋଦି

ତେବେ ମନ କି ବାତ କାର୍ଯ୍ୟକ୍ରମେ ମିଲେଟ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

27 September, 2022 2:50 PM IST By: Shuvanshu Kar

ଆସନ୍ତା 2023 ମିଲେଟ ବର୍ଷ(International Millet Year) ରୂପେ ପାଳନ ହେବ । ଏହା ପୂର୍ବରୁ ସରକାର ଜୋରଶୋରରେ ପ୍ରସ୍ତୁତି ଚଳାଇଛନ୍ତି । ତେବେ ମନ କି ବାତ କାର୍ଯ୍ୟକ୍ରମେ ମିଲେଟ(Millet) ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମନ୍ କି ବାତରେ ନୂଆ ନୂଆ ବିଷୟଗୁଡ଼ିକରେ ଚର୍ଚ୍ଚା ହୋଇଆସୁଛି । କେବେ କେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କିଛି କିଛି ପୁରୁଣା ବିଷୟର ଗଭୀରତମ ପ୍ରଦେଶକୁ ଯିବାର ସୁଯୋଗ ବି ମିଳୁଛି । ଗତମାସର ‘ମନ୍ କି ବାତ୍’ରେ ମୁଁ ମୋଟା ଶସ୍ୟ ଏବଂ ବର୍ଷ ୨୦୨୩କୁ ‘International Millet Year’ ଭାବରେ ପାଳନ କରିବା ସମ୍ବନ୍ଧରେ ଆଲୋଚନା କରିଥିଲି । ଏ ବିଷୟକୁ ନେଇ ଲୋକମାନଙ୍କ ମନରେ ବହୁତ ଉତ୍ସୁକତା ରହିଛି । ମୋତେ ଏମିତି ବହୁତ ଚିଠି ମିଳିଛି ଯେଉଁଥିରେ ଲୋକମାନେ କେମିତି Milletକୁ ନିଜ ଦୈନନ୍ଦିନ ଭୋଜନ ଭାବେ ଗ୍ରହଣ କରୁଛନ୍ତି ସେ ବିଷୟରେ ଲେଖିଛନ୍ତି ।

ମୋଦି କହିଛନ୍ତି, କେତେକ ଲୋକ Milletରୁ ତିଆରି ହେଉଥିବା ପାରମ୍ପରିକ ବ୍ୟଞ୍ଜନଗୁଡ଼ିକ ବିଷୟରେ ମଧ୍ୟ ଲେଖିଛନ୍ତି । ଏ ହେଉଛି ଏକ ବଡ଼ ପରିବର୍ତ୍ତନର ସଂକେତ । ଲୋକମାନଙ୍କର ଏହି ଉତ୍ସାହକୁ ଦେଖି ମୁଁ ଭାବୁଛି ଯେ ଆମେ ସବୁ ମିଳିମିଶି ଗୋଟିଏ e-book ତିଆରି କରିବା ଉଚିତ ଯେଉଁଥିରେ ଲୋକମାନେ Milletରୁ ତିଆରି ହେଉଥିବା ବ୍ୟଞ୍ଜନ ତଥା ନିଜର ଅନୁଭୂତି ଜଣାଇପାରିବେ ।


ଏହାଦ୍ୱାରା ‘International Millet Year’ ଆରମ୍ଭ ହେବା ପୂର୍ବରୁ ଆମ ପାଖରେ Millet ବିଷୟରେ ଏକ Public Encyclopaedia ମଧ୍ୟ ସୃଷ୍ଟି ହୋଇପାରିବ । ତା’ପରେ ଆମେ ଏହାକୁ My Gov Portalରେ ପ୍ରକାଶିତ କରିପାରିବା ।

କୃଷି ଏବଂ କୃଷକ କଲ୍ୟାଣ ବିଭାଗ ମାଇଁଗଭ୍ ପ୍ଲାଟଫର୍ମରେ ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩(International Year of Millets 2023)ର ସମୟ ଅବଧି ସୁଦ୍ଧା ପୂର୍ବରୁ ଆରମ୍ଭ କରା ଯାଇଥିବା କାର୍ଯ୍ୟକ୍ରମ ଏବଂ ପଦକ୍ଷେପ ଗୁଡିକର ଏକ ଶୃଙ୍ଖଳା ଆୟୋଜନ କରିଛି । ପ୍ରାଚୀନ ଏବଂ ପୌଷ୍ଟିକ ଖାଦ୍ୟଶସ୍ୟକୁ ପୁଣି ଥରେ ଖାଦ୍ୟ ଥାଳିକୁ ଆଣିବା ଉପରେ ସଚେତନତା ଓ ପ୍ରଚାର ଏବଂ ପ୍ରସାର କରିବା ନିମନ୍ତେ ପଦକ୍ଷେପ ନିଆ ଯିବା ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ ଅଟେ ।

ଅନ୍ତର୍ଜାତୀୟ ବାଜରା ବର୍ଷ ୨୦୨୩ ପୂର୍ବରୁ କୃଷି ମନ୍ତ୍ରଣାଳୟର ବ୍ୟାପକ ପ୍ରସ୍ତୁତି

ମିଲେଟ ସ୍ନାକ୍ସକୁ ସରକାରୀ ବୈଠକରେ ସାମିଲ କରିବାକୁ କୃଷି ସଚିବଙ୍କ ନିର୍ଦ୍ଦେଶ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)