
PM Modi to interact with beneficiaries of government schemes in Shimla on May 31
ଦେଶରେ ବର୍ଷବ୍ୟାପୀ ସ୍ୱାଧୀନତାର ଅମୃତ ମହୋତ୍ସବ ଚାଲିଥିବା ସମୟରେ ୩୧ ମେ’ତଥା ମଙ୍ଗଳବାର ଏହା ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡିକର ଏକ ବୃହତ ସଂଯୁକ୍ତ ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୁଖ୍ୟ ଆତିଥ୍ୟତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ପ୍ରଧାନମନ୍ତ୍ରୀ ମୋଦୀ ଶିମଲା (ହିମାଚଳ ପ୍ରଦେଶ) ରେ “ଗରିବ କଲ୍ୟାଣ ସମ୍ମିଳନୀ” ନାମକ ଏହି ଜାତୀୟ ସ୍ତରର କାର୍ଯ୍ୟକ୍ରମରେ, ୯ ଟି କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭାଗ ଗୁଡିକ ଦ୍ୱାରା ସଂଚାଳିତ ୧୬ଟି ଯୋଜନା ଗୁଡିକର/ କାର୍ଯ୍ୟକ୍ରମ ଗୁଡିକର ହିତାଧିକାରୀ ମାନଙ୍କ ସହିତ ଭିଡିଓ କନ୍ଫରେନସିଂ ଦ୍ୱାରା ବାର୍ତାଳାପ କରିବେ । ଏହିଠାରୁ ୧୦ କୋଟିରୁ ଅଧିକ କୃଷକମାନଙ୍କୁ ୨୧ ହଜାର କୋଟି ଟଙ୍କାରୁ ଅଧିକ ପିଏମ୍ କିଷାନ ସମ୍ମାନ ନିଧି(PM Kisan)ର ୧୧ତମ କିସ୍ତି ମଧ୍ୟ ଜାରି କରିବେ ପ୍ରଧାନମନ୍ତ୍ରୀ ।
ଏହା ସହିତ ବିଭିନ୍ନ ରାଜ୍ୟଗୁଡିକର ରାଜଧାନୀ ସମୂହ, ଜିଲ୍ଲା ମୁଖ୍ୟାଳୟ ଗୁଡିକ ଏବଂ କୃଷି ବିଜ୍ଞାନ କେନ୍ଦ୍ର ଗୁଡିକ (କେଭିକେ)ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳା ଅନ୍ତର୍ଗତ କେନ୍ଦ୍ରୀୟ କୃଷି ବିଜ୍ଞାନ କେନ୍ଦ୍ର ସମୂହ (କେଭିକେ) ରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ କରାଯିବ । କାର୍ଯ୍ୟକ୍ରମ ଗୁଡିକର ଏହି ଶୃଙ୍ଖଳାର ଅଂଶ ଭାବେ କେନ୍ଦ୍ରୀୟ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ପୁସା (ଦିଲ୍ଲୀ) ରେ କୃଷକ ମାନଙ୍କ ସହିତ ସାମିଲ୍ ହେବେ ।
ଏହି ସମ୍ମିଳନୀ ଦେଶରେ ଏବେ ପର୍ଯ୍ୟନ୍ତ ସବୁଠାରୁ ବୃହତ୍ ଏକକ କାର୍ଯ୍ୟକ୍ରମ ହେବ, ଯାହା ଅନ୍ତର୍ଗତ ସମସ୍ତ ଜିଲ୍ଲା ଗୁଡିକରେ ରାଷ୍ଟ୍ର ବ୍ୟାପୀ ବାର୍ତାଳାପ ଅନୁଷ୍ଠିତ ହେବ ଏବଂ ଯେଉଁଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(PM Kisan), ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସ୍ୱଚ୍ଛ ଭାରତ ମିଶନ (ଉଭୟ ଗ୍ରାମୀଣ ଏବଂ ସହରୀ), ଜଳ ଜୀବନ ମିଶନ ଏବଂ ଅମୃତ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା, ୱାନ୍ ନେସନ୍ – ୱାନ୍ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଆୟୁଷ୍ମାନ ଭାରତ ପିଏମ୍ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ହେଲ୍ଥ ଆଣ୍ଡ ୱେଲନେସ୍ ସେଂଟର, ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ସହିତ ଯୋଜନା ଗୁଡିକ/ କାର୍ଯ୍ୟକ୍ରମ ଗୁଡିକର ସେମାନଙ୍କର ଜୀବନ ଉପରେ ଯେଉଁ ପ୍ରଭାବ ପଡିବ ସେଗୁଡିକ ସମ୍ପର୍କରେ ଆଲୋଚନା କରିବେ ।
PM Kisan:ଆଉ 2 ଦିନ ପରେ ଚାଷୀଙ୍କ ଖାତାକୁ ଯିବ ୨୧ ହଜାର କୋଟି
PM Kisan:ମେ ୩୧ ସୁଦ୍ଧା କରନ୍ତୁ ଏହି କାମ, ନଚେତ ଖାତାକୁ ଆସିବନି ଟଙ୍କା
ଦୁଇ ପର୍ଯ୍ୟାୟ ସମ୍ପନ୍ନ କାର୍ଯ୍ୟକ୍ରମ ଅନୁସାରେ, ରାଜ୍ୟ/ ଜିଲ୍ଲା/ କେଭିକେ ସ୍ତରର ସମାରୋହ ସକାଳ ୯.୪୫ ସମୟରେ ଆରମ୍ଭ ହେବ ଏବଂ ପ୍ରାୟ ୧୧ଟା ବେଳକୁ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସହିତ ଜୋଡି ହୋଇଯିବ । ଜାତୀୟ କାର୍ଯ୍ୟକ୍ରମକୁ ଦୂରଦର୍ଶନର ଜାତୀୟ ଏବଂ ଆଂଚଳିକ ଚ୍ୟାନେଲ୍ ଗୁଡିକରେ ସିଧା ପ୍ରସାରଣ କରାଯିବ । ମାଇଁ ଗଭ୍ (MyGov) ମାଧ୍ୟମରେ ଜାତୀୟ କାର୍ଯ୍ୟକ୍ରମକୁ ୱେବ୍କାଷ୍ଟ ମଧ୍ୟ କରାଯିବ, ଯେଉଁଥିରେ ଲୋକ ମାନେ ପଞ୍ଜୀକୃତ କରି ପାରିବେ ।
Share your comments